ମହିଳା ରାତିରେ କେଶ ଖୋଲା କରି ଶୋଉଥିଲେ ନିଶ୍ଚୟ ଜାଣି ରଖନ୍ତୁ । ନଚେତ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବେ :-

ଆମ ପୂର୍ବଜ ମାନେ ବହୁତ ଅଧିକ ଜ୍ଞାନୀ ଥିଲେ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରୁ ଶିକ୍ଷା କରିଥିବା ଅନୁଭବ ଦ୍ୱାରା ସେମାନେ ଅନେକ ଜ୍ଞାନର ଅଧିକାରୀ ହୋଇଥିଲେ । ଯାହାର ସଂଯୋଗ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଆଧାର ସହିତ ଥିଲା ଏବଂ ସେମାନେ ତାହାକୁ ବେଦ ପୁରାଣ ଦ୍ୱାରା ଆମ ପାଖରେ ପହଞ୍ଚାଇଛନ୍ତି । ଆମ ପୁରାଣ ବେଦ ଶାସ୍ତ୍ରରେ କେଶ ବିଷୟରେ ଅନେକ କଥା କୁହାଯାଇଛି । ଏପରିକି କେଶକୁ କିପରି ରଖିବା ଉଚିତ ଏବଂ କେଶକୁ କିପରି କୁଣ୍ଡାଇବା ଉଚିତ , କେଉଁଦିନ କାଟିବା ଉଚିତ , କେଉଁଦିନ ଧୋଇବା ଉଚିତ , କେଶକୁ କେତେ ଲମ୍ବା ରଖିବା ଉଚିତ ଏସବୁ ବିଷୟରେ ଆମ ଶାସ୍ତ୍ରରେ ଲେଖା ଯାଇଛି । ତେଣୁ ମହିଳାଙ୍କ ତାଙ୍କ କେଶ ସହ ଜଡ଼ିତ ଯେଉଁ ବିଶେଷ ନିୟମର ପାଳନ କରିବା ଉଚିତ ସେହି ବିଷୟରେ କହିବୁ ।

୧ . ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ ହୋଇଥାଏ । ପ୍ରତ୍ୟେକ ଦିନ ପାଇଁ କୌଣସି ନା କୌଣସି ନିୟମ ନିଶ୍ଚିତ ଥାଏ । ଏହିପରି କେଶ କାଟିବା ସମ୍ବନ୍ଧୀୟ ଅନେକ ନିୟମ ଥାଏ । ମଙ୍ଗଳବାର , ଗୁରିବାର ଏବଂ ଶନିବାର ଦିନ କେଶ କାଟିବା ଉଚିତ ନୁହେଁ । ମଙ୍ଗଳବର ଦିନ ମଙ୍ଗଳ ଦେବତାଙ୍କ ଦିନ ହୋଇଥାଏ । ଏହିଦିନ କେଶ କାଟିଲେ ମଙ୍ଗଳ ସ୍ଥିତି ଖରାପ ହୋଇଥାଏ ଏବଂ ଏହାଦ୍ବାରା ଆୟୁଷ କମିଥାଏ । ଗୁରୁବାରର ସମ୍ବନ୍ଧ ଗୁରୁ ଗ୍ରହ ସହିତ ହୋଇଥାଏ । ତେଣୁ ଏହିଦିନ କେଶ କାଟିବା ଦ୍ୱାରା ଆମକୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ମାନ ସମ୍ମାନ ଏବଂ ଧନ ହାନୀ ହୋଇଥାଏ । କାରଣ ଗୁରୁବାର ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ କେଶ କାଟିବା ଉଚିତ ନୁହେଁ । ଶନିବାରର ସମ୍ପର୍କ ଶନିଦେବଙ୍କ ସହିତ ରହିଛି । ତେଣୁ ଏହିଦିନ କେଶ କାଟିଲେ ଜୀବନରେ କିଛି ନା କିଛି ସମସ୍ୟା ଆସିଥାଏ । କେଶ କାଟିବା ପାଇଁ ବୁଧବାର , ଶୁକ୍ରବାର ଏବଂ ରବିବାର ସବୁଠାରୁ ଅଧିକ ଉତ୍ତମ ଦିନ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଆମ ବାତାବରଣରେ କିଛି ଏପରି ଲହରୀ ଉତ୍ପନ୍ନ ହୋଇଥାଏ ଯାହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଥାଏ । ଏହି ଲହରୀ ଆମର ସମ୍ପୂର୍ଣ୍ଣ କ୍ରିୟା କଳାପ ଉପରେ ପ୍ରଭାବ ପକାଇ ଥାଏ । କିଛି ସମୟ ପାଇଁ ଏହା ବିଶେଷ ସକ୍ରିୟ ହୋଇଥାଏ । ତେଣୁ ଏଥିପାଇଁ ଅମାବାସ୍ୟା , ପୂର୍ଣ୍ଣିମା କିମ୍ବା ରାତିର କୌଣସି ସମୟରେ କେଶକୁ କାଟିବା ଆଦୌ ଉଚିତ ନୁହେଁ । କାରଣ ଏହି ସମୟରେ ବାତାବରଣରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଏହାବ୍ୟତୀତ କିଛି ଶୁଭ ମୁହୂର୍ତ୍ତରେ ବାତାବରଣରେ ସାତ୍ଵିକ ଲହରୀର ପ୍ରଭାବ ରହିଥାଏ । ତେଣୁ ଏହି ଦିନରେ ମଧ୍ୟ କେଶ କାଟିବା ଉଚିତ ନୁହେଁ । ନଚେତ ଏହି ଶୁଭ ଦିନରେ ଆମ ଉପରେ ଅଶୁଭ କାମ କରିବାର ପାପ ଲାଗିଥାଏ । କେବେବି ନିଜ ଜନ୍ମଦିନର ମଧ୍ୟ କେଶ କାଟିବା ଉଚିତ ନୁହେଁ ।

୧ . ଘନ , କଳା କେଶ କୌଣସି ବି ସ୍ତ୍ରୀର ସୁନ୍ଦର ଆଭୂଷଣ ହୋଇଥାଏ । ପ୍ରାଚୀନ କାଳରୁ ହିଁ ଲମ୍ବା କେଶ ସ୍ତ୍ରୀର ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟ ହୋଇଥାଏ ବୋଲି କୁହାଯାଉଛି । କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ର ମାନଙ୍କର କେଶ କମର ତଳକୁ ହେବା ଆଦୌ ଉଚିତ ନୁହେଁ । ମାତ୍ର ଯଦି ଥାଏ ତେବେ ତାହାକୁ ବାନ୍ଧି ରଖିବା ଉଚିତ ଯେପରି ତାହା ଭୂଇଁରେ ନଲାଗେ । କେଶ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ତେଣୁ ଯଦି ଏହା ଭୂଇଁକୁ ସ୍ପର୍ଶ କରେ ତେବେ ଭୂଇଁରୁ ନକରାତ୍ମକତା ଖୁବଶୀଘ୍ର କେଶକୁ ଆସିଯାଏ । ତେଣୁ ଯାହାର ନକରାତ୍ମକ ପ୍ରଭାବ ସେହି ସ୍ତ୍ରୀ ଉପରେ ପଡ଼ିଥାଏ ।

୨ . ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ମାନଙ୍କୁ ନିଜ କେଶ ସ୍ୱଚ୍ଛ ରଖିବା ଉଚିତ । ଯଦି ସ୍ୱଚ୍ଛ ନରଖନ୍ତି ତେବେ ମୁଣ୍ଡ କୁଣ୍ଡେଇ ହୋଇଥାଏ ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ମାସିକ ଧର୍ମ ସମୟରେ କେଶକୁ କିଛି ଦିନ ପର୍ଯ୍ୟନ୍ତ କେଶକୁ ଧୋଇବା ବର୍ଜିତ ବୋଲି କୁହାଯାଇଛି । କାରଣ ଏହି ସମୟରେ ଶରୀର ଖୁବ ଦୁର୍ବଳ ଥାଏ ତେଣୁ ଅଧିକ ପରିଶ୍ରମର କାମ କରିବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ସମୟରେ କିମ୍ବା ସୂର୍ଯ୍ୟାସ୍ତ ପରେ କେଶ ଧୋଇବା ଅଶୁଭ ହୋଇଥାଏ ।

୪ . ରାତିରେ ଶୋଇବା ସମୟରେ ସର୍ବଦା କେଶକୁ ବାନ୍ଧି ଶୋଇବା ଉଚିତ ନଚେତ ମସ୍ତକରେ ନକରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ । ଯେଉଁ କାରଣରୁ ସେହି ମହିଳାଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୫ . କେଶକୁ କୁଣ୍ଡାଇବା ସମୟରେ ଝଡୁଥିବା କେଶକୁ ଏଣେତେଣେ ପକାନ୍ତୁ ନାହିଁ । କାରଣ ତାହାର ଦୁରୂପଯୋଗ ହୋଇପାରେ । କାରଣ ତନ୍ତ୍ର ମନ୍ତ୍ର ଏବଂ କଳାଯାଦୁରେ ସର୍ବଦା ଲମ୍ବା କେଶର ଉପଯୋଗ ହୋଇଥାଏ ଏବଂ ଏହାର ପ୍ରଭାବ ଯେଉଁ ବ୍ୟକ୍ତିର କେଶ ହୋଇଥାଏ ତା ଉପରେ ପଡ଼ିଥାଏ ।

କେଉଁ କାମକୁ ରାତି ସମୟରେ କରିବା ଉଚିତ ନୁହେଁ :-

୧ . ରାତି ସମୟରେ କାହାକୁ ବି କ୍ଷୀର କିମ୍ବା ଦହି ଦେବା ଉଚିତ ନୁହେଁ । ଏହି ଜିନିଷକୁ କିଣି ଆପଣ ଘରକୁ ଆଣି ପାରିବେ ମାତ୍ର କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

୨ . ସୂର୍ଯ୍ୟାସ୍ତ ପୂର୍ବରୁ ପୁରା ଘରକୁ ସଫାସୁତୁରା କରି ନିଅନ୍ତୁ କାରଣ ଆବର୍ଜନା ମାତା ଲକ୍ଷ୍ମୀଙ୍କୁ ପସନ୍ଦ ନଥାଏ ।

୩ . ରାତ୍ରି ଭୋଜନ ପରେ ଅଇଁଠା ବାସନକୁ ରାତିରେ ହିଁ ଧୋଇ ସଫା କରନ୍ତୁ । ଯଦି ଆପଣ ଆଳସ୍ୟତା କାରଣରୁ ସେହିପରି ରଖି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ଘରୁ ଚାଲିଯିବେ । ତେଣୁ ଭୁଲରେ ବି ଏପରି କାମ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *