ନୂଆ କି ବ୍ୟବସାୟ ଆରମ୍ଭ କରୁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୬ଟି କଥା, ଲାଭ ହେବ ଦୁଇଗୁଣା ……..

ଆଜିର ଯୁଗରେ ଯୁବକମାନେ କାହା ଅଧୀନରେ ରହି କାମ କରିବାକୁ ଚାହୁଁ ନାହାଁନ୍ତି । ସେମାନେ ନିଜ ନିଜର ବ୍ୟବସାୟ ଆରମ୍ଭ କରିବାକୁ ପସନ୍ଦ କରିଥାନ୍ତି । ତଥାପି ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଉଚିତ୍ । ଯଦି ଆପଣ ସଠିକ୍ ଭାବରେ ପ୍ରସ୍ତୁତି ନ କରନ୍ତି , ତେବେ ବ୍ୟବସାୟରେ କେବଳ କ୍ଷତି ହେବ ନାହିଁ ବରଂ ସେଥିରେ ଲଗାଯାଇଥିବା ଟଙ୍କା ମଧ୍ୟ ବୁଡ଼ିଯିବ ।

ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ବିଶେଷ କଥା ଜାଣିଯିବା ଉଚିତ୍ । ଆଚାର୍ଯ୍ୟ ଚାଣକ୍ୟ ନିଜ ସମୟରେ ମହାନ୍ ପଣ୍ଡିତ ଥିଲେ ।  ସେ ନିଜ ଜ୍ଞାନ ଏବଂ ଅଭିଜ୍ଞତା ଦ୍ଵାରା ଚାଣକ୍ୟନୀତି ଲେଖିଥିଲେ । ତାଙ୍କଦ୍ବାରା କୁହାଯାଇଥିବା କଥା ଆଜିର ଯୁଗରେ ମଧ୍ୟ କାମରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ନେଇ ତାଙ୍କର ସୂଚନା କଣ ଥିଲା ।

୧) ସକାରାତ୍ମକ ମନୋଭାବ ରଖିବା ଉଚିତ:-

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ସକରାତ୍ମକ ଚିନ୍ତାଧାରାରେ ବହୁତ ଶକ୍ତି ଅଛି । ଯେବେ ମଧ୍ୟ ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି , ତେବେ ସର୍ବଦା ସକାରାତ୍ମକ ଚିନ୍ତାଧାରା ମନକୁ ଆଣିଥାନ୍ତି । ସକରାତ୍ମକ ଚିନ୍ତା କରିବା ଦ୍ୱାରା ଆପଣଙ୍କ ଚିନ୍ତାଧାରା ଏବଂ ମନ ସ୍ଥିର ରହିଥାଏ । ଏହାଯୋଗୁଁ ଆପଣ ବ୍ୟବସାୟକୁ ଭଲ ଭାବରେ ଚଳାଇବା ପାଇଁ ନିଜର ସଂପୂର୍ଣ୍ଣ କ୍ଷମତା ଦ୍ଵାରା ଚିନ୍ତା କରିପାରିବେ। ଅନ୍ୟପଟେ ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ସଫଳତା ଏବଂ ଅଧିକ ଦୂର ଚିନ୍ତା କରିବାକୁ ପ୍ରତିରୋଧ କରିବ ।

୨) ନିଜକୁ ମାପକାଠିରେ ମାପି ନିଅନ୍ତୁ:-

ସ୍ୱପ୍ନ ଦେଖିବା ଏବଂ ଏହାକୁ ପୂରଣ କରିବା ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଥାଏ । କୌଣସି କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ନିଜକୁ ଗୋଟିଏ ଥର ମାପକାଠିରେ ମାପି ନିଅନ୍ତୁ । ଅର୍ଥାତ ପ୍ରଥମେ ଦେଖନ୍ତୁ କି ଆପଣ ସେହି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି କି ନାହିଁ । ଯଦି ନୁହଁନ୍ତି ତେବେ ସର୍ବପ୍ରଥମେ ସକ୍ଷମ ହୁଅନ୍ତୁ , ଜିନିଷକୁ ଜାଣନ୍ତୁ ଏବଂ ତାପରେ ବ୍ୟବସାୟ ଆରମ୍ଭ କରନ୍ତୁ କିମ୍ବା ଆପଣ ଅନ୍ୟ ବିକଳ୍ପଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିପାରିବେ ।

୩)  ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ:-

ବ୍ୟବସାୟ ଜଗତରେ ଭଲ ସମ୍ପର୍କ ଏବଂ ଭଲ ବ୍ୟବହାର ହିଁ ସବୁକିଛି ହୋଇଥାଏ । ବିଶେଷକରି ଯେତେବେଳେ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି , ତେବେ ସମସ୍ତଙ୍କ ସହିତ ସମ୍ପର୍କ ଭଲ ରଖିବା ଉଚିତ । ଏଥିପାଇଁ ନିଜର କ୍ରୋଧ ଏବଂ କଥା ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ସମସ୍ତଙ୍କ ସହିତ ଅତ୍ୟନ୍ତ ପ୍ରେମର ସହ କଥା ହୁଅନ୍ତୁ । କାହା ସହିତ ଶତ୍ରୁତା କରନ୍ତୁ ନାହିଁ । କେବେ କିଏ ଆପଣଙ୍କ କୌଣସି କଥାରେ ରାଗିଯିବେ , ତାହା କହି ହେବନାହିଁ। ଆପଣଙ୍କ ଅନିୟନ୍ତ୍ରିତ କଥା ବ୍ୟବସାୟକୁ କ୍ଷତି ପହଞ୍ଚାଇପାରେ ।

କିଛି କଥା ରହସ୍ୟ ରଖନ୍ତୁ:-

ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି କିମ୍ବା ବ୍ୟବସାୟକୁ ନେଇ ଯଦି ଆପଣଙ୍କ ମନରେ କୌଣସି ଯୋଜନା ରହିଛି , ତେବେ ଏ ବିଷୟରେ କାହାକୁ ମଧ୍ୟ ଜଣାନ୍ତୁ ନାହିଁ । ନିଜ ଯୋଜନାକୁ ନିଜ ମଧ୍ୟରେ ସୀମିତ ରଖନ୍ତୁ । ନଚେତ ଏହାକୁ ନେଇ କେହି ଅପବ୍ୟବହାର କରିପାରନ୍ତି ।

ବିପଦ ଉଠାଇବାକୁ ଡରନ୍ତୁ ନାହିଁ:-

କୌଣସି ମଧ୍ୟ ଜିନିଷରେ ସଫଳ ହେବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ବିପଦ ଉଠାଇବାକୁ ପଡ଼ିଥାଏ । ଏଥିପାଇଁ ବିପଦ ଉଠାଇବାକୁ ଡରନ୍ତୁ ନାହିଁ । ସବୁବେଳେ ନିଜକୁ ମାନସିକ ଏବଂ ଶାରୀରିକ ରୂପରେ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ରଖନ୍ତୁ ।

ଗବେଷଣା କରନ୍ତୁ:-

କୌଣସି ଗବେଷଣା ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଗବେଷଣା କରନ୍ତୁ । କିମ୍ବା କାମର ପ୍ରକ୍ରିୟା , ବଜାରରେ ପ୍ରତିଦ୍ବନ୍ଦିତା , ଆପଣଙ୍କ ବିନିଯୋଗ ଏବଂ ବ୍ୟବସାୟ ଯୋଜନା ଏହିସବୁ କଥା ବିଷୟରେ ଭଲ ଭାବରେ ଜାଣି ରଖନ୍ତୁ ।

Leave a Reply

Your email address will not be published. Required fields are marked *