ତୁଳସୀ ପୂଜାରେ ଭୁଲରେ ବି ଏହି ତିନୋଟି ଜିନିଷ ଚଢ଼ାନ୍ତୁ ନାହିଁ ନଚେତ ମାତା କ୍ରୋଧିତ ହୋଇ ଯାଆନ୍ତି

ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଅନେକ ରୋଗର ପ୍ରତିକାର ହେଉଛି ତୁଳସୀ । ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ଥାଏ । ତୁଳସୀ ଗଛକୁ ପୂଜା ମଧ୍ୟ କରାଯାଏ । ଏପରି କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଦେବୀ ଦେବତା ମଧ୍ୟ ପ୍ରସନ୍ନ ହୁଅନ୍ତି । ଖାସ କରି ଶ୍ରୀକୃଷ୍ଣ । କିନ୍ତୁ ଏହି ତୁଳସୀ ଗଛକୁ ଘରେ ରଖିବାର ଏବଂ ପୂଜା କରିବାର କିଛି ବିଶେଷ ବିଧି ରହିଛି । ଯାହା ଜାଣିବା ନିହାତି ଆବଶ୍ୟକ ଅଟେ । ନଚେତ ଘରକୁ ସମସ୍ୟା ଆସିପାରେ କିମ୍ବା ମାତା ଲକ୍ଷ୍ମୀ ମଧ୍ୟ ରୁସ୍ଟ ହୋଇ ପାରନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ତୁଳସୀ ଗଛକୁ କେଉଁ ସ୍ଥାନରେ ଲଗାଇବା ଉଚିତ ଏବଂ କିପରି ରଖିବା ଉଚିତ । ଏହା ବ୍ୟତୀତ ତୁଳସୀ ଗଛରେ କେଉଁ ସମୟରେ ପାଣି ଦେବା ଉଚିତ । ତେବେ ଶାସ୍ତ୍ର ଅନୁଯାୟୀ ସେହି ସବୁ ମହତ୍ୱପୂର୍ଣ୍ଣ କଥା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

୧ . ସାଧରଣତଃ ଲୋକେ ତୁଳସୀ ଗଛକୁ ଖରାରେ ରଖିବା ପାଇଁ ଘରର ଛାତ ଉପରେ ରଖନ୍ତି । ମାତ୍ର ଏପରି କରିବା ଦ୍ୱାରା ଦୋଷ ଲାଗିଥାଏ । ଏହାଦ୍ୱାରା ଧନ ହାନୀ ଆରମ୍ଭ ହୋଇଯାଏ । ଛାତରେ ତୁଳସୀ ଗଛ ରଖିଲେ ଘରର ଉତ୍ତର ଦିଗରେ ପିମ୍ପୁଡ଼ି ବାହାରିବା ଆରମ୍ଭ ହୋଇଯିବ ଏବଂ ଏହାସହିତ ଉତ୍ତର ଦିଗରେ ଘରର କାନ୍ଥରେ ଫାଟ ସୃଷ୍ଟି ହେବ । ତେବେ ତୁଳସୀ ଗଛକୁ ଛାତ ଉପରେ କିମ୍ବା ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏହାକୁ ଆପଣ ପଶ୍ଚିମ ଏବଂ ଉତ୍ତରରୁ ଐଶାନ୍ୟ ଦିଗ ପର୍ଯ୍ୟନ୍ତ ମଧ୍ୟ ରଖାଯାଇ ପାରିବ ।

୨ . ଯେଉଁ ଘରେ ତୁଳସୀ ଗଛ ନଥାଏ ସେହି ଘର ବାହାରେ ପାରା ଘର ବନାଇଥାଏ । ଏପରି ହେବା ଅଶୁଭ ସଙ୍କେତ ଦର୍ଶାଇ ଥାଏ ।

୩ . ଦକ୍ଷିଣ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ସବୁବେଳେ କଳା ତୁଳସୀ ଗଛ ରଖାଯାଏ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ।

୪ . ଅନେକ ସମୟରେ ଲୋକଙ୍କ ଘରେ ତୁଳସୀ ଗଛ ରଖିବାର ଉପଯୁକ୍ତ ସ୍ଥାନ ନଥାଏ । ତେଣୁ ଏମିତିରେ ତୁଳସୀ ଗଛ ସହିତ ଏକ କଦଳୀ ଗଛ ରଖି ତାହାକୁ ମୌଲି ସୂତା ସହ ବାନ୍ଧି ରଖନ୍ତୁ । ଏପରି କରିବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଯାଏ ।

ତୁଳସୀ ଗଛକୁ ପୂଜା କରିବା ସମୟରେ ମହତ୍ୱପୂର୍ଣ୍ଣ ବିଧି :-

୧ . ମାସିକ ଧର୍ମ ସମୟରେ ମହିଳା ମାନେ ତୁଳସୀ ଗଛକୁ ପୂଜା କରିବା ଉଚିତ ନୁହେଁ । କାରଣ ଏହି ସମୟରେ ମହିଳା ଅପବିତ୍ର ହୋଇ ଥାନ୍ତି । ତେଣୁ ଏହି ସମୟରେ ଆଚାରକୁ ଛୁଇଁବା ଉଚିତ ନୁହେଁ , କାରଣ ତାହା ଖରାପ ହୋଇଯାଏ । ଏହି ସମୟରେ ମନ୍ଦିର କିମ୍ବା ତୁଳସୀ ଚଉରାକୁ ଯିବା ଉଚିତ ନୁହେଁ କାରଣ ଏହାଦ୍ବାରା ନଜର ଲାଗିପାରେ । ଏହି ସମୟରେ ଗଛରେ ପାଣି ଦେବା ଉଚିତ ନୁହେଁ କାରଣ ଗଛ ଶୁଖିଯାଏ । କୌଣସି ଧାର୍ମିକ କାର୍ଯ୍ୟ ମଧ୍ୟ କରିବା ଉଚିତ ନୁହେଁ । ତେଣୁ ମାସିକ ଧର୍ମ ସମୟରେ ତୁଳସୀ ପୂଜା କରନ୍ତୁ ନାହିଁ । ମାସିକ ଧର୍ମର ଚତୁର୍ଥ ଦିନ ପରେ ସ୍ନାନ କରି ଆପଣ କୌଣସି ବି ଧାର୍ମିକ କାର୍ଯ୍ୟ କରି ପାରିବେ ।

୨ . କୌଣସିବି ବିବାହିତା ସ୍ତ୍ରୀ ଯଦି ହିନ୍ଦୁ ଧର୍ମ ଅନୁଯାୟୀ ସାତ ଫେରା ନେଇନାହିଁ ତେବେ ସେ ତୁଳସୀ ପୂଜା କରି ପାରିବ ନାହିଁ କିମ୍ବା ତୁଳସୀ ଗଛରେ ଜଳ ଅର୍ପଣ କରି ପାରିବେ ନାହିଁ । ଏପରି କଲେ ସେ ପାପର ଭାଗିଦାର ହୁଅନ୍ତି । ତେଣୁ ଏମିତିରେ ସେହି ମହିଳା ତୁଳସୀ ଗଛ ଠାରୁ ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ଠାରୁ ଦୂରେଇ ରହିବା ଉଚିତ । ଝିଅ ମାନେ ତୁଳସୀ ପୂଜା କରି ପାରିବେ ।

୩ . ଚରିତ୍ରହୀନ କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି କେବେବି ତୁଳସୀ ପୂଜା କିମ୍ବା ତୁଳସୀ ଗଛକୁ ଛୁଇଁବା ଉଚିତ ନୁହେଁ । ଏପରି କଲେ ମାତା ତୁଳସୀ କ୍ରୋଧିତ ହୁଅନ୍ତି ।

ଉପାୟ :-

ଏକ ତମ୍ବା ପାତ୍ରରେ କିଛି ଜଳ ନେଇ ସେଥିରେ କିଛି ତୁଳସୀ ପତ୍ର ପକାଇ ଗୋଟିଏ ଦିନ ପର୍ଯ୍ୟନ୍ତ ସେହିପରି ଛାଡ଼ି ଦିଅନ୍ତୁ । ଆଗାମୀ ଦିନ ସେହି ପାଣିକୁ ଘରର ମୁଖ୍ୟ ଦ୍ୱାରରେ ପାଣି ଛିଟା ମାରନ୍ତୁ ଏବଂ ଅବଶିଷ୍ଟ ଜଳକୁ କୌଣସି ଗଛ ମୂଳରେ ଦିଅନ୍ତୁ । ଏପରି କଲେ ଘରର ନକରାତ୍ମକତା ଦୂର ହୋଇଯିବ ଏବଂ ସକାରାତ୍ମକତା ବାସ କରିବ । ଘର ସୁଖଶାନ୍ତିରେ ପୁରି ଉଠିବ ଏବଂ ଘରର ସଦସ୍ୟଙ୍କୁ ସଫଳତା ମିଳିବା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *