ଏହି ଚାରୋଟି ତିଥିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ବନ୍ଧ ସ୍ଥାପନ ହେବା ଉଚିତ ନୁହେଁ , ଜାଣି ରଖନ୍ତୁ ସେହି ଚାରୋଟି ତିଥି ବିଷୟରେ :-

ବିଶ୍ୱର ସୃଷ୍ଟିକର୍ତ୍ତା ବ୍ରହ୍ମା ଯେତେବେଳେ ମନୁଷ୍ୟର ସୃଷ୍ଟି କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ସେ ମନୁଷ୍ୟ ସୃଷ୍ଟିକୁ ଅଧିକ ଦ୍ରୁତ କରିବାକୁ ଭଗବାନ ଶିବଙ୍କ ପାଖକୁ ଗଲେ । ଯେଉଁଠି ଭଗବାନ ଶିବ ନିଜର ଅର୍ଦ୍ଧନାରୀଶ୍ୱର ରୂପ ଦ୍ୱାରା ପୁରୁଷ ଏବଂ ନାରୀଙ୍କ ସମ୍ବନ୍ଧ ସ୍ଥାପନ କଲେ । ସେହିଠାରୁ ହିଁ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ ହେଲେ ହିଁ ବଂଶ ବୃଦ୍ଧି ହୋଇଥାଏ । ମାତ୍ର ବ୍ରହ୍ମା କିଛି ଏପରି ଦିନକୁ ଧାର୍ଯ୍ୟ କରିଛନ୍ତି ଯଦି ସେହି ଦିନରେ ନାରୀ ଏବଂ ପୁରୁଷ ସମ୍ଭୋଗ କରନ୍ତି ତେବେ ତାଙ୍କ ଜୀବନରେ ସମସ୍ୟା ଆସିପାରେ । ତେଣୁ ଚାଲନ୍ତୁ ସେହି ଦିନ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଅଷ୍ଟମୀ ଏବଂ ଚତୁର୍ଥୀ :-

ବ୍ରହ୍ମଵୈବର୍ତ ପୁରାଣରେ ଏହି ସମ୍ବନ୍ଧରେ ବର୍ଣ୍ଣିତ ରହିଛି । ସାଧରଣତଃ ପ୍ରତିମାସର ଶୁଳ୍କପକ୍ଷର ଅଷ୍ଟମ ଦିବସକୁ ଅଷ୍ଟମୀ କୁହାଯାଏ । ଯେଉଁଦିନ ମାତା ଦୁର୍ଗାଙ୍କ ଉପାସନା କରାଯାଏ । ଏହାବ୍ୟତୀତ ଚୈତ୍ର ମାସର କୃଷ୍ଣପକ୍ଷକୁ ଚତୁର୍ଥୀ କୁହାଯାଏ । ଯେଉଁଦିନ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଏହିଦିନ ପୁରୁଷ ଏବଂ ନାରୀ ସମ୍ଭୋଗ କରିବା ଉଚିତ ନୁହେଁ ବରଂ ଏହିଦିନ ଉଭୟ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ନଚେତ ତାଙ୍କ ଜୀବନରେ ଏବଂ ସନ୍ତାନଙ୍କ ଜୀବନରେ ସମସ୍ୟା ଆସିଥାଏ ।

୨ . ଅମାବାସ୍ୟା ଏବଂ ପୂର୍ଣ୍ଣିମା :-

ଅମାବାସ୍ୟା ଦିନ ଚନ୍ଦ୍ର ଆଦୌ ଦେଖା ଯାଆନ୍ତି ନାହିଁ । ସେହିପରି ପୂର୍ଣ୍ଣିମା ଦିନ ପୂର୍ଣ୍ଣ ଚନ୍ଦ୍ର ଦେଖା ଯାଇଥାଏ । ସେହିପରି ଅନ୍ୟାନ୍ୟ ପୂର୍ଣ୍ଣିମା ଗୁଡ଼ିକ ହେଉଛି ଗୁରୁ ପୂର୍ଣ୍ଣିମା , ବୈଶାଖ ପୂର୍ଣ୍ଣିମା , କାର୍ତ୍ତିକ ପୂର୍ଣ୍ଣିମା । ତେଣୁ ଏହିଦିନ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ହୋଇଥାଏ ଏବଂ ଅନ୍ୟାନ୍ୟ ନକରାତ୍ମକ ଶକ୍ତିର ଶକ୍ତି ବଢ଼ିଯାଏ । ତେଣୁ ଏହିଦିନ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ସ୍ଥାପନ ନକରି ବରଂ ଏହି ନକରାତ୍ମକ ଉର୍ଜା ଠାରୁ ପରିବାରକୁ ସୁରକ୍ଷିତ କରିବା ପାଇଁ ନିଜ ଇଷ୍ଟ ଦେବତାଙ୍କୁ ଆରାଧନା କରିବା ଉଚିତ ।

୩ . ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ :-

ବର୍ଷର ଯେତିକି ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ ଥାଏ ସେହି ଦିନରେ ଯଦି ସ୍ୱାମୀ ସ୍ତ୍ରୀ ସମ୍ଭୋଗ କରନ୍ତି ତେବେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ପୁରୁଷ ନପୁଂସକ ହୋଇ ଯାଆନ୍ତି । ଏବଂ ସନ୍ତାନ ଉପରେ ଖରାପ ପ୍ରଭାବ ପଡ଼େ । ଏମିତିକି ନବଜାତ ଶିଶୁର ଶାରୀରିକ ଗଠନରେ ସମସ୍ୟା ଦେଖାଯାଏ । ତେଣୁ ଏହିଦିନ ପୁରୁଷ ଏବଂ ନାରୀ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ ।

୪ . ନବରାତ୍ର :-

ବର୍ଷରେ ଚାରି ଥର ନବରାତ୍ରୀ ଆସିଥାଏ । ଗୋଟିଏ ହେଉଛି ଚୈତ୍ର ମାସରେ ଏବଂ ଅନ୍ୟଟି ଆଶ୍ୱିନ ମାସରେ । ଏହାକୁ ପ୍ରକଟ ନବରାତ୍ରୀ କୁହାଯାଏ । ଏବଂ ଅନ୍ୟ ଦୁଇଟିକୁ ଗୁପ୍ତ ନବରାତ୍ରୀ କୁହାଯାଏ । ଏହି ନବରାତ୍ରୀରେ ମାତା ଦୁର୍ଗା ପୃଥିବୀରେ ବାସ କରନ୍ତି । ଏହିଦିନ ମାତା ଦୁର୍ଗାଙ୍କୁ ଘରେ ସ୍ଥାନ ଦିଆଯାଏ । ସକାଳ ସନ୍ଧ୍ୟାରେ ତାଙ୍କ ପୂଜା ଏବଂ ଆରତୀ କରାଯାଏ । ଅନେକ ଲୋକ ନବରାତ୍ରୀ ବ୍ରତ ମଧ୍ୟ ରଖନ୍ତି । ନବରାତ୍ରୀରେ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ କୁହାଯାଇଛି । ଏଥିପାଇଁ ନବରାତ୍ରୀରେ କୌଣସି ସ୍ତ୍ରୀ ଏବଂ ପୁରୁଷଙ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ ।

୫ . ଉପବାସ କିମ୍ବା ମହାଯଜ୍ଞ :-

ଯଦି ଆପଣ ସପ୍ତାହରେ କୌଣସି ଦିନ ଉପାସ କରି ବ୍ରତ କରୁଛନ୍ତି କିମ୍ବା ଘରେ ମହାଯଜ୍ଞ , ଗୃହଶାନ୍ତି ହେବାର ଅଛି ତେବେ ଏହି ତିଥି ମାନଙ୍କରେ ଆପଣଙ୍କୁ ପବିତ୍ର ରହିବା ଉଚିତ । ଏହିଦିନ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *