ଭୁଲରେ ବି ଘରେ ଫ୍ରିଜରେ ରଖନ୍ତୁ ନାହିଁ ଏହି ଦୁଇଟି ଜିନିଷ ନଚେତ ଗରୀବ ହୋଇଯିବେ

ଘରେ ପ୍ରତ୍ୟେକ ଜିନିଷ ରଖିବାର ଏକ ସଠିକ ଦିଗ ରହିଥାଏ । ଯେପରିକି ଫ୍ରିଜ ରଖିବାର ମଧ୍ୟ ଏକ ସଠିକ ଦିଗ ରହିଥାଏ । ଯାହାଦ୍ୱାରା ଘର ଅନ୍ନ ଧନରେ ଭରିଯାଏ ଏବଂ ଘର ଉପରକୁ କୌଣସି ସମସ୍ୟା ମଧ୍ୟ ଆସେ ନାହିଁ । ପୁଣି ତାହା ଶାରୀରିକ ହେଉ କିମ୍ବା ମାନସିକ ହେଉ । ଘର ପରିବାରର ସୁଖ ଶାନ୍ତି ପାଇଁ ବାସ୍ତୁ ଖୁବ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ସବୁ ବସ୍ତୁ ଉପଯୁକ୍ତ ଦିଗ ଏବଂ ଉପଯୁକ୍ତ ସ୍ଥାନରେ ରହିଥାଏ ସେହି ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ଏହାବ୍ୟତୀତ ଧନର ଆଗମନ ମଧ୍ୟ ହୋଇଥାଏ ।

ତେଣୁ ଫ୍ରିଜ ରଖିବାର ମଧ୍ୟ ଏକ ଉପଯୁକ୍ତ ଦିଗ ରହିବା ଉଚିତ । ଘର ସଫସୁତୁରା ରହିଲେ ଏବଂ ସବୁ ଜିନିଷ ଠିକ ଠିକ ସ୍ଥାନରେ ରହିଲେ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାବ୍ୟତୀତ ଘରର ବାତାବରଣ ମଧ୍ୟ ଶାନ୍ତ ରହେ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଫ୍ରିଜ କେଉଁ ଦିଗରେ ରଖିବା ଉଚିତ ଏବଂ ଫ୍ରିଜରେ କେଉଁ ଜିନିଷ ଆଦୌ ରଖିବା ଉଚିତ ନୁହେଁ ।

୧ . ଯଦି ଆପଣ ଚାହୁଁଛନ୍ତି ଯେ ଘରେ କେବେ ଅନ୍ନର ଅଭାବ ଦେଖା ନଦେଉ କିମ୍ବା ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ନହେଉ ତେବେ ଘରର ମୁଖ୍ୟ ଦିଗ ଅର୍ଥାତ ଉତ୍ତର ଦିଗରେ ଫ୍ରିଜ ରଖିନ୍ତୁ । ଯଦି ଏପରି ସୁବିଧା ନଥାଏ ତେବେ ଅଗ୍ନି କୋଣରେ ଫ୍ରିଜ ରଖନ୍ତୁ । ଅର୍ଥାତ ପୂର୍ବ ଏବଂ ଦକ୍ଷିଣ ଦିଗରେ । ଯେହେତୁ ଫ୍ରିଜ ବିଦ୍ୟୁତ ଦ୍ୱାରା ଚାଲିଥାଏ ଏବଂ ଏଥିରେ ଅଗ୍ନିର ବାସ ହୋଇଥାଏ , ସେହିପରି ଗ୍ୟାସରେ ବାୟୁର ବାସ ହୋଇଥାଏ । ଏଥିପାଇଁ ଏହାକୁ ବାୟୁ ସହିତ ତୁଳନା କରାଯାଏ । କିନ୍ତୁ ଯଦି ଏହି ଦୁଇ ଦିଗକୁ ଛାଡ଼ି ଅନ୍ୟ ଦିଗରେ ଫ୍ରିଜ ରଖନ୍ତି ତେବେ ଘରେ ଅନ୍ନ ଏବଂ ଧନର ସମସ୍ୟା ହେବା ଆରମ୍ଭ ହୋଇଯାଏ । ସର୍ବଦା ଏଥିପ୍ରତି ଧ୍ୟାନ ରଖିବେ ଯେପରି ଫ୍ରିଜର କବାଟ ପୂର୍ବ ଦିଗକୁ ଖୋଲିବ ।

ପୂର୍ବ ଦିଗକୁ ଅନ୍ନ ଏବଂ ଧନର ଦିଗ କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗରେ ଫ୍ରିଜ ରଖିଲେ ଧନ ହାନୀ ହୋଇନଥାଏ । ଘରେ ସୁଖ ସମୃଦ୍ଧି ହୋଇଥାଏ । ଏହାଛଡ଼ା ପୂର୍ବ ଦିଗରେ ସୂର୍ଯ୍ୟଦେବଙ୍କର ଉଦୟ ମଧ୍ୟ ହୋଇଥାଏ । ତେଣୁ ଯଦି ଫ୍ରିଜର କବାଟ ପୂର୍ବ ଦିଗକୁ ଖୋଲେ ତେବେ ସକରାତ୍ମକ ଶକ୍ତି ବୃଦ୍ଧି ପାଏ । ଯାହାଦ୍ୱାରା ଫ୍ରିଜର ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ଏବଂ କାମରେ ମନ ଲାଗିବ ।

ଭୁଲରେ ବି ଫ୍ରିଜରେ କୌଣସି ଔଷଧ କିମ୍ବା ଇଂଜେକସନ ରଖନ୍ତୁ ନାହିଁ । ଅନେକ ଇଂଜେକସନ ଏପରି ଥାଏ ଯାହାକୁ ଫ୍ରିଜରେ ରଖାଯାଏ । ଏହା ବ୍ୟତିକ୍ରମ ଅଟେ । କିନ୍ତୁ ଯଦି ଆପଣ ଫ୍ରିଜରେ ଔଷଧ ରଖନ୍ତି ତେବେ ରାହୁ କେତୁ ଖରାପ ହୋଇ ଯାଆନ୍ତି । ଧନ ହାନୀ ହୋଇଥାଏ । ଅନ୍ୟ ପକ୍ଷରେ ଚକଟା ଅଟା ରଖିଲେ ଅନ୍ନର ଅଭାବ ହୋଇଥାଏ । ଫ୍ରିଜ ଉପରେ କେବେବି କୌଣସି ଜିନିଷ ରଖନ୍ତୁ ନାହିଁ । ବରଂ ସବୁବେଳେ ଫ୍ରିଜ ଉପର ପରିଷ୍କାର ରଖନ୍ତୁ । ବାସ୍ତୁ ଅନୁଯାୟୀ ଫ୍ରିଜର ଉପରି ଭାଗ ଶନିଦେବଙ୍କ ସ୍ଥାନ ହୋଇଥାଏ ବୋଲି କୁହାଯାଏ ।

ତେଣୁ ତାହାକୁ ଆପରିସ୍କାର ରଖିଲେ ଶନି ବିରକ୍ତ ହେବେ । ଏସବୁ ବ୍ୟତୀତ ଫ୍ରିଜକୁ ସବୁବେଳେ ପରିପୂର୍ଣ୍ଣ ବି ରଖିବା ଉଚିତ ନୁହେଁ । କାରଣ ଭରପୁର ରହୁଥିବା ଫ୍ରିଜ ସବୁବେଳେ ଘରେ କରଜ ବଢ଼ାଇ ଥାଏ ଏବଂ ଅଯଥା ଖର୍ଚ୍ଚ ବଢ଼ାଇ ଥାଏ । ବାସୀ ଖାଦ୍ୟ ଫ୍ରିଜରେ ଆଦୌ ରଖନ୍ତୁ ନାହିଁ ।ନଚେତ ବୁଧ ଖରାପ ହୋଇଯିବେ ।

Leave a Reply

Your email address will not be published. Required fields are marked *