ବିବାହିତା ସ୍ତ୍ରୀ ଏହି କିଛି କଥା ନିଜ ସ୍ୱାମୀଙ୍କୁ କେବେବି କହନ୍ତି ନାହିଁ , ଜାଣି ରଖନ୍ତୁ :-

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ଉପାୟ ଦିଆଯାଇଛି । ବାବହିତ ମହିଳା ମାନେ ସର୍ବଦା କିଛି କିଛି କଥା ନିଜ ସ୍ୱାମୀଙ୍କୁ ଲୁଚାଇ ଥାଆନ୍ତି ଯାହା ସେମାନେ କେବେବି କହନ୍ତି ନାହିଁ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିସବୁ କଥା ଗୁଡ଼ିକ ବିଷୟରେ କହିବୁ ।

ବିବାହ ଏକ ପବିତ୍ର ବନ୍ଧନ ଅଟେ । ବିବାହ ପରେ ସ୍ବାମୀ ସ୍ତ୍ରୀ ନିଜର ସବୁ ସୁଖ ଦୁଃଖକୁ ପରସ୍ପର ସହିତ ସେୟାର କରିବା ଉଚିତ ଏହାଦ୍ବାରା ଉଭୟଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ । ମାତ୍ର ଏହା ସମସ୍ତଙ୍କୁ ଜଣା ଯେ ମହିଳାଙ୍କ ମନରେ କେତେବେଳେ କଣ ଚାଲିଥାଏ ତାହା ଆଜି ପର୍ଯ୍ୟନ୍ତ ମଣିଷ ତ ଦୂରର କଥା କୌଣସି ଦେବତା ମଧ୍ୟ ଜାଣିପାରି ନାହାଁନ୍ତି । ଜଣେ ସ୍ତ୍ରୀ ର ମନ କଥା ଅନ୍ୟ ଜଣେ ସ୍ତ୍ରୀ ହିଁ ଜାଣି ପାରିବ । ଏମିତିରେ ମହିଳାଙ୍କୁ ଯୁଧିଷ୍ଠିରଙ୍କ ଠାରୁ ଅଭିଶାପ ମଧ୍ୟ ମିଳିଛି ଯେ ସେମାନେ କୌଣସି ରହସ୍ୟ କଥା ପେଟରେ ରଖି ପାରିବେ ନାହିଁ । କିନ୍ତୁ କିଛି ଏପରି କଥା ଅଛି ଯାହା ମହିଳା ମାନେ ସର୍ବଦା ନିଜ ସ୍ୱାମୀଙ୍କ ଠାରୁ ଲୁଚାଇ ରଖନ୍ତି ।

କୌଣସିବି ମହିଳା କିମ୍ବା ପୁରୁଷଙ୍କୁ ଭୁଲରେ ବି କାହା ସାମ୍ନାରେ ନିଜର ଦୁର୍ବଳତା କହିବା ଉଚିତ ନୁହେଁ । ନଚେତ ଭବିଷ୍ୟତରେ ସମସ୍ୟା ଉତ୍ପନ୍ନ ହୋଇଥାଏ । କାରଣ ମଣିଷ ଦୁର୍ବଳତା ଜାଣିଲେ ନିଜର ସ୍ଵାର୍ଥ ଅନୁଯାୟୀ ଠିକ ସମୟରେ ଫାଇଦା ଉଠାଇ ଥାଏ ।

୧ . ପୁରୁଣା ପ୍ରେମ :-

ବିବାହ ପୂର୍ବରୁ ମହିଳାଙ୍କ ଜୀବନରେ କେହି ନା କେହି ପୁରୁଷ ନିଶ୍ଚୟ ଆସି ଥାଆନ୍ତି । କିନ୍ତୁ ଏହା ଜଣେ ନାରୀର କର୍ତ୍ତବ୍ୟ ହୋଇଥାଏ ଯେ ସେ ତା ସହ ଶାରୀରିକ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ନଚେତ ସେ ତାର ଫାଇଦା ମଧ୍ୟ ଉଠାଇ ପାରେ । ଏହି ବିଷୟରେ ମହିଳା ନିଜ ସ୍ୱାମୀକୁ କେବେ କହେ ନାହିଁ । କାରଣ ତାକୁ ଭୟ ଥାଏ ଯେ ଏହା ଜାଣିବା ପରେ ତା ପ୍ରତି ସ୍ୱାମୀର ଥିବା ଭଲପାଇବା ଏବଂ ସମ୍ମାନ କମ ହୋଇପାରେ । ଜଣେ ଚରିତ୍ରବାନ ନାରୀ ପାଇଁ ସମ୍ମାନ ଠାରୁ ବଳି ଆଉ କିଛିବି ନଥାଏ । ମାତ୍ର ଯେଉଁ ସ୍ତ୍ରୀ ବିବାହ ପରେବି ନିଜର ପୁରୁଣା ପ୍ରେମ ସହିତ ଜଡ଼ିତ ଥାଏ ସେ ନିଜ ସହିତ ନିଜ ସ୍ୱାମୀର ଜୀବନ ମଧ୍ୟ ବର୍ବାଦ କରିଦିଏ ।

୨ . ମନର ଇଚ୍ଛା :-

ବିବାହ ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ମତାନ୍ତର ହୋଇଥାଏ । ତେଣୁ ଏହି କ୍ଷେତ୍ରରେ ଯାହାକୁ ହେଉ ଜଣକୁ ପଛକୁ ହଟିବାକୁ ପଡିଥାଏ ଏବଂ ନିଜ ଇଚ୍ଛାକୁ ମାରିବାକୁ ପଡିଥାଏ । ଯାହା ସ୍ତ୍ରୀ ହିଁ କରିଥାଏ । ନିଜ ସ୍ୱାମୀର ଖୁସି ପାଇଁ ନିଜ ନିଜର ଇଚ୍ଛା ସେତେବେଳେ ପ୍ରକଟ କରି ନଥାଏ । କିନ୍ତୁ ସ୍ତ୍ରୀ ର ମନର ଇଚ୍ଛାକୁ ଜାଣିବା ଜଣେ ସ୍ୱାମୀର କର୍ତ୍ତବ୍ୟ ଅଟେ । ଏପରି କଲେ ଦୁହିଁଙ୍କ ସମ୍ପର୍କ ଆହୁରି ଅଧିକ ମଜବୁତ ହୋଇଥାଏ ।

3 . ରୋଗ :-

ଅଧିକାଂଶ ମହିଳା ନିଜ ଶରୀରର ରୋଗ ଏବଂ ଯନ୍ତ୍ରଣା ନିଜ ସ୍ୱାମୀଙ୍କ ଠାରୁ ଲୁଚାଇ ଥାଆନ୍ତି । କାରଣ ସେମାନେ ଚାହାଁନ୍ତି ନାହିଁ ଯେ ଛୋଟ ଛୋଟ ସମସ୍ୟାକୁ ନେଇ ତାଙ୍କ ସ୍ୱାମୀ ଚିନ୍ତିତ ରୁହନ୍ତୁ । କିନ୍ତୁ ସ୍ତ୍ରୀ ର ଧ୍ୟାନ ରଖିବା ଜଣେ ସ୍ୱାମୀର କର୍ତ୍ତବ୍ୟ ହୋଇଥାଏ । କୌଣସି ଅନ୍ୟ କାମ ପାଇଁ ବିରକ୍ତ ଥିଲେ ରାଗ ସ୍ତ୍ରୀ ଉପରେ ବାହାର କରିବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କ ଖରାପ ହୋଇପାରେ ।

୩ . ଟଙ୍କା :-

ପ୍ରାୟତଃ ମହିଳା ନିଜ ସ୍ୱାମୀଙ୍କ ଠାରୁ ଲୁଚାଇ କିଛି ଟଙ୍କା ସଞ୍ଚୟ କରି ରଖନ୍ତି ଯାହାଦ୍ୱାରା ସେମାନେ ଘରର କିଛି ଛୋଟ ଛୋଟ ଆବଶ୍ୟକତା ପୂରଣ କରି ପାରିବେ । ମହିଳାଙ୍କୁ ଘର ସଜାଇବାକୁ ଭଲ ଲାଗେ । ତେଣୁ ସେମାନେ ଏହି ଟଙ୍କାକୁ ଘର ସଜାଇବା କାମରେ ଲଗାନ୍ତି । ଏହାସହିତ ସେମାନଙ୍କର ଏହି ଚିନ୍ତାଧାରା ଥାଏ ଯେ ଭବିଷ୍ୟତରେ ଟଙ୍କାର ଆବଶ୍ୟକତା ପଡ଼ିପାରେ । ସମୟ ଆସିଲେ ସେ ଏହି ଟଙ୍କା ସ୍ୱାମୀକୁ ଦେଇ ସାହାଯ୍ୟ ମଧ୍ୟ କରିଥାଏ ।

୫ . ମହିଳା ମାନେ ନିଜ ଜୀବନର କିଛି ରହସ୍ୟ ନିଜ ସାଙ୍ଗ ମାନଙ୍କ ସହିତ ସେୟାର କରନ୍ତି । ଯାହା ସେମାନଙ୍କୁ ଆଦୌ କରିବା ଉଚିତ ନୁହେଁ । ଚାଣକ୍ୟଙ୍କ ଅନୁଯାୟୀ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ବିଷୟରେ କାହାକୁ କହିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *