ଭୁଲରେ ଏହି ପାଞ୍ଚଟି ଜିନିଷ ଦେଖିବା ପରେ ବ୍ୟକ୍ତି ମାଲାମାଲ ହୋଇଯାଏ , ଯାହାଦ୍ୱାରା ତାର ଭାଗ୍ୟ ଚମକି ଯାଏ :-

ଅନେକ ସମୟରେ ବ୍ୟକ୍ତି କିଛି ଏପରି ଜିନିଷ ଦେଖିବା ଦ୍ୱାରା ତା ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ତାକୁ ଧନ ପ୍ରାପ୍ତି ହୋଇଥାଏ । ସମୟ ସମୟରେ ଆପଣ କରୁଥିବା ଭୁଲ ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ତାହା ଆପଣଙ୍କ ପାଇଁ ଖୁବ ଭଲ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ କାମ ଭୁଲରେ ହୋଇଗଲେ ବ୍ୟକ୍ତି ଧନୀ ହୋଇଯାଏ । ତା ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଚାଲନ୍ତୁ ସେହି ପାଞ୍ଚଟି ଭୁଲ ବିଷୟରେ ଜାଣିନେବା ।

୧ . ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମୃତ୍ୟୁ ଏକ ଏପରି ଜିନିଷ ତାହାକୁ ଟାଳି ହେବ ନାହିଁ । ଆଉ ଦୁନିଆରେ ଯିଏ ଜନ୍ମ ହୋଇଛି ତାହାର ମୃତ୍ୟୁ ସୁନିଶ୍ଚିତ । ଅନେକ ସମୟରେ ଯଦି ଆପଣ କୌଣସି ରାସ୍ତା ଦେଇ ଯାଉଥିବା ସମୟରେ ଶବ ଯାତ୍ରା ଦେଖନ୍ତି ତେବେ ଆପଣ ଭାବନ୍ତି ଯେ ଏହା ଅଶୁଭ । ମାତ୍ର ମନେ ରଖନ୍ତୁ ଯେ କୌଣସି ଶବ ଯାତ୍ରା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ଯଦି ଆପଣ ଏପରି ଦେଖନ୍ତି ତେବେ ହାତ ଯୋଡ଼ି ନତମସ୍ତକ କରନ୍ତୁ । ଏହାପରେ ଶିବ ଶିବ ଜପ କରନ୍ତୁ । ଏହାକୁ ନେଇ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସଂସାର ଛାଡ଼ି ଯାଉଛି ସେ ଆପଣଙ୍କ ସବୁ ସମସ୍ୟାକୁ ନିଜ ସହିତ ନେଇ ଯାଏ । ଯାହାଦ୍ୱାରା ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ । ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ ।

୨ . ଅନେକ ସମୟରେ ଆପଣ ରାସ୍ତାରେ କିନ୍ନର ଦେଖିଲେ ଅଶୁଭ ମାନନ୍ତି । କିନ୍ତୁ ବାସ୍ତବ କଥା ଏହା ଯେ କିନ୍ନର ଭଗବାନ ବ୍ରହ୍ମାଙ୍କ ଛାୟାରୁ ସୃଷ୍ଟି । ଯାହାଙ୍କୁ ବରଦାନ ସ୍ୱରୂପ ମାନା ଯାଏ । ଏପରି କୁହାଯାଏ ଯେ କିନ୍ନରଙ୍କୁ ଦେଖିଲେ ଏବଂ ସେମାନଙ୍କ ଆଶୀର୍ବାଦ ନେଲେ ବ୍ୟକ୍ତି କେବେବି ଖାଲି ଯାଏ ନାହିଁ । ତେଣୁ କିନ୍ନରଙ୍କୁ ଦେଖିବା ଶୁଭ ସଙ୍କେତ ହୋଇଥାଏ ବୋଲି କୁହାଯାଏ ।

୩ . ସଡ଼କରେ ପଇସା :-

ଭୁଲରେ ସଡ଼କରେ ମିଳୁଥିବା ଟଙ୍କାକୁ ଖୁବ ଶୁଭ ମାନା ଯାଏ । ଏହା ଆପଣଙ୍କ ସହିତ ମାତା ଲକ୍ଷ୍ମୀଙ୍କ ବାସକୁ ସୂଚାଇ ଥାଏ । ତେଣୁ ଯେଉଁ ବ୍ୟକ୍ତିଙ୍କୁ ଏପରି ରାସ୍ତାରେ ଟଙ୍କା ମିଳିଥାଏ ତାହା ସୂଚାଇ ଥାଏ ଯେ ସେହି ବ୍ୟକ୍ତି ଧନର ମୂଲ୍ୟ ଜାଣିଛି ।

୪ . ଭୁଲରେ ଅଧା ରାତିରେ ଉଠିବା :-

ସାଧରଣତଃ ଆପଣ ରାତିରେ ଶୋଇ ସକାଳୁ ଉଠନ୍ତି । କିନ୍ତୁ ଅଧା ରାତିରେ ନିଦ ଭାଙ୍ଗିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହି ସମୟରେ ଭଗବାନଙ୍କୁ ସିଧାସଳଖ କରାଯାଇଥିବା ପ୍ରାର୍ଥନା ପୂରଣ ହୋଇଯାଏ । ଏହି ସମୟରେ ଭୁଲରେ ଭୁଲରେ ଉଠିଥିବା ବ୍ୟକ୍ତି ଆଦୌ ଡରିବା ଉଚିତ ନୁହେଁ । କାରଣ ଆପଣଙ୍କୁ ଭଗବାନ ହିଁ ଉଠାଇଛନ୍ତି । ଏମିତିରେ ଆପଣଙ୍କୁ ଭଗବାନଙ୍କ ଜପ କରିବା ଉଚିତ । ଏହି ସମୟ ରାତି ୨ ରୁ ୫ ମଧ୍ୟରେ ହୋଇଥାଏ ।

୫ . ଧାର୍ମିକ ବସ୍ତୁ :-

ଭୁଲରେ ମିଳିଥିବା କୌଣସି ଧାର୍ମିକ ବସ୍ତୁ ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ । ଏହାଦ୍ବାରା ଦେବୀ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ଥିବା ଜଣା ପଡ଼ିଥାଏ । ଏହାଦ୍ବାରା ଆପଣଙ୍କ ସବୁ ବିଗିଡ଼ି ଯାଇଥିବା କାମ ମଧ୍ୟ ପୂରଣ ହେବାର ସଙ୍କେତ ମିଳେ । ତେଣୁ ସେହି ଜିନିଷକୁ ଆପଣ ନିଜ ଘରେ ସାଇତି ରଖିବା ଉଚିତ ।

Leave a Reply

Your email address will not be published. Required fields are marked *