ମଇ ୫ , ୨୦୨୩ ରେ ହେବନି ଚନ୍ଦ୍ର ଗ୍ରହଣ । ଜାଣି ନିଅନ୍ତୁ ବୈଜ୍ଞାନିକଙ୍କ ଚେତାବନୀ ।

ମଇ ୫ , ୨୦୨୩ ରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଯାହାକି ଶୁକ୍ରବାର ଦିନ ପଡ଼ିବ । ତେବେ କହି ରଖିବୁ ଯେ ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ ତେଣୁ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ । ଚନ୍ଦ୍ର ଗ୍ରହଣ ମଇ ୫ ରାତି ୦୮.୪୫ ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ୦୧.୦୦ ରେ ସମାପ୍ତ ହେବ । ତେଣୁ ଏହା ୪ ଘଣ୍ଟା ୧୫ ମିନିଟର ଏକ ଦୀର୍ଘ ଚନ୍ଦ୍ରଗ୍ରହଣ ହେବ ।

ଯେହେତୁ ସୂତକ କାଳ ୯ ଘଣ୍ଟା ପୂର୍ବରୁ ଲାଗିଯାଏ ତେଣୁ ମଇ ୫ ସକାଳ ୦୯.୧୧ ରେ ଆରମ୍ଭ ହେବ । ଏହି ଚନ୍ଦ୍ର ଗ୍ରହଣ ନୂଆଦିଲ୍ଲୀ , ମୁମ୍ବାଇ , ହାଇଦ୍ରାବାଦ , କୋଲକାତା , ଚେନ୍ନାଇ , ବେଙ୍ଗାଲୁରୁ , ପୁଣେ ଭଳି ସହରରେ ନଜର ଆସିବ । ଏହି ଗ୍ରହଣକୁ ଦେଖିବା ସମୟରେ ଖାସ ସତର୍କତା ଅବଲମ୍ବନ କରନ୍ତୁ । ବିଶେଷ କରି ମହିଳା ମାନେ ଅଧିକ ସତର୍କ ରହିବା ଉଚିତ ।

ଖାଲି ଆଖିରେ ଗ୍ରହଣ ଦେଖିଲେ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତି କିମ୍ବା ସେବନ ବର୍ଜିତ ଅଟେ , ପୂଜାପାଠ ବର୍ଜିତ ଅଟେ ଏବଂ ଘରର ମନ୍ଦିରକୁ ମଧ୍ୟ ଏହି ସମୟରେ ଖୋଲିବା ଉଚିତ ନୁହେଁ , କୌଣସି ପ୍ରକାରର ଶୁଭ ମାଙ୍ଗଳିକ କାର୍ଯ୍ୟ ବର୍ଜିତ ଅଟେ । ଆପଣ ଚାହିଁଲେ କୌଣସି ମନ୍ତ୍ର ପାଠ କରି ପାରିବେ । ଗ୍ରହଣ ସମୟରେ ଗଛ ଲତାରେ ଜଳ ସେଚନ କରିବା ଉଚିତ ନୁହେଁ ଏବଂ ଏହି ସମୟରେ ଛୋଟ ପିଲା ମାନେ ମଧ୍ୟ ବାହାରକୁ ଯିବା ଉଚିତ ନୁହେଁ ।

ଗ୍ରହଣ ପରେ ଘରେ ଗଙ୍ଗା ଜଳର ସେଚନ ନିହାତି ଦିଅନ୍ତୁ । ସୂତକ କାଳ ସମୟରେ ଚନ୍ଦ୍ରମା ପୀଡ଼ିତ ହୋଇଥିବାରୁ କୌଣସି ଚନ୍ଦ୍ର ମନ୍ତ୍ର ଜପ କରି ପାରିବେ । ବୈଶାଖ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ଚନ୍ଦ୍ର ଗ୍ରହଣ ଲାଗୁ ଥିବାରୁ ମନ୍ତ୍ର ଜପ ଅଧିକ ଜରୁରୀ ଅଟେ । ବିଶେଷ କରି ଓଁ ନମଃ ଶିବାୟ ମନ୍ତ୍ରର ଜପ ନିଶ୍ଚିତ କରନ୍ତୁ ।

ଗ୍ରହଣ ସମୟରେ କିଛି କାର୍ଯ୍ୟ କରିବା ଆଦୋୖ ଉଚିତ ନୁହେଁ । ଗ୍ରହଣ ସମୟରେ ଭୋଜନ ବର୍ଜିତ ଅଟେ ମାତ୍ର ପୂର୍ବରୁ ଭୋଜନ ପ୍ରସ୍ତୁତ ହୋଇଥିଲେ ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ଗ୍ରହଣ ସମୟରେ ଶାରୀରିକ ସମ୍ପର୍କ , ପୂଜାପାଠ , ତୁଳସୀ ଗଛକୁ ସ୍ପର୍ଶ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ବିଶେଷ କରି ଗର୍ଭବତୀ ମହିଳା ମାନେ ଗ୍ରହଣ ସମୟରେ ଶୋଇବା ଉଚିତ ନୁହେଁ ଏବଂ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର କରିବା ଉଚିତ ନୁହେଁ ।

ଏହି ସମୟରେ ଗର୍ଭବତୀ ମହିଳା ତାଲା ଚାବି ପ୍ରୟୋଗ ଏବଂ ବାହାରକୁ ଯିବା ଉଚିତ ନୁହେଁ । ବାହାରକୁ ଯିବା ଜରୁରୀ ଥିଲେ ଶରୀରକୁ ତୁଳସୀ ଚନ୍ଦନ ଲେପ କିମ୍ବା ଭଲ ଭାବରେ କଭର କରି ବାହାରକୁ ଯାଇ ପାରିବେ । ଗ୍ରହଣ ସମୟରେ ଗଛରୁ ପତ୍ର ଛିଡ଼ାନ୍ତୁ ନାହିଁ । ଗ୍ରହଣ ସମୟରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ବର୍ଜିତ ଏଟେ ।

ଗର୍ଭବତୀ ମହିଳା ଗ୍ରହଣ ସମୟରେ ଘର ଭିତରେ ପରଦା ପକାଇ ରହିବା ଉଚିତ ଏବଂ ଏହି ସମୟରେ କୌଣସି ଜିନିଷକୁ ଖାଲି ଆଖିରେ ମଧ୍ୟ ଦେଖିବା ଉଚିତ ନୁହେଁ । ଗ୍ରହଣ ପରେ ନିଶ୍ଚିତ ଭାବରେ ସ୍ନାନ ଜରୁରୀ ଅଟେ । ବଳକା ଖାଦ୍ୟକୁ ଗ୍ରହଣ ପରେ ବ୍ୟବହାର କରନ୍ତୁ ନାହିଁ ଏବଂ ନୂଆ ଖାଦ୍ୟ ବନାନ୍ତୁ । ଜୀବନରେ ସମସ୍ୟାକୁ ଦୂର କରିବା ପାଇଁ ଏହା ଅତ୍ୟନ୍ତ ଜରୁରୀ ଅଟେ । ଏହି ସମୟରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ” ଓଁ ନମଃ ଶିବାୟ ” ମନ୍ତ୍ର ।

ଗ୍ରହଣ ସମୟରେ ଗର୍ଭବତୀ ମହିଳା ଢ଼ିଲା ପୋଷାକ ପିନ୍ଧିବା ସହିତ ଢ଼ିଲା କେଶ ମଧ୍ୟ ବାନ୍ଧିବା ଉଚିତ । ଗ୍ରହଣ ସମୟରେ ଆପଣ ନିଜ ପାଖରେ ଦୁବ ଘାସ ମଧ୍ୟ ରଖି ପାରିବେ । ଏହି ସମୟରେ ମାନସିକ ଚିନ୍ତା , ଚିତ୍କାର କ୍ରୋଧ ଭଳି ସ୍ୱଭାବ ରଖନ୍ତୁ ନାହିଁ । ଗ୍ରହଣ ପରେ ସ୍ନାନ କରି ସନ୍ତାନ ଗୋପାଳ ମନ୍ତ୍ର ଜପ କରି ପାରିବେ । ମନ୍ତ୍ର ଜପ କରିବା ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ଅନୁଷ୍ଠାନ କରି ପାରିବେ ।

Leave a Reply

Your email address will not be published. Required fields are marked *