କେଉଁଠି ବି ଏହି ଫଳ ମିଳିଲେ ତୋଳି ନିଅନ୍ତୁ । ସାତ ଜନ୍ମ ପର୍ଯ୍ୟନ୍ତ ଧନ ଶେଷ ହେବ ନାହିଁ !

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଫଳ ବିଷୟରେ କହିବୁ ଯାହାର ସିଧାସଳଖ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଛି । ଯେଉଁ ଗ୍ରହ ଜୀବନରେ ଖୁବ ସୁଖ ପ୍ରଦାନ କରିଥାନ୍ତି । ସେହି ଗଛ ହେଉଛି ଡିମିରି ଫଳ ଗଛ । ଯେଉଁ ଗଛ ସହିତ କିଛି ଏପରି ଉପାୟ ଜଡ଼ିତ ଅଛି ଯାହାକି ଜୀବନର ସବୁ ସମସ୍ୟାକୁ ଦୂର କରିବ । ଏହାକୁ ଦୈବୀୟ ବୃକ୍ଷ ମଧ୍ୟ କୁହାଯାଏ । ସନାତନ ଧର୍ମର ବୃକ୍ଷକୁ ଭଗବାନ ସ୍ୱରୂପ ମାନା ଯାଇଥାଏ । ତେଣୁ ସେହି ଅନୁସାରେ କିଛି ଏପରି ଗଛ ଅଛି ଯାହାଦ୍ୱାରା ଆମକୁ ପ୍ରାଣବାୟୁ ମିଳିଥାଏ ଏବଂ ଆଉ କିଛି ଏପରି ଗଛ ଅଛି ଯାହାକୁ ପୂଜା କରାଯାଏ ।

୧ . ଯଦି ଆପଣ ନିଜ ହାତରେ ଏହି ଡିମିରି ଫଳ ବୃକ୍ଷ ଗଛ ଲଗାଇ ନିୟମିତ ଜଳ ଅର୍ପଣ କରନ୍ତି ଏବଂ ତା ତଳେ ଦୀପ ପ୍ରଜ୍ଜ୍ୱଳନ କରନ୍ତି ତେବେ ଆପଣଙ୍କ ଜାତକର ଶୁକ୍ର ଗ୍ରହ ଭଲ ହୋଇଥାଏ । ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କୁ ଏପରି ଲାଗୁଛି ଯେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ରହିଛି । ସବୁ ଥାଇ ବି ସୁଖ ନାହିଁ ତେବେ ଏହା ଜାଣି ନିଅନ୍ତୁ ଯେ ଆପଣଙ୍କ ଜାତକରେ ଶୁକ୍ର ଗ୍ରହ ଦୁର୍ବଳ ଅଛନ୍ତି । ତେଣୁ ଆପଣ ଏହି ଗଛର ଏକ ପ୍ରୟୋଗ ଆପଣାନ୍ତୁ ଯାହାକି ଆପଣଙ୍କୁ ଧନ ଦେବା ସହିତ ସୁଖ ମଧ୍ୟ ଦେବ ।

କୌଣସି ବି ମାସର ଶୁକ୍ଳ ପକ୍ଷରେ କୌଣସି ଗୋଟିଏ ଶୁକ୍ରବାରରେ ଆପଣ ନିଜ ହାତରେ ଏହି ବୃକ୍ଷ ରୋପଣ କରନ୍ତୁ । ତାହାର ଯତ୍ନ ନିଅନ୍ତୁ ଏବଂ ସେଥିରେ ନିୟମିତ ଭାବରେ ଜଳ ଅର୍ପଣ କରନ୍ତୁ । ଏହି ଗଛ ଯେତେ ବଢ଼ିବ ସେତେ ଆପଣଙ୍କ ଜୀବନରେ ଧନ ପ୍ରାପ୍ତ ହେବ ଏବଂ ସମସ୍ୟାର ସମାପ୍ତି ହେବ । ଯେତେବେଳେ ଏହି ଗଛ ଫଳ ଦେବା ଆରମ୍ଭ କରିବ ଆପଣଙ୍କ ଜୀବନରେ ଉନ୍ନତି ମଧ୍ୟ ଆରମ୍ଭ ହୋଇଯିବ ।

ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ କୌଣସି ମାସର ଶୁକ୍ଳପକ୍ଷର କୌଣସି ଗୋଟିଏ ଶୁକ୍ରବାର ଦିନ ଏହି ଗଛ ପାଖକୁ ଯାଇ ଗଛ ମୂଳରେ ଗଙ୍ଗା କିମ୍ବା ସାଧାରଣ ଜଳ ଢାଳି ଦିଅନ୍ତୁ । ଏବଂ ଏହାପରେ ଏକ କୋଏନ ଏବଂ ସୁପାରି ରଖି ଏହି ପ୍ରାର୍ଥନା କରନ୍ତୁ ଯେ ‘ ଆମେ ଆପଣଙ୍କୁ ନେବାକୁ ଆସିଛୁ ଆପଣ ଚାଲନ୍ତୁ ‘ । ଧନ ସମସ୍ୟା ପୂରଣ କରନ୍ତୁ । ଏତିକି କହି ମୂଳରୁ ସାମାନ୍ୟ ଅଂଶ ନେଇ ଆସନ୍ତୁ । ତାହାକୁ ଆଣି ଏକ ଚାନ୍ଦି ତାବିଜରେ ରେ ଧାରଣ କରନ୍ତୁ । ଏପରି କରିଲେ ଆପଣଙ୍କ ସମସ୍ୟା ଦୂରେଇ ଯିବ ଏବଂ ମନସ୍କାମନା ପୂରଣ ହେବ ।

Leave a Reply

Your email address will not be published. Required fields are marked *