ସ୍ୱାମୀଙ୍କ ଖରାପ ସମୟ ଆସିବାର କାରଣ ହୋଇଥାଏ ସ୍ତ୍ରୀ ମାନଙ୍କର ଏହି ଖରାପ କାମ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସ୍ତ୍ରୀ ମାନଙ୍କର କିଛି ଢ଼ଙ୍ଗ ସ୍ୱାମୀକୁ ରାତାରାତି କୋଟିପତି ବନାଇଦିଏ । କିନ୍ତୁ ଯଦି ସ୍ତ୍ରୀ ଏପରି କିଛି ଭୁଲ କରେ ତେବେ ଦାରିଦ୍ର୍ୟତାକୁ କେହିବି ଅଟକାଇ ପାରିବେ ନାହିଁ । ଅନେକ ବ୍ୟକ୍ତିଙ୍କ ସୁଖ ସମୃଦ୍ଧି ଅଧିକାଂଶ କ୍ଷେତ୍ରରେ ଏପରି ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ ଯିଏ ଘରର ସବୁ କାମ କରନ୍ତି ସମସ୍ତଙ୍କ ଯତ୍ନ ମଧ୍ୟ ନେଇଥାନ୍ତି । ମାତ୍ର ମହିଳାଙ୍କୁ କିଛି କାମ ଆଦୌ କରିବା ଉଚିତ ନୁହେଁ ନଚେତ ମାତା ଲକ୍ଷ୍ମୀ କେବେବି ଘରକୁ ଆସନ୍ତି ନାହିଁ । ପ୍ରାଚୀନ କାଳରୁ ହିଁ ଘରର ଝିଅ ବୋହୂଙ୍କୁ ଘରର ଲକ୍ଷ୍ମୀ କୁହାଯାଇ ଆସୁଛି ।

ଏପରି ମାନ୍ୟତା ମଧ୍ୟ ରହିଛି ଯେ ଜଣେ ସ୍ତ୍ରୀ ଘରକୁ ସ୍ୱର୍ଗ କିମ୍ବା ନର୍କ ବନାଇ କରିପାରେ । ଆମ ଶାସ୍ତ୍ରରେ ଝିଅ ବୋହୂଙ୍କର କିଛି ଏପରି ଅଭ୍ୟାସ ବିଷୟରେ କୁହାଯାଇଛି ଯାହାଦ୍ୱାରା ସୁଖରେ ଦିନ ବିତାଉଥିବା ପରିବାର ବି ନର୍କ ଭଳି ହୋଇଯାଏ । ଘରକୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ । ତେଣୁ ଚାଲନ୍ତୁ ଜାଣିନେବା ଯେ ସ୍ତ୍ରୀ ଲୋକଙ୍କର କେଉଁ ଅଭ୍ୟାସ ଦ୍ୱାରା କୋଟିପତି ପରିବାର ବି ଭିକାରୀ ହୋଇଯାଏ ।

୧ . ପାଦ ହଲାଇବା :- ଯେଉଁ ଘରର ମହିଳା ଘରେ ଖାଇବା ସମୟରେ ପାଦ ହଲାନ୍ତି ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ପରିବାରରେ ସମସ୍ୟା ଆସିବା ସହ ଘରର କେହି ମୁଖ୍ୟଙ୍କର ଚାକିରୀ ମଧ୍ୟ ଚାଲିଯାଇ ପାରେ ।

୨ . ଯେଉଁ ଘରର ମହିଳା ଝାଡୁକୁ ଗୋଡ଼ରେ ଗୋଇଠା ମାରନ୍ତି କିମ୍ବା ପଶୁ ମାନଙ୍କୁ ମାରନ୍ତି ସେହି ଘରେ କେବେବି ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ । ଏପରି ଘରେ ସବୁବେଳେ ରୋଗ ଏବଂ ସମସ୍ୟା ରହେ । ଏପରି ମାନ୍ୟତା ରହିଛି ଯେ ଝାଡୁରେ ଦେବୀ ଲଷ୍ମୀଙ୍କ ବାସ ହୋଇଥାଏ ।

୩ . କେହି ମହିଳା ଯଦି ଚୁଲି କିମ୍ବା ଗ୍ୟାସ ଉପରେ କରେଇ କିମ୍ବା କୌଣସି ବାସନକୁ ଅଇଁଠା ଛାଡ଼ି ଦିଅନ୍ତି ତେବେ ସେହି ଘରେ ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ । ଏହା ଦାରିଦ୍ର୍ୟତା ଏବଂ ଦୁଃଖର ସବୁଠାରୁ ବଡ଼ କାରଣ ଅଟେ । ତେଣୁ ରାତିରେ ବାସନକୁ ଅଇଁଠା ନରଖି ତୁରନ୍ତ ଧୋଇ ଦିଅନ୍ତୁ ।

୪ . ଯେଉଁ ଘରର ମହିଳା ଗୋଡ଼ରେ କବାଟ ଖୋଲିବା କିମ୍ବା ବନ୍ଦ କରିବା କାମ କରନ୍ତି ତେବେ ସେହି ଘରକୁ ଲକ୍ଷ୍ମୀ କେବେ ଆସନ୍ତି ନାହିଁ । ଯଦି ଆପଣଙ୍କ ଘରେ ଏପରି ହେଉଛି ତେବେ ତୁରନ୍ତ ସେପରି କରନ୍ତୁ ନାହିଁ । କାରଣ ଏହା ଅତ୍ୟନ୍ତ ବିନାଶକାରୀ ହୋଇପାରେ ।

୫ . ଯଦି ଘରର ମହିଳା ଘରର ମୁଖ୍ୟଦ୍ୱାରରେ ବସି ଭୋଜନ କରନ୍ତି ତେବେ ଏହାର ଖରାପ ପ୍ରଭାବ ଘର ଉପରେ ପଡ଼ିଥାଏ । ହିନ୍ଦୁ ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି ।

୬ . ଯେଉଁ ଘରର ମହିଳା ରାତିରେ କିମ୍ବା ସନ୍ଧ୍ୟାରେ ଝାଡୁ କରନ୍ତି ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ । ଖାସକରି ବୃହଷ୍ପତି ବାରରେ ପୋଛା ଲଗାନ୍ତୁ ନାହିଁ । କାରଣ ବୃହଷ୍ପତି ଦୁର୍ବଳ ହେଲେ ଘରକୁ ବିନାଶକାରୀ ଶକ୍ତି ଆସିଥାଏ।

୭ . ଯଦି କୌଣସି ଘରର ମହିଳାଙ୍କୁ ବିଳମ୍ବ ସମୟ ଶୋଇବାର ଅଭ୍ୟାସ ରହିଛି ତେବେ ଏହି ଅଭ୍ୟାସ ସେହି ଘର ପାଇଁ ଅଶୁଭ ହୋଇଥାଏ । ଏପରି ଶୋଉଥିବା ସ୍ତ୍ରୀ ସେହି ପରିବାରର ସଦସ୍ୟଙ୍କ ଅସଫଳତାର କାରଣ ହୋଇଥାଏ । ପରିବାରରେ ମୃତ୍ୟୁ ମଧ୍ୟ ହୋଇପାରେ ।

୮ . ଯଦି କେହି ମହିଳା ଗାଳି କରନ୍ତି କିମ୍ବା ଜୋର ସ୍ୱରରେ ଚିତ୍କାର କରନ୍ତି ତେବେ ପରିବାରକୁ ଅଭିଶାପ ଲାଗିଥାଏ । ଏପରି ମହିଳା ଯୁଆଡେବି ଯାଆନ୍ତି ମାତା ଲକ୍ଷ୍ମୀ ସେମାନଙ୍କ ଠାରୁ ଦୂରରେ ରହନ୍ତି ।

୯ . ଯେଉଁ ମହିଳା ସକାଳୁ ଉଠି ଘର ଅଗଣା ସଫା କରନ୍ତି ନାହିଁ ସେହି ଘରକୁ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ । ଘରର ମହିଳାଙ୍କୁ ସକାଳୁ ଉଠିବା ମାତ୍ରେ ଘର ଅଗଣାରେ ପାଣି ପକାଇ ସଫା କରିବା ଉଚିତ । ଏହାସହିତ ତୁରନ୍ତ ପୂଜାପାଠ ମଧ୍ୟ କରିବା ଉଚିତ ।

୧୦ . ଜଣେ ବିବାହିତା ମହିଳାଙ୍କୁ ନିଜ କାନର କାନଫୁଲ , ମଙ୍ଗଳସୁତ୍ର , ପାଦର ପାଉଁଜି , ଅଣ୍ଟା ବିଛାକୁ ବାହାର କରି ରଖିବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାମୀଙ୍କ ମୃତ୍ୟୁ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଚାଲି ଯାଆନ୍ତି ।

Leave a Reply

Your email address will not be published. Required fields are marked *