ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଦେଇଥାଏ ଏହି ସ-ଙ୍କେତ , ଘରେ ନଥିଲେ ନିଶ୍ଚୟ ରଖନ୍ତୁ :-

ଆମ ଜୀବନରେ ଯେଉଁ ମୁହୂର୍ତ୍ତରେ କୌଣସି ଖୁସି ଖବର ଆସେ ତା ପୂର୍ବରୁ ହିଁ ତୁଳସୀ ଏହାର ସଙ୍କେତ ଦେଇଥାଏ । ତେଣୁ ତାହା କିପରି ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ମନେ ରଖନ୍ତୁ ତୁଳସୀ ଗଛ ରଖିବାର ଏକ ଉଚିତ ଦିଗ ରହିଛି ଯଥା ପୂର୍ବ କିମ୍ବା ଉତ୍ତର ଦିଗ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଘରେ ରଖିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ତେଣୁ ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି ତେବେ ଘରେ ତୁଳସୀ ବଗିଚା ଅର୍ଥାତ ଏକାଧିକ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଏହାଦ୍ବାରା ଘରେ ହେଉଥିବା ଅଶାନ୍ତି ଦୂର ହୋଇଯାଏ ।

ତୁଳସୀ ଗଛକୁ ଆପଣ ଘର ଅଗଣାରେ କିମ୍ବା ଛାତ ଉପରେ ଲଗାଇବା ଉଚିତ । କିନ୍ତୁ ଭୁଲରେବି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବେ ନାହିଁ । କାରଣ ସେପରି କ୍ଷେତ୍ରରେ ତୁଳସୀ ଗଛ ଫାଇଦା ବଦଳରେ କ୍ଷତି କରିଥାଏ । ବଡ଼ ଗଛ ଗୁଡ଼ିକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ଲଗାଇବା ଭଲ ହୋଇଥାଏ । ମାତ୍ର ତୁଳସୀ ଭଳି ଗଛକୁ ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇବା ଭଲ ହୋଇଥାଏ । ଅଲଗା ଦିଗରେ ଲଗାଇଲେ ଏହା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଏହାବ୍ୟତୀତ ଲତା ଜାତୀୟ ଗଛକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଉଚିତ । ଧ୍ୟାନ ଦେବେ ଯେପରି ତାହା ଲତା ଭଳି କେବଳ ଦ୍ୱାରରେ ରହେ କାହାରୁ ରାସ୍ତାରେ ବାଧା ସୃଷ୍ଟି ନକରେ ।

ଯେଉଁ ବୃକ୍ଷ ଶୁଭ ହୋଇଥାଏ ତାହା ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ । ତୁଳସୀ ଗଛକୁ ଲୋକେ ପୂଜା କରନ୍ତି ଏବଂ ସାମ୍ନାରେ ଦୀପ ପ୍ରଜ୍ବଳନ କରନ୍ତି । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୁଏ ନାହିଁ ଏବଂ ଘରେ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖି ଯାଉଛି ତେବେ ତାକୁ ତୁରନ୍ତ ଉପାଡ଼ି ଜଳରେ ପ୍ରବାହିତ କରି ଦିଅନ୍ତୁ ନଚେତ ମାଟିରେ ପୋତି ଦିଅନ୍ତୁ । ମାତ୍ର ପୋତିବା ଆଗରୁ ସେଥିରୁ କିଛି ଅଂଶ କାଟି ରଖି ଦିଅନ୍ତୁ । କାର୍ତ୍ତିକ ମାସ ପୂଜା ସମୟରେ ଦୀପ ଜାଳିବା ସମୟରେ ଦୀପ ରେ ସେହି ଛୋଟ ଅଂଶକୁ ପକାଇ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ତୁଳସୀ ଗଛ ମୂଳରେ କିମ୍ବା ପାଖରେ ଦୁବ ଘାସ ହୁଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଏପରି ଛାତ ଉପରେ ହେଲେ ତୁରନ୍ତ ତୁଳସୀ ଗଛକୁ ତଳକୁ ନେଇ ଆସନ୍ତୁ । କାରଣ ଛାତରେ ଦୁବ ଘାସ ହେଲେ ରାହୁ ସକ୍ରିୟ ହୋଇଥାଏ । ତୁଳସୀ ଗଛ ଦ୍ୱାରା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ହିନ୍ଦୁ ଧର୍ମରେ ତୁଳସୀକୁ ବିଭିନ୍ନ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ । ଘରେ ତୁଳସୀ ଗଛ ଥିଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । କାରଣ ତୁଳସୀ ଗଛକୁ ଉଦ୍ଧାର କରୁଥିବା ଦେବୀ ମାନା ଯାଇଛି ।

ସବୁ କ୍ଷେତ୍ରରେ ତୁଳସୀ ଲାଭ ଦେଇଥାଏ । ମାତ୍ର ତୁଳସୀ ଗଛ ପ୍ରତି କିଛି ଧ୍ୟାନ ଦେବା ଉଚିତ । ଯେପରିକି ତୁଳସୀ ଗଛରେ ଅଧିକ ପାଣି ଦେବା ଉଚିତ ନୁହେଁ । ଭୁଲରେ ବି ରବିବାର , ଏକାଦଶୀ , ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣରେ ତୁଳସୀ ଗଛକୁ ଛୁଅନ୍ତୁ ନାହିଁ । ଏହାଦ୍ବାରା ପରିବାର ଉପରକୁ ସମସ୍ୟା ଆସିପାରେ । ସେହିଦିନ ତୁଳସୀ ଗଛର ପତ୍ରକୁ ଆଦୌ ଛିଡାନ୍ତୁ ନାହିଁ ଏବଂ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଏକ ଦୀପ ଜଳାନ୍ତୁ ।

Leave a Reply

Your email address will not be published. Required fields are marked *