ମନୁଷ୍ୟ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ମିଳିଥାଏ ଏହି ସଙ୍କେତ । ଜାଣି ରଖନ୍ତୁ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ କଣ କହିଛନ୍ତି ।

ମନୁଷ୍ୟ ରାସ୍ତାରେ ଯାତ୍ରା କରୁଥିବା ସମୟରେ କିଛି ବିଶେଷ ସଙ୍କେତ ମିଳିଲେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଯାହାକୁ ମନୁଷ୍ୟ ଭଲ ଭାବରେ ଜାଣିନେବା ଉଚିତ । ଏହାବ୍ୟତୀତ ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ପ୍ରକୃତି ଦ୍ୱାରା ମିଳୁଥିବା କିଛି ବିଶେଷ ସଙ୍କେତ ବିଷୟରେ କହିଛନ୍ତି । ତେଣୁ ଅନେକ ମନୁଷ୍ୟ ଏହାକୁ ଜାଣି ନପାରି ମୃତ୍ୟୁ ବରଣ କରନ୍ତି ।

କିନ୍ତୁ ଏହିସବୁ ସଙ୍କେତକୁ ଜାଣି ମନୁଷ୍ୟକୁ ନିଜର ଶେଷ ମୁହୂର୍ତ୍ତରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ଯାହାଦ୍ୱାରା ବ୍ୟକ୍ତିକୁ ନର୍କ ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ । ଭଗବାନ ଶ୍ରୀକୃଷ୍ଣ ଗୀତାରେ ଜନ୍ମ ଏବଂ ମୃତ୍ୟୁର ରହସ୍ୟ ବିଷୟରେ କହିଛନ୍ତି ଯେ ପୃଥିବୀରେ ଜନ୍ମ ହୋଇଛି ଅର୍ଥ ମୃତ୍ୟୁ ସୁନିଶ୍ଚିତ ଏବଂ ମନୁଷ୍ୟର ମୃତ୍ୟୁ ଅଟଳ ଅଟେ ।

ତେଣୁ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ କେଉଁ ପାଞ୍ଚଟି ସଙ୍କେତ ମିଳିଥାଏ ସେହି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଯେଉଁ ସଙ୍କେତ ସ୍ୱୟଂ ଯମରାଜଙ୍କ ଦ୍ଵାରା ଦିଆଯାଇଥାଏ ।

୧ . ତେବେ ସେହି ସଙ୍କେତ ମଧ୍ୟରୁ ପ୍ରଥମ ହେଉଛି ପୂର୍ବ କର୍ମ ମନେ ପଡ଼ିବା । ଅର୍ଥାତ ବ୍ୟକ୍ତିର ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ବ୍ୟକ୍ତିକୁ ନିଜ ଦ୍ୱାରା ହୋଇଥିବା ପାପ ଏବଂ ଭୁଲ କାମ ମନେ ପଡ଼ିଥାଏ । ଯାହାକୁ ବ୍ୟକ୍ତି ଯେତେ ମନକୁ ନଆଣିବାକୁ ଚାହିଁଲେବି ସୁଦ୍ଧା ତାହା ମନକୁ ଆସିଥାଏ । ଏହାବ୍ୟତୀତ ସେହି ସମୟରେ ନିଜର ଭଲ କର୍ମ ବିଷୟରେ ମଧ୍ୟ ମନକୁ ଆସିଥାଏ । ଏହିସବୁ ଏକ ଅବଚେତନ ମନରେ ଘଟିଥାଏ ଏବଂ ଏହା ଖୁବ କମ ସମୟ ପର୍ଯ୍ୟନ୍ତ ହୋଇଥାଏ । ଯାହାପରେ ବ୍ୟକ୍ତି ପୁଣିଥରେ ନିଜ ଦୁନିଆକୁ ଆସିଯାଏ ।

୨ . ଦ୍ୱିତୀୟ ସଙ୍କେତ ଅନୁଯାୟୀ ମୃତ୍ୟୁ ପୂର୍ବରୁ ରହସ୍ୟମୟୀ ଦ୍ୱାରା ଦେଖାଯାଇଥାଏ । କିଛି ଲୋକଙ୍କୁ ସେହି ଦ୍ୱାରରୁ ନିଆଁ ଜଳୁଥିବାର ଦେଖା ଯାଇଥାଏ ତ କାହାକୁ ଦିବ୍ୟ ଜ୍ୟୋତି ଦେଖିବାକୁ ମିଳିଥାଏ । ଏପରି ସଙ୍କେତ ମିଳୁଥିବା ବ୍ୟକ୍ତିର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଯାଏ । ଏପରି ଦ୍ୱାର ସ୍ୱର୍ଗ ଏବଂ ନର୍କର ଦ୍ୱାର ହୋଇଥାଏ ।

୩ . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ତୃତୀୟ ସଙ୍କେତ ହେଉଛି , ମନୁଷ୍ୟକୁ ନିଜର ମୃତ୍ୟୁ ପୂର୍ବରୁ ଯମରାଜଙ୍କ ଦୂତ ତାଙ୍କ ନିକଟକୁ ଆସୁଥିବାର ଆଭାସ ମିଳିଥାଏ । ମନୁଷ୍ୟକୁ ନିଜ ପାଖରେ କୌଣସି ନକରାତ୍ମକ ଶକ୍ତି ରହିବାର ଅନୁଭୂତ ହୋଇଥାଏ । ମାତ୍ର ମୃତ୍ୟୁକୁ ଆଉ ମାତ୍ର ୨୧ ସେକେଣ୍ଡ ପୂର୍ବରୁ ସାମ୍ନାରେ ଯମଦୂତ ସ୍ପଷ୍ଟ ଦେଖା ଯାଇଥାଏ । ଯାହାକୁ ଦେଖି ମନୁଷ୍ୟ ନିଜର ମାନସିକ ସନ୍ତୁଳନ ହରାଇ ବସେ ଏବଂ ସ୍ତବ୍ଧ ହୋଇଯାଏ । ହଠାତ ଏଭଳି ଦେଖି ମନୁଷ୍ୟ ଭୟଭୀତ ହୋଇଯାଏ ଏବଂ କାନ୍ଦି ଥାଏ । କିନ୍ତୁ ପରିବାର ଲୋକେ ତାହାକୁ ବୁଝି ପାରନ୍ତି ନାହିଁ ।

୪ . ଚତୁର୍ଥ ସଙ୍କେତ ଅନୁଯାୟୀ ମୃତ୍ୟୁର କିଛି ଦିନ ପୂର୍ବରୁ ମନୁଷ୍ୟକୁ ନିଜ ସ୍ୱପ୍ନରେ ପୂର୍ବଜ ନଜର ଆସିଥାନ୍ତି । ଯେଉଁ ବ୍ୟକ୍ତିର ମୃତ୍ୟୁ ନିକଟତର ହୋଇଥାଏ ତାକୁ ନିଜ ପୂର୍ବଜଙ୍କ ଦ୍ଵାରା ସଙ୍କେତ ମିଳିଥାଏ । ତେଣୁ ବ୍ୟକ୍ତିକୁ ନିଜର ମୃତ୍ୟୁ ଆସୁଛି ବୋଲି ଜାଣିଯିବା ଉଚିତ । ଅନେକ ଲୋକ ଏହାକୁ କେବଳ ସ୍ୱପ୍ନ ଭାବି ଅଣଦେଖା କରନ୍ତି । କିନ୍ତୁ ବାସ୍ତବରେ ପରଲୋକରେ ରହୁଥିବା ମୃତ ପରିଜନ ସ୍ୱପ୍ନ ମାଧ୍ୟମରେ ବ୍ୟକ୍ତିଙ୍କ ସହିତ ସମ୍ପର୍କ କରିବାକୁ ଚେଷ୍ଟା କରନ୍ତି ।

୫ . ପଞ୍ଚମ ସଙ୍କେତ ଅନୁଯାୟୀ ପେଚା ଘରକୁ ଆସି ରାବିବା ଅଶୁଭ ସଙ୍କେତ ହୋଇଥାଏ । ଯଦି ଏପରି ବାରମ୍ବାର ହୋଇଥାଏ ତେବେ ଏହା ମୃତ୍ୟୁର ସଙ୍କେତ ହୋଇଥାଏ । ପେଚା ଏହି ସଙ୍କେତ ଦେଇଥାଏ ଯେ ବ୍ୟକ୍ତିର ମୃତ୍ୟୁ ନିକଟତର ଅଟେ । ଯେଉଁ ବ୍ୟକ୍ତି ରାତିରେ ପେଚାର ରାବ ଶୁଣି ଉଠିପଡ଼େ ଏବଂ ଭୟଭୀତ ହୋଇଯାଏ ତାହାର ମୃତ୍ୟୁ ନିକଟତର ହୋଇଥାଏ । ତେଣୁ ଏହା ଜାଣିବା ପରେ ସେହି ବ୍ୟକ୍ତି ନିଜର କର୍ମକୁ ସମାଲୋଚନା କରି ଭୁଲ ସୁଧାରିବା ଆବଶ୍ୟକ ଏବଂ ନିଜର ପରିବାର ଲୋକଙ୍କ ସହିତ ସମୟ ବିତାଇବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ଜଳୁଥିବା ଚିତା କିମ୍ବା ଜଳୁଥିବା କଥା ଦେଖାଯାଏ ତେବେ ଏହା ମଧ୍ୟ ମୃତ୍ୟୁର ସଙ୍କେତ ହୋଇଥାଏ ।

Leave a Reply

Your email address will not be published. Required fields are marked *