ଘଡ଼ି ଏବଂ କ୍ୟାଲେଣ୍ଡରକୁ ଭୁଲରେ ଏହି ଦିଗରେ ଲଗାନ୍ତୁ ନାହିଁ , ନଚେତ ଜୀବନସାରା କରଜରେ ବୁଡ଼ି ରହିବେ

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ରହିଥିବା ପ୍ରତ୍ୟେକ ବସ୍ତୁରେ ସକାରାତ୍ମକ ଏବଂ ନକରାତ୍ମକ ଶକ୍ତି ରହିଥାଏ । ତେଣୁ ଯଦି ସେହି ବସ୍ତୁ ଗୁଡ଼ିକୁ ଉଚିତ ଦିଗ ଏବଂ ଉଚିତ ସ୍ଥାନରେ ନରଖାଯାଏ ତେବେ ତାହାର ଖରାପ ପ୍ରଭାବ ଘର ଉପରେ ପଡ଼ିଥାଏ । ବିଜ୍ଞାନ ଅନୁଯାୟୀ ମଧ୍ୟ ସେହିସବୁ ବସ୍ତୁରୁ ଭାବରୁଥିବା ଭାଇବ୍ରେନ୍ସ ଆମ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇ ଥାଏ । ଯାହା ପୁରକାଳରୁ ହିଁ ଆମ ମୁନିଋଷି ମାନେ ବର୍ଣ୍ଣନା କରି ଯାଇଛନ୍ତି । ଆଜିକାର ମଡର୍ନ ବାସ୍ତୁ ଶାସ୍ତ୍ର ମଧ୍ୟ ପ୍ରାଚୀନ ବାସ୍ତୁ ଶାସ୍ତ୍ର ଆଧାରରେ ହିଁ ନିର୍ମାଣ କରାଯାଇଛି ଯାହାକି ବିଜ୍ଞାନ ତତ୍ତ୍ୱ ଉପରେ ହିଁ ଆଧାରିତ ଅଛି । ତେଣୁ ଆଜି ଆମେ ଘରର କିଛି ମହତ୍ୱପୂର୍ଣ୍ଣ ବସ୍ତୁ ବିଷୟରେ କହିବାକୁ ଯାଉଛୁ ।

୧ . ଘଡ଼ି :-

ସମସ୍ତଙ୍କ ଘରେ ଘଡ଼ି ନିଶ୍ଚିତ ଭାବରେ ଥାଏ ଯାହାକି ସମୟ ବିଷୟରେ ଅବଗତ କରାଏ । ଘଡ଼ି ଆଗାମୀ ସମୟ ବିଷୟରେ ମଧ୍ୟ ଆମକୁ ସୂଚିତ କରିଥାଏ । ଆମକୁ ସବୁବେଳେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଥାଏ । ତେଣୁ ଆମ ଜୀବନ ଉପରେ ସବୁଠାରୁ ଅଧିକ ପ୍ରଭାବ ଘଡ଼ିର ହିଁ ହୋଇଥାଏ । କାରଣ ଘଡ଼ି ଦ୍ୱାରା ହିଁ ଆମର ସମୟ ସଂଚାଳିତ ହୋଇଥାଏ । ଘଡ଼ି ଦ୍ୱାରା ହିଁ ଆମେ ଅନୁଶାସନରେ ଜୀବନକୁ ଅତିବାହିତ କରିପାରୁ । ସମୟ ହିଁ ଆମକୁ ଭଲ ଖରାପ ସମ୍ବନ୍ଧରେ ପ୍ରେରିତ କରିଥାଏ । ସମସ୍ତଙ୍କ ଜୀବନରେ ଖରାପ ସମୟ ଏବଂ ଭଲ ସମୟ ରହିଥାଏ ।

ଆଉ ସମୟ କାହାପାଇଁ ଅଟକି ମଧ୍ୟ ଯାଏ ନାହିଁ । କିନ୍ତୁ ଆଜି ଆମେ କହିବୁ ଯେ ସମୟକୁ ଭଲ କରିବା ପାଇଁ ଆପଣ ମାନେ କେଉଁ ସବୁ ଉପାୟ କରି ପାରିବେ । ଘଡ଼ିକୁ ଯଦି ଠିକ ସ୍ଥାନ ଏବଂ ଠିକ ଦିଗରେ ଲଗାଯାଏ ତେବେ ତାହାର ଖୁବ ଭଲ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ । ଯଦି ଆପଣ ଘଡ଼ିକୁ ଉପଯୁକ୍ତ ଦିଗରେ ନଲଗାନ୍ତି ତେବେ ଜୀବନ ଉପରକୁ ଅନେକ ବିପଦ ଆସିଥାଏ । ହଠାତ ଜୀବନରେ ଅନେକ ପରିବର୍ତ୍ତନ ଦେଖାଦିଏ । ମାତ୍ର ଯଦି ଆପଣ ଘଡ଼ିକୁ ବାହାର କରି ସଠିକ ସ୍ଥାନରେ ଲଗାଇ ଦିଅନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଏହି ପରିବର୍ତ୍ତନ ଆପଣ ନିଜେ ଅନୁମାନ କରି ପାରିବେ ।

୧ . ଘଡ଼ି ସହିତ ଆପଣ ଯଦି କ୍ୟାଲେଣ୍ଡରକୁ ଠିକ ସ୍ଥାନରେ ଏବଂ ଠିକ ଦିଗରେ ଲଗାନ୍ତି ତେବେ ତାହାଦ୍ୱାରା ମଧ୍ୟ ଶୁଭଫଳ ପ୍ରାପ୍ତ ହୋଇଥାଏ । ସାଧରଣତଃ ଗୋଲାକାର ଘଡ଼ି ଘରେ ଲଗାଇବା ଶୁଭ ହୋଇଥାଏ । କିନ୍ତୁ ମନେ ରଖନ୍ତୁ କୌଣସି ଘଡ଼ିରେ ଯେପରି ଭଗବାନଙ୍କ ଫୋଟ ନଥାଏ । ନଚେତ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯିବ । କାରଣ ଯେଉଁଠି ଭଗବାନ ଥାଆନ୍ତି ସେଠାରେ ପୂଜାପାଠ ଏବଂ ପ୍ରାର୍ଥନା ହୋଇଥାଏ । ତେଣୁ ଏପରି ଘଡ଼ି ଆଦୌ ଘରକୁ ଆଣନ୍ତୁ ନାହିଁ । ଆୟତକାର ଘଡ଼ି ମଧ୍ୟ ଘରକୁ ଆଣିବା ଭଲ ହୋଇ ନଥାଏ ।

୨ . ଘରେ ରଖିଥିବା ଘଡ଼ିକୁ ସ୍ୱଚ୍ଛ କିମ୍ବା ସମୟ ସମୟରେ ସଫା କରିବା ନିହାତି ଆବଶ୍ୟକ ଅଟେ । ଘରେ ଯଦି କୌଣସି ଖରାପ କିମ୍ବା ବନ୍ଦ ଥିବା ଘଡ଼ି ଅଛି ତେବେ ତାହାକୁ ସେପରି ରଖିବା ଅଶୁଭ ହୋଇଥାଏ । ତେଣୁ ତାହାକୁ ଠିକ କରି ରଖନ୍ତୁ । ବାସ୍ତୁ ଅନୁଯାୟୀ ବନ୍ଦ ଥିବା ଘଡ଼ି ମନୁଷ୍ୟର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହାଦ୍ବାରା ମଣିଷକୁ ନୂତନ ଅବସର ମଧ୍ୟ ପ୍ରାପ୍ତ ହୁଏ ନାହିଁ ।

୩ . ଘରେ ଥିବା ଘଡ଼ିକୁ ଭୁଲରେ ବି ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ କାରଣ ଦକ୍ଷିଣ ଦିଗ ଯମରାଜଙ୍କ ଦିଗ ହୋଇଥାଏ କିମ୍ବା ଏହାକୁ ମୃତ୍ୟୁ ଦିଗ ମଧ୍ୟ କୁହାଯାଏ । ଘଡ଼ିକୁ ପୂର୍ବ , ପଶ୍ଚିମ ଏବଂ ଉତ୍ତର ଦିଗରେ ଲଗାଇ ପାରିବେ । କିନ୍ତୁ ମନେ ରଖନ୍ତୁ ଘଡ଼ିକୁ ଘରର ମୂଖ୍ୟଦ୍ୱାର କିମ୍ବା ଲୋକେ ଯାଆସ କରୁଥିବା ସାଧାରଣ ଦ୍ୱାରରେ ଲଗାଇବା ଅଶୁଭ ହୋଇଥାଏ । କିମ୍ବା ପଛରେ ମଧ୍ୟ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ସମୟର ପ୍ରଭାବ ଆପଣଙ୍କ ଯିବାଆସିବାର ଗତି ଉପରେ ପଡ଼ିଥାଏ । ଘଡ଼ିକୁ ସର୍ବଦା କାନ୍ଥରେ ହିଁ ଲଗାଇବା ଉଚିତ ଯାହାଦ୍ୱାରା ଆପଣ ନିଜ ସମୟକୁ ଦେଖି ପାରିବେ ।

୪ . ଘଡ଼ି ଯେଉଁଭଳି ଭାବରେ ସମୟର ପ୍ରତୀକ ଅଟେ ସେହିଭଳି କ୍ୟାଲେଣ୍ଡର ମଧ୍ୟ ଆମକୁ ଦିନ ତାରିଖ ବିଷୟରେ ଅବଗତ କରାଇ ଥାଏ । କ୍ୟାଲେଣ୍ଡରକୁ କେବେବି ଦକ୍ଷିଣ ଏବଂ ଉତ୍ତର ଦିଗରେ ଲଗାଇବା ଉଚିତ ନୁହେଁ । ଏହାକୁ ପୂର୍ବ କିମ୍ବା ପଶ୍ଚିମ ଦିଗରେ ଲଗାଇ ପାରିବେ ।

Leave a Reply

Your email address will not be published. Required fields are marked *