ମୃତ୍ୟୁ ପରେ କଣ ପାଇଁ ନଣ୍ଡା ହୁଅନ୍ତି,ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ…..

ଜନ୍ମ ଏବଂ ମୃତ୍ୟୁ ଏହି ୨ଟି ଜିନିଷ ସତ୍ୟ ଏବଂ ପରିପୂରକ ଅଟେ। ଜଣେ ଜନ୍ମ ଲାଭ କରିଛ ମାନେ ମୃତ୍ୟୁ ସୁନିଶ୍ଚିତ। ତେବେ ମୃତ୍ୟୁର ଦେବତା ଯମରାଜ ନିଜ ଗୁପ୍ତଚର ଙ୍କୁ ପଠାଇ ଆୟୁଷ ପୂରି ଯାଇଥିବା ବ୍ୟକ୍ତିଙ୍କ ଜୀବନ ହରଣ କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ତାହା ହେଉଛି ମୃତ୍ୟୁ ପରେ ମଧ୍ୟ ମୃତକର ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘରେ ରହେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ।

ଗରୁଡ଼ ପୁରାଣ ଅନୁସାରେ, ମୃତ୍ୟୁପରେ ମୃତକର ଆତ୍ମାକୁ ନେବାପାଇଁ ଯମ ପୁରରୁ ଦୂତ ଆସିଥାନ୍ତି ଏବଂ ସେହି ଜୀବାତ୍ମାକୁ ନିଜ ସହିତ ନେଇ ଯାଆନ୍ତି। ଯମ ପୁରରେ ମୃତକ ଆତ୍ମାର କୁଣ୍ଡଳୀ ଖୋଲା ଯାଇଥାଏ ଏବଂ ସେଠାରେ ତା’ର ପାପ ପୁଣ୍ୟର ହିସାବ କରାଯାଇଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏକ ରହସ୍ୟ କଥା କହିବାକୁ ଯାଉଛୁ।

ତେବେ ଆପଣ ମାନେ ଜାଣିଛନ୍ତି ଯେ ଯଦି କେହି ଆତ୍ମୀୟ ଲୋକର ମୃତ୍ୟୁ ଘଟେ ତେବେ ତାହାର ଶୁଦ୍ଧିକ୍ରିୟା ଦିନ ନଣ୍ଡା ହୋଇଥାନ୍ତି। ହେଲେ ଆପଣ କେବେ ଜାଣିବାକୁ ଚାହିଁଛନ୍ତି କି ଏହା ପଛରେ ରହସ୍ୟ କଣ ରହିଛି। ଯଦି ଜାଣି ନାହାନ୍ତି ତେବେ ଆଜି ହିଁ ଏହାକୁ ପଢି ଜାଣନ୍ତୁ।

ହିନ୍ଦୁ ଧର୍ମରେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଅନେକ ରୀତିନୀତି ସହ ବଞ୍ଚି ଥାଏ। କେଉଁ ସମୟରେ କଣ କରିବା ଆବଶ୍ୟକ ତାହା ହିନ୍ଦୁ ପୁରାଣରେ ଲିଖିତ ରହିଛି। ତେବେ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଯେ ଯେତେବେଳେ କୌଣସି ଜୀବାତ୍ମା ଶରୀର ତ୍ୟାଗ କରେ ସେତେବେଳେ ଏହି ଆତ୍ମାର ଶାନ୍ତି ପାଇଁ ପରିବାର ଲୋକେ ଅନେକ କର୍ମ କରିଥାନ୍ତି। ଏପରିକି ନଣ୍ଡା ମଧ୍ୟ ହୁଅନ୍ତି। ଏଥିରେ ଆତ୍ମାର ପରଲୋକ ଗମନର ବ୍ୟାଖ୍ୟା ମିଳିଥାଏ।

ପୁରାଣ ଅନୁସାରେ ନୀତି ଓ ନିୟମ ଅନୁସାରେ ହୋଇଥିବା କାର୍ଯ୍ୟ ହିଁ ଆତ୍ମାକୁ ନୂଆ ଶରୀରରେ ତାଙ୍କର ପ୍ରବେଶ ଦ୍ଵାର ଖୋଲିଥାଏ ଓ ସେ ସ୍ୱର୍ଗକୁ ଯାଇଥାଏ। ନଣ୍ଡା ହେବା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି।

ପ୍ରଥମତଃ ସ୍ବଚ୍ଛତା। ଯେତେବେଳେ କୌଣସି ଲୋକର ମୃତ୍ୟୁ ଘଟିଥାଏ ସେତେବେଳେ ମୃତକ ଶରୀରରେ ଅନେକ ଜୀବାଣୁ ସୃଷ୍ଟି ହୁଅନ୍ତି। ସଂପର୍କୀୟ ଓ ଘର ଲୋକ ଶ୍ମଶାନକୁ ଯିବା ପର୍ଯ୍ୟନ୍ତ ଅନେକ ଥର ପରିବାର ଲୋକ ମୃତକଙ୍କୁ ଛୁଇଁ ଥାଆନ୍ତି। ଯାହା ଦ୍ଵାରା ରୋଗ ତାଙ୍କ ଦେହକୁ ଆସିପାରେ। ସେଥିପାଇଁ ମୃତ ଶରୀରକୁ ପୋଡିବା ପରେ ସ୍ନାନ କରିବାକୁ ଯାଆନ୍ତି।

ଶୁଦ୍ଧିକ୍ରିୟା ଦିନ ପରିଜନ ଲୋକେ ନଖ କାଟନ୍ତି ଏବଂ ନଣ୍ଡା ହୁଅନ୍ତି। ଏହାର କାରଣ ହେଉଛି ପୁନଃ ସ୍ୱଚ୍ଛତା। ନଣ୍ଡା ହେବା ଦ୍ୱାରା କେଶ ମୂଳରେ ଯଦି କୌଣସି ଜୀବାଣୁ ରହିଥାଏ ତେବେ ତାହା ନଷ୍ଟ ହୋଇଯାଇଥାଏ। ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ମହିଳା ମାନେ କଣ ପାଇଁ ନଣ୍ଡା ହୁଅନ୍ତି ନାହିଁ କାରଣ ମହିଳା ଶ୍ମଶାନ ଯାଆନ୍ତି ନାହିଁ ହିନ୍ଦୁ ଧର୍ମରେ ତାଙ୍କର ମୁଣ୍ଡନର ହେବାର ପ୍ରଥା ନାହିଁ।

Leave a Reply

Your email address will not be published. Required fields are marked *