ସକାଳୁ ଉଠି ନିଶ୍ଚିତ ଭାବରେ କରନ୍ତୁ ଏହି କାମ,ରାତାରାତି ହୋଇଯିବେ କୋଟିପତି ! ଜାଣନ୍ତୁ କଣ କରିବାକୁ ପଡିବ

ଆପଣମାନେ ଜାଣନ୍ତି କି ଜଣେ ବ୍ୟକ୍ତି ଜୀବନରେ ଖୁସି ଏବଂ ସୁଖ, ସମୃଦ୍ଧି ଅବା ବହୁତ୍ ଗୁଡାଏ ଟଙ୍କା ପାଇବା ପାଇଁ ସବୁବେଳେ ଚେଷ୍ଟା କରିଥାଏ। କେବେ ସେ ଶାସ୍ତ୍ର ଅନୁଯାୟୀ କିଛି ନିୟମ ମଧ୍ୟ ଅବଲମ୍ବନ କରେ ଯାହା ତାକୁ ସେହି ସବୁ ପ୍ରାପ୍ତି ପାଇଁ ସହଯୋଗ କରିବ। ଆଜି ଆମେ କିଛି ଏପରି ଟିପ୍ସ ବିଷୟରେ ଜାଣିବା କି କେଉଁ ସବୁ ନିୟମ ଅବଲମ୍ବନ କଲେ ଆମ ଜୀବନରେ ସମସ୍ତ ସମସ୍ୟା ଦୂର କରି ଜୀବନରେ ଖୁସି ଆଣିଦେବ। ଏହି ଉପାୟମାନ ପ୍ରତିଦିନ ସକାଳୁ ଉଠି ଆପଣ କରିପାରିବେ। ଆସନ୍ତୁ ଜାଣିବା ସେହି ଉପାୟ ମାନ ଯେଉଁ ଉପାୟକୁ ପ୍ରୟୋଗ ଅବା କରିବା ଦ୍ୱାରା ଆମର ଦିନ ସାରା ଆମକୁ ଖୁସି ଅନୁଭବ ହୁଏ ଏବଂ ଆମ ଜୀବନରେ ଖୁସିର ଲହର ବନିଥାଏ।

(୧) ଧର୍ମ ଶାସ୍ତ୍ର ଅନୁଯାୟୀ ସକାଳେ ଏବଂ ସନ୍ଧ୍ୟାରେ ସର୍ବ ପ୍ରଥମେ ୫ କନ୍ୟା ଅହଲ୍ୟା,ଦ୍ରୌପଦୀ,କୁନ୍ତୀ, ତାରା ଓ ମନ୍ଦଦରିଙ୍କର ନାମ ଉଚ୍ଚାରଣ କରିବା ଉଚିତ୍।ଏହି ନାମ ସବୁ ଅତ୍ୟନ୍ତ ଶୁଭ ହୋଇଥାଏ ଓ ସମସ୍ତ ପାପ ଦୂରେଇ ଯିବା ସହିତ ଜାତକରେ ଥିବା ସମସ୍ତ ଦଶା ମହାଦଶା ସବୁ ଦୂରେଇ ଯାଇଥାଏ।ତେଣୁ ପ୍ରତିଦିନ ସକାଳୁ ଉଠି ଏହି ୫ଟି ନାରୀ ମାନଙ୍କର ନାମ ଉଚ୍ଚାରଣ କରନ୍ତୁ।

(୨)ଧର୍ମ ଶାସ୍ତ୍ର ଅନୁଯାୟୀ ଲେଖା ଅଛି କି ସର୍ବପ୍ରଥମରେ ସକାଳେ ଆଖି ଖୋଲିଲେ ଦୁଇ ପାପୁଲି ହାତ ଯୋଡ଼ି ଦେଖନ୍ତୁ।ଏହା ପରେ ଏକ ମନ୍ତ୍ର ‘ କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଷନମ ‘ ଜପ କରନ୍ତୁ।ଏହି ମନ୍ତ୍ର ଜପ କରିବା ଦ୍ଵାରା ସୌଭାଗ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି।ତେଣୁ ଆପଣ ପ୍ରତିଦିନ ସକାଳେ ଏହି ମନ୍ତ୍ରକୁ ଜପ କରନ୍ତୁ ଯାହା ଅତ୍ୟନ୍ତ ଶୁଭ ହେବା ସହିତ ସୌଭାଗ୍ୟ ମଧ୍ୟ ବୃଦ୍ଧି ହୋଇଥାଏ।

(୩)ଶାସ୍ତ୍ର ରେ ଉଲ୍ଲେଖ ଅଛିକି ଯେବେ ଆପଣ ସକାଳୁ ଉଠିବେ ପ୍ରଥମେ ମାତା ବସୁଧାକୁ ସ୍ପର୍ଶ କରି ପ୍ରଣାମ କରିବା ପରେ ଭୂମିରେ ପାଦ ରଖନ୍ତୁ।ଏହା ଦ୍ଵାରା ମାତା ବସୁଧାଙ୍କର ଆଶିଷ ମିଳେ ବୋଲି ମାନ୍ୟତା ରହିଛି।ଏହା ସହିତ ସୁଖ ସମୃଦ୍ଧି ବୃଦ୍ଧି ମଧ୍ୟ ହୋଇଥାଏ।ତେଣୁ ଏହା ଉପରେ ଧ୍ୟାନ ଦିଅନ୍ତୁ।

(୪) ଧର୍ମ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ମାତ୍ରେ ଦର୍ପଣ ଦେଖନ୍ତୁ ନାହିଁ।ଏହା କରିବା ଦ୍ୱାରା ଦିନ ସାରା ନକାରାତ୍ମକ ଭାବନା ଆପଣଙ୍କ ଉପରେ ରହିଥାଏ।ପ୍ରଥମେ ଚେହେରାକୁ ଧୋଇ ତା ପରେ ନିଜର ଇଷ୍ଟ ଦେବତାଙ୍କୁ ଦର୍ଶନ କରନ୍ତୁ। ଏହା ପରେ ଯାଇ ନିଜର ଚେହେରାକୁ ଦେଖନ୍ତୁ।ତେଣୁ ମନେ ରଖିବେ କେବେ ହେଲେ ଶୋଇକି ଉଠିବା ପରେ ନିଜର ମୁହଁକୁ ଆଇନାରେ ଦେଖିବେ ନାହିଁ।

(୫) ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ମାତ୍ରେ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।ଏହାପରେ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ରୁଟି ଖଣ୍ଡ ଖଣ୍ଡ କରି ପକାନ୍ତୁ ଏବଂ ଛାତ ଉପରେ ରଖି ଦିଅନ୍ତୁ।ଯାହା ଫଳରେ କାଉ ଏବଂ ଅନ୍ୟାନ୍ୟ ପକ୍ଷୀ ମଧ୍ୟ ଏହାକୁ ଖାଇ ପାରିବେ।ଏହା କରିବା ଦ୍ୱାରା ଆପଣଙ୍କ ଜାତକରେ ଅବା ଗ୍ରହ ନକ୍ଷତ୍ରରେ ଲାଗିଥିବା ସମସ୍ତ ଦୋଷ ଦୂରେଇ ଯାଇଥାଏ।ଏହା ସହିତ ଶତ୍ରୁର ଭୟ ମଧ୍ୟ ରହିନଥାଏ।

ଏହି ୫ଟି ଉପାୟ କରିବା ଦ୍ଵାରା ଆପଣଙ୍କର ଦୁଃଖ ଦୂର ହେବା ସହିତ ଭୟ ମଧ୍ୟ ଦୂରେଇ ଯାଇଥାଏ।ଏହା ଦ୍ଵାରା ସମ୍ପୂର୍ଣ ଦିନଟି ଭଲରେ ବିତିବା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯାଏ।

Leave a Reply

Your email address will not be published. Required fields are marked *