ବାହାଘର ସମୟରେ ବର୍ଷା ହେଲେ ଶୁଭ କି ଅଶୁଭ ? ନିଶ୍ଚିତ ଭାବରେ ଜାଣି ରଖନ୍ତୁ

ଆଧୁନିକ ଯୁଗରେ ଟେକ୍ନୋଲୋଜିର ଯେତେ ଉନ୍ନତି ହେଲେବି ସୁଦ୍ଧା ଲୋକେ ପାଣିପାଗ ସୂଚନା କୁ ନଦେଖି ପ୍ରଥମେ ଜ୍ୟୋତିଷଙ୍କ ଉପଦେଶ ନେଇଥାନ୍ତି । ଆଜିବି ଲୋକେ କୌଣସି ଶୁଭ କାର୍ଯ୍ୟ ଆୟୋଜନ କରିବା ପୂର୍ବରୁ ତିଥି , ଶୁଭ ବେଳା ଜ୍ୟୋତିଷ ଙ୍କ ଦ୍ଵାରା ନିର୍ଦ୍ଧାରଣ କରନ୍ତି । ସବୁ ପ୍ରକାରର ଶୁଭ କାର୍ଯ୍ୟ ମଧ୍ୟରେ ବିବାହ ଏକ ସ୍ୱତନ୍ତ୍ର ଧରଣର ଶୁଭ କାର୍ଯ୍ୟ ହୋଇଥାଏ । କାରଣ ଏଥିରେ ଦୁଇଜଣ ଲୋକ ନିଜର ପୁରୁଣା ଜୀବନଯାପନ ଶୈଳୀ କୁ ଛାଡ଼ି ନୂତନ ଜୀବନରେ ପାଦ ଦିଅନ୍ତି ।

ତେଣୁ ବିବାହ ଭଳି ଶୁଭ କାର୍ଯ୍ୟ ପୂର୍ବରୁ ଶୁଭ ବେଳା ଦେଖାଯାଇ ଥାଏ । ଲୋକେ ବିବାହର ପ୍ରତ୍ୟେକ ପରମ୍ପରା କୁ ମଧ୍ୟ ଶୁଭ ସମୟ ଅନୁଯାୟୀ ନିର୍ଦ୍ଧାରଣ କରନ୍ତି । ତେବେ ଆପଣ ମାନେ ଜାଣିଥିବେ ଯେ ବର୍ଷରେ ପ୍ରତ୍ୟେକ ଋତୁରେ ଏପରି କିଛି ଦିନ ଅଛି ଯାହାକି ବିବାହ ପାଇଁ ଉପଯୁକ୍ତ ହୋଇଥାଏ । ଅଧିକାଂଶ ବିବାହ ବର୍ଷା ଦିନରେ ହୋଇଥାଏ । ଆଉ କିଛି ବିବାହ ଶୁଖିଲା ପାଗରେ ହେଉଥିଲେ ବି ହଠାତ ବର୍ଷା ହୋଇଥାଏ ।

ତେବେ ଏପରି ପରିସ୍ଥିତି ଘଟିଲେ କିଛି ଲୋକ ଏହାକୁ ଶୁଭ କହିବା ସହିତ ଆଉ କିଛି ଲୋକ ଏହାକୁ ଅଶୁଭ ବୋଲି ମଧ୍ୟ କହିଥାନ୍ତି । ତେବେ ବାସ୍ତବରେ ବିବାହ ସମୟରେ ବର୍ଷା ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ତାହାକୁ ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ ବିଶ୍ୱାସ କରାଯାଏ । ଏପରି କୁହାଯାଏ ଯେ ବର ବଧୂ ଙ୍କୁ ସ୍ୱର୍ଗ ର ରାଜା ଇନ୍ଦ୍ର ଆଶୀର୍ବାଦ ସ୍ୱରୂପ ବର୍ଷା କରାଇଥାନ୍ତି । ତେଣୁ ଏଥିରେ ଯେଉଁ ଲୋକ ମାନେ କହନ୍ତି ଯେ ଏହା ଅଶୁଭ ବୋଲି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ ।

ବିବାହ ସମୟରେ ବର୍ଷା ଯେତେ ଅଧିକ ହୁଏ ସେହି ଅନୁଯାୟୀ ବଧୂ ର ଆଗାମୀ ଜୀବନ କେତେ ମଙ୍ଗଳମୟ ହେବ ତାହା ଜଣା ପଡ଼ିଥାଏ । ଯେତେ ଅଧିକ ବର୍ଷା ହେବ ସେତେ ଅଧିକ ବଧୂ ବିବାହ ପରେ ଖୁସିରେ ନିଜ ପରିବାରରେ ଜୀବନଯାପନ କରିବ । ତେଣୁ ଏପରି ବର୍ଷା ହେଲେ ମନରେ ନକରାତ୍ମକ ଚିନ୍ତାଧାରା ନଆଣି ସକାରାତ୍ମକ ଚିନ୍ତାଧାରା ଆଣିବା ଉଚିତ ଯେ ତାହା ଭଗବାନଙ୍କ ଆଶୀର୍ବାଦ ଅଟେ ।

Leave a Reply

Your email address will not be published. Required fields are marked *