ନିଜ ଜୀବନର ଦୁଃଖ ସମୟରେ କେବେବି କରନ୍ତୁ ନାହିଁ ଏମିତି କାମ, ନଚେତ ଜୀବନ ସାରା ଦୁଃଖରୁ ବାହାରି ପାରିବେ ନାହିଁ

ମନୁଷ୍ୟ ଜୀବନର ଅର୍ଥ ହେଉଛି ସୁଖ ଦୁଃଖର ମିଶ୍ରଣ । ଯିଏ ଏପରି କହେ ଯେ ତାର ଜୀବନରେ କେବେ ସୁଖ ଆସିନାହିଁ କିମ୍ବା ଦୁଃଖ ଆସିନାହିଁ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । କାରଣ ବିନା ସୁଖରେ ଦୁଃଖକୁ ଅନୁଭବ କରିବାର ସାମ୍ୟର୍ଥ ନଥାଏ ଏବଂ ବିନା ଦୁଃଖରେ ସୁଖକୁ ଅନୁଭବ କରିବାର ସାମ୍ୟର୍ଥ ନଥାଏ । ଏହା ତ ଗଲା ଲୋକଙ୍କ ସୁଖ ଦୁଃଖ କଥା । କିନ୍ତୁ ଦୁନିଆରେ ଲୋକେ ଏପରି ଅଛନ୍ତି ଯେଉଁମାନେ ଦୁଃଖ ସମୟରେ ପୁରାପୁରି ଭାଙ୍ଗି ପଡ଼ନ୍ତି ଏବଂ ଦୁଃଖ ସମୟରେ ନିଜର ଧୌର୍ଯ୍ୟ ହରାଇ ଭୁଲ ନିଷ୍ପତ୍ତି ନେଇ ଯାଆନ୍ତି ।

ଆଜି ଆମେ ଚାଣକ୍ୟ ନୀତି ଅନୁସାରେ ଦୁଃଖ ସମୟରେ କେଉଁ କାମ କରିବା ଉଚିତ କିମ୍ବା କେଉଁ କାମ କରିବା ଉଚିତ ନୁହେଁ ସେହି ସମ୍ବନ୍ଧରେ କହିବୁ । ଚାଣକ୍ୟ ଙ୍କ ନୀତି ଆମ ଜୀବନ ଉପରେ ବେଶ ପ୍ରଭାବ ପକାଇ ଥାଏ । ଯାହାକୁ ମାନିଲେ ଆମ ଜୀବନ ଭଲ ଭାବରେ ପରିଚାଳିତ ହୋଇଥାଏ ।

ସାଧରଣ ମନୁଷ୍ୟ କଥା କହିବାକୁ ଗଲେ ସେ ସବୁବେଳେ ଦୁଃଖ ସମୟରେ ଧୌର୍ଯ୍ୟହରା ହୋଇଯାଏ । କିନ୍ତୁ ସେ ମନେ ରଖିବା ଉଚିତ ଯେ ଯେପରି ଆଲୋକ ଶେଷ ହୋଇ ଅନ୍ଧାର ଆସିଥାଏ ସେହିଭଳି ଯେତେ ବଡ଼ ଦୁଃଖ ହେଉ ଶେଷରେ ସୁଖ ନିଶ୍ଚିତ ଭାବରେ ଆସିବ । ତେଣୁ ଧୌର୍ଯ୍ୟ ରଖିବା ନିତାନ୍ତ ଆବଶ୍ୟକ । ଏହାଦ୍ବାରା ଖରାପ ସମୟ ସହିତ ଲଢ଼ିବାକୁ ଶକ୍ତି ମିଳିଯାଏ । ଲୋକେ ଏପରି ଅଛନ୍ତି ଯେ ଦୁଃଖ ସମୟରେ ଭଗବାନ ଙ୍କୁ ନିନ୍ଦା କରିଥାନ୍ତି । ଯଦି ଜଣେ ମଣିଷ ନିଜ ସଫଳତା ସମୟରେ ଭଗବାନ ଙ୍କୁ ଏହା ପ୍ରାର୍ଥନା କରୁଛି ଯେ ଯେପରି ତାକୁ ଆହୁରି ଅଧିକ ଖ୍ୟାତି ମିଳୁ ତେବେ ସେ ଦୁଃଖ ସମୟରେ ଭଗବାନ ଦେଇଥିବା ଜିନିଷ ପ୍ରତି କାହିଁକି ନିନ୍ଦା କରିଥାଏ ?

ତେଣୁ ଜୀବନର ଏପରି ଦୁଃଖ ମୁହୂର୍ତ୍ତରେ ସବୁବେଳେ ଭଗବାନ ଙ୍କ ଉପରେ ବିଶ୍ୱାସ ଏବଂ ଭରସା ରଖିବା ଉଚିତ । ତେଣୁ ଦୁଃଖ ସମୟରେ ସାଧରଣ ଭାବରେ ଯେପରି ରହୁଛନ୍ତି ସେହିଭଳି ନିଜ ମାନସିକ ପରିସ୍ଥିତି ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଯାହାକି ଖରାପ ସମୟ ସହିତ ଲଢ଼ିବାର ଏକ ଅମୋଘ ଅସ୍ତ୍ର ଅଟେ । ଆପଣ ମନେ ରଖନ୍ତୁ ଯେ ଆପଣଙ୍କ ଖରାପ ସମୟରେ ଯିଏ ଆପଣଙ୍କ ପ୍ରତି ବାସ୍ତବରେ ପ୍ରେମ ପୂର୍ଣ୍ଣ ଥାଏ ସେ ହିଁ ଆପଣଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କ ସହିତ ରହିବେ । ତେଣୁ ଆପଣ କେବଳ ଭଗବାନ ଙ୍କ ଆରାଧନା ହିଁ କରନ୍ତୁ ।

ଶେଷରେ ରହିଛି ଆପଣଙ୍କ ଜୀବନର ନିଷ୍ପତ୍ତି । ଖରାପ ସମୟରେ ଲୋକଙ୍କ ମନରେ ମଧ୍ୟ ୱା ଏକ ନିମ୍ନ ଚିନ୍ତାଧାରା ପ୍ରକଟ ହୋଇଥାଏ । କିନ୍ତୁ ବାସ୍ତବରେ ସେହି ସମୟରେ ଲୋକେ ବୁଝି ସୁଝି ଠିକ ନିଷ୍ପତ୍ତି ନେବା ଉଚିତ । କାରଣ ଟିକିଏ ବି ଭୁଲ ନିଷ୍ପତ୍ତି ମନୁଷ୍ୟର ଜୀବନକୁ ବି ବଦଳାଇ ଦେଇ ପାରେ ।

Leave a Reply

Your email address will not be published. Required fields are marked *