ଚାଣକ୍ୟ ନୀତି: ଧନୀ ହେବ ପାଇଁ କରନ୍ତୁ ଏହି ୧ କାମ

ଚାଣକ୍ୟ ନୀତି ହେଉଛି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ଧର୍ମ ଗ୍ରନ୍ଥ ଯାହାକି ମନୁଷ୍ୟକୁ ଜୀବନର ପ୍ରତି ମୁହୂର୍ତ୍ତରେ ସଠିକ ନିଷ୍ପତ୍ତି ନେବାରେ ଶିକ୍ଷା ଦେଇଥାଏ । ଏହାବ୍ୟତୀତ ଜୀବନକୁ ସୁଖମୟ କରିବା ପାଇଁ ଏଥିରେ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି । ଚାଣକ୍ୟ ଖୁବ ଜ୍ଞାନୀ ଥିଲେ ଯିଏକି ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜ ସିଂହାସନରେ ବସାଇଥିଲେ । ଆଉ ତାଙ୍କ ରଚିତ ନୀତି ଚାଣକ୍ୟ ନୀତି ଯୁଗ ଯୁଗରୁ ମନୁଷ୍ୟର ଅନେକ କାମରେ ଲାଗି ଆସୁଛି । ଚାଣକ୍ୟ ନୀତିରେ ପ୍ରତିପାଦିତ ହେଉଥିବା ବ୍ୟକ୍ତିକୁ କୌଣସି ପ୍ରକାରର ସମସ୍ୟା ହୋଇ ନଥାଏ । ତେଣୁ ଆଜି ଆମେ ଧନର ସୁରକ୍ଷା ପାଇଁ ଚାଣକ୍ୟ କଣ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧ . ଧନ ସଞ୍ଚୟ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ଧନର ସଞ୍ଚୟ କରିବା ଉଚିତ । କାରଣ ଯେଉଁ ବ୍ୟକ୍ତି ଖରାପ ସମୟ ପାଇଁ ଧନ ସଞ୍ଚୟ କରିଥାଏ ସେ ଖୁବ ଜ୍ଞାନୀ ଭାବରେ ପରିଗଣିତ ହୋଇଥାଏ । ଭବିଷ୍ୟତରେ ତାକୁ କେବେ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ ।

୨ . ସଠିକ ଉପାୟରେ ଧନ ଆୟ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମଣିଷକ ସଠିକ ଉପାୟରେ ଧନ ଅର୍ଜନ କରିବା ଉଚିତ । କାରଣ ଧନ ଅର୍ଜନ ପାଇଁ ଯଦି ଶତ୍ରୁର ଆଗରେ ପଛରେ ବୁଲିବାକୁ ପଡ଼େ ତେବେ ତାହା ଆଦୋୖ ଉଚିତ ହୋଇନଥାଏ ଏବଂ ସେହି ଧନର ମହତ୍ତ୍ୱ ରହେ ନାହିଁ ।

୩ . ସମ୍ମାନ :-

ଯେଉଁଠି ମନୁଷ୍ୟକୁ ସମ୍ନାନ ମିଳେ ନାହିଁ ଏବଂ ଯେଉଁଠି ମନୁଷ୍ୟର ବଞ୍ଚିବାର ଠିକଣା ଏବଂ ରୋଜଗାରର ପନ୍ଥା ନାହିଁ ସେଠାରେ ରହିବା ନିରର୍ଥକ ଅଟେ । ଏହାବ୍ୟତୀତ ଯେଉଁଠି ସମ୍ପର୍କୀୟ କିମ୍ବା ମିତ୍ର ନାହାଁନ୍ତି ସେହି ସ୍ଥାନ ଛାଡ଼ିଦେବା ଉଚିତ ।

୪ . ଲକ୍ଷ ନିର୍ଦ୍ଧାରଣ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅର୍ଜନ କରିବା ପାଇଁ ମନୁଷ୍ୟର ଲକ୍ଷ ରହିବା ଆବଶ୍ୟକ । ଏହାବ୍ୟତୀତ କେବେବି ମନୁଷ୍ୟକୁ ନିଜ ଲକ୍ଷ ସମ୍ବନ୍ଧରେ ଅନ୍ୟ ସାମ୍ନାରେ ବଖାଣିବା ଉଚିତ ନୁହେଁ । ନଚେତ ଏହା ଉପରେ ସମସ୍ୟା ଆସିପାରେ ।

୫ . ଉଚିତ ଖର୍ଚ୍ଚ :-

ଚାଣକ୍ୟଙ୍କ ଅନୁଯାୟୀ ବ୍ୟବହାରରେ ଲାଗୁ ନଥିବା ଧନ କୌଣସି ଏକ ସମୟରେ ନିରର୍ଥକ ହୋଇଯାଏ । ସେହିପରି ଧନ ସଞ୍ଚୟ କରିବା ଜରୁରୀ ଏବଂ ଉଚିତ ସ୍ଥାନରେ ଖର୍ଚ୍ଚ କରିବା ମଧ୍ୟ ଜରୁରୀ ହୋଇଥାଏ । ଏହାସହିତ କିଛି ଦାନ କରିବା ମଧ୍ୟ ଉତ୍ତମ ଅଟେ ।

୬ . ଧନ ଜୀବନ ବାସନା ଏବଂ ଭଜନ :-

ଏହି ଚାରୋଟି ଜିନିଷ ଉପରେ ମନୁଷ୍ୟ କେବେବି ବିଜୟ କରି ପାରେ ନାହିଁ କାରଣ ଏହି ଚାରୋଟି ଜିନିଷ ଯେତେ ମିଳିଲେ ବି ମନୁଷ୍ୟ ସନ୍ତୁଷ୍ଟ ହୁଏନାହିଁ । ଏହାଛଡ଼ା ଖରାପ ସମୟ ପାଇଁ କିଛି ଧନ ସଞ୍ଚୟ କରିବା ଉଚିତ କାରଣ ଖରାପ ସମୟରେ ନିଜର ଲୋକ ମଧ୍ୟ ନିଜର ହୋଇ ରହନ୍ତି ନାହିଁ ।

୭ . ଅଧିକ ଭଲ :-

ଜୀବନରେ କେବେବି ଅଧିକ ଭଲ ଏବଂ ସଚ୍ଚଟ ହେବା ଉଚିତ ନୁହେଁ । କାରଣ ଏପରି ବ୍ୟକ୍ତି ଉପରେ ଲୋକେ ଅଧିକ ଅତ୍ୟାଚାର କରନ୍ତି ।

୮ . କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା :-

ଜୀବନରେ ଏକ ପାଦ ଆଗକୁ ଯିବା ପୂର୍ବରୁ ଦୁଇ ପାଦ ପଛକୁ ଫେରିଆସି ଭାବିବା ଉଚିତ । କାରଣ ଆପଣଙ୍କ ଉନ୍ନତି କାହା ଆଖିକୁ ଦେଖା ଯାଇ ନଥାଏ । ତେଣୁ ସବୁ ନିଷ୍ପତ୍ତି ନେବା ଆଗରୁ ଥରୁଟିଏ ନିଶ୍ଚିତ ଚିନ୍ତା କରିବା ଉଚିତ ।

୯ . ଉପଯୁକ୍ତ ରତ୍ନର ଚୟନ :-

ଦୁନିଆରେ ତିନୋଟି ବଡ଼ ରତ୍ନ ହେଉଛି ଅନ୍ନ , ପାଣି ଏବଂ ଜ୍ଞାନ । ଏହି ତିନୋଟି ଦ୍ୱାରା ହିଁ ମଣିଷ ଦୁନିଆରେ ସର୍ବଶ୍ରେଷ୍ଠ ହୋଇ ପାରିବ ଏବଂ ମହାନ ହୋଇ ପାରିବ ।

୧୦ . ହାନୀ ଲାଭ ଚିନ୍ତା :-

ମଣିଷକୁ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ନିଜର ଲାଭ କିମ୍ବା କ୍ଷତି ହେବ ଏହି ସମ୍ବନ୍ଧରେ ଚିନ୍ତା କରି କାର୍ଯ୍ୟ କରିବା ଉଚିତ ।

୧୧ . ଉପଯୁକ୍ତ ସମୟ :-

ମନୁଷ୍ୟକୁ ଉପଯୁକ୍ତ ସମୟରେ ସବୁ କାମ କରିବା ଉଚିତ ନଚେତ ସମୟ ସହିତ ତାଳ ଦେଇ ଚାଲି ପାରିବ ନାହିଁ ଏବଂ ପଛରେ ରହିଯିବ ଯାହାକି କେବେବି କର୍ମଠ ଲୋକଙ୍କ ଉଦାହରଣ ନୁହେଁ । ତେଣୁ ଧନ ଉପାର୍ଜନ ପାଇଁ ସବୁବେଳେ ସମାୟାନୁବର୍ତ୍ତି ହେବା ଉଚିତ।

୧୨ . ପଶୁ ଠାରୁ ଶିକ୍ଷା :-

ମନୁଷ୍ୟ ସବୁବେଳେ ନିଜକୁ ସର୍ବଶ୍ରେଷ୍ଠ ମାନିବା ଉଚିତ ନୁହେଁ କାରଣ ଦୁନିଆରେ ସବୁଠାରୁ ବିଶ୍ୱାସୀ କୁକୁରକୁ କୁହାଯାଇଛି । ତେଣୁ ମନୁଷ୍ୟକୁ କୁକୁର ଠାରୁ ଏହି ଗୁଣକୁ ଶିଖିବାକୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ।

୧୩ . ନିଜ କାମ ନିଜେ କରିବା :-

କର୍ମକୁ ଅନ୍ୟ ଉପରେ ଲଦିବା ଉଚିତ ନୁହେଁ । କାରଣ ଯିଏ କର୍ମ କରିଥାଏ ଫଳ ତାହାକୁ ହିଁ ମିଳିଥାଏ । ତେଣୁ ନିଜ କାମ ସବୁବେଳେ ନିଜେ କରିବା ଉଚିତ ।

Leave a Reply

Your email address will not be published. Required fields are marked *