ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥରେ ଚାରି ଯୁଗର ବର୍ଣ୍ଣନା ରହିଛି । ପ୍ରତ୍ୟେକ ଯୁଗର ଅବଧି ଭିନ୍ନ ଭିନ୍ନ ବର୍ଣ୍ଣନା କରାଯାଇଛି । ଯେଉଁଠି ପ୍ରଥମେ ସତ୍ୟ ଯୁଗ , ତାପରେ ତ୍ରେତୟା , ଦ୍ଵାପର ଏବଂ କଳିଯୁଗ ଆସିଥାଏ । କଳୁଯୁଗ ସବୁଠାରୁ ଛୋଟ ଏବଂ ଅତ୍ୟନ୍ତ ଭୟଙ୍କର ବୋଲି କୁହାଯାଇଛି । ଶାସ୍ତ୍ରରେ କଳିଯୁଗରେ ପାପର ଭାର ଅଧିକ ବଢ଼ିବା ଦ୍ୱାରା କିଭଳି ପାପର ବିନାଶ ହେବ ସେହି ବିଷୟରେ କୁହାଯାଇଛି ।
କଳିଯୁଗର ଅନେକ ବର୍ଷ ବିତି ଗଲାଣି ଏବଂ କଳିଯୁଗର ସମାପ୍ତି ହେବାକୁ ଲକ୍ଷ ଲକ୍ଷ ବର୍ଷ ଏବେ ବାକି ଅଛି । ଭଗବାନ ଶ୍ରୀକୃଷ୍ଣ ଅନେକଥର କଳିଯୁଗର ଭବିଷ୍ୟବାଣୀ ବିଷୟରେ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ କାଲିଯୁଗରେ ହେବାକୁ ଥିବା ସମସ୍ତ ଘଟଣା ବିଷୟରେ ପୂର୍ବରୁ ହିଁ କହିଛନ୍ତି । ଗରୁଡ଼ ପୁରାଣ , ଭଗବତ ଗୀତା ଏବଂ ପୁରାଣ ଆଦି ଗ୍ରନ୍ଥରେ କଳିଯୁଗର ବର୍ଣ୍ଣନା ମିଳିଥାଏ ।
ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ କଳିଯୁଗ ବିଷୟରେ ଯେଉଁ କଥା କହିଥିଲେ ସେହି ବିଷୟରେ କହିବାକୁ ଯାଉଛୁ । ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ କଳିଯୁଗର ପାଞ୍ଚଟି ରହସ୍ୟ ବିଷୟରେ କହିଥିଲେ ଯାହାକୁ ଯଦି ଆପଣ ଜାଣି ନିଅନ୍ତି ତେବେ ଆପଣ କଳିଯୁଗରେ ଜୀବିତ ରହି ପାରିବେ । ପାଣ୍ଡବ ମାନଙ୍କ ବନବାସ ସମୟରେ ସେମାନେ ଶ୍ରୀକୃଷ୍ଣଙ୍କୁ ଦ୍ଵାପର ଯୁଗର ସମାପ୍ତି ପରେ କଳିଯୁଗ କିଭଳି ରହିବ ଏହି ବିଷୟରେ ପ୍ରଶ୍ନ କରିଥିଲେ ।
ଏହାପରେ ଶ୍ରୀକୃଷ୍ଣ ସେମାନଙ୍କୁ ଚାରୋଟି ଦିଗରେ ଭିନ୍ନ ଭିନ୍ନ ଭାବରେ ଯିବାକୁ କହିଲେ ଏବଂ ଯଦି ସେମାନେ କିଛି ବିଚିତ୍ର ଦେଖନ୍ତି ତାହାକୁ ଆସି କହିବାକୁ କହିଲେ । ଯାହାପରେ ସେ ପାଣ୍ଡବ ମାନଙ୍କୁ କଳିଯୁଗ କିଭଳି ରହିବ ସେହି ବିଷୟରେ କହିବେ ବୋଲି କହିଥିଲେ । ଏହାପରେ ସେମାନେ ଜଙ୍ଗଲରେ ଚାରି ଭିନ୍ନ ଦିଗକୁ ଗଲେ । ପ୍ରଥମେ ଯୁଧିଷ୍ଠିର ଫେରି ଆଉ ଅଦ୍ଭୁତ ଦୃଶ୍ୟ ବିଷୟରେ ବର୍ଣ୍ଣନା କଲେ ।
ତାଙ୍କ କହିବା ଅନୁଯାୟୀ ସେ ଜଙ୍ଗଲରେ ଦୁଇଟି ଶୁଣ୍ଢ ଥିବା ହାତୀ ଦେଖି ଶ୍ରୀକୃଷ୍ଣଙ୍କୁ କହିଲେ । ଯାହାର ଉତ୍ତରରେ ଶ୍ରୀକୃଷ୍ଣ କହନ୍ତି ଯେ ଏହା କଳିଯୁଗର ଏକ ସଙ୍କେତ ଅଟେ । ଅର୍ଥାତ କଳିଯୁଗରେ ଏଭଳି ଲୋକ ଆସିବେ ଯେଉଁମାନେ ଦୁଇ ଉପାୟରେ ପ୍ରଜାଙ୍କ ଶୋଷଣ କରିବେ । ସେମାନେ ପ୍ରଜାଙ୍କୁ ମିଛ ପ୍ରତିଶୃତି ଦେଇ କହିବେ ଗୋଟିଏ କିନ୍ତୁ କରିବେ ଅନ୍ୟ କିଛି । ଏହାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ଏକ ବିଶାଳ ଗଛ ଉପରେ ଏକ ବିଶାଳ ପକ୍ଷୀ ବସିଥିଲା ଯାହାର ପରରେ ବେଦ ମନ୍ତ୍ର ଲେଖା ଯାଇଥିଲା ।
କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେହି ପକ୍ଷୀଟି ମୃତ ଶବକୁ ଖାଉଥିଲା । ଭଗବାନ ଶ୍ରୀକୃଷ୍ଣ ଉତ୍ତରରେ କହନ୍ତି ଯେ କଳିଯୁଗରେ ଜ୍ଞାନୀ ବ୍ୟକ୍ତି ସେହିଭଳି ହେବେ ଏବଂ ନିଜର ଜ୍ଞାନର ଦୁରୂପଯୋଗ କରିବେ । ନିଜ ଜ୍ଞାନର ଉପଯୋଗ କରି ଧନ ଅର୍ଜନ କରିବେ । କଳିଯୁଗରେ ଲୋକେ ଧନ ଅର୍ଜନ ପାଇଁ ଜ୍ଞାନ ପ୍ରାପ୍ତ କରିବେ ଏବଂ କେହିବି ଦୁନିଆର କଲ୍ୟାଣ ପାଇଁ ଜ୍ଞାନ ଅର୍ଜନ କରିବେ ନାହିଁ ।
ମାଂସ ମଦିରା ପାନ କରୁଥିବା ଲୋକ ମଧ୍ୟ ସାଧୁ ଭଳି ଆଚରଣ କରିବେ । ଏହାପରେ ଭୀମ କହିଲେ ଯେ ସେ ଜଙ୍ଗଲରେ ଏକ ଗାଈ ଏବଂ ବାଛୁରୀକୁ ଦେଖିଲେ । ଯେଉଁଠି ଗାଈଟି ବାଛୁରୀକୁ ଏତେ ମାତ୍ରାରେ ଚାଟିବାକୁ ଲାଗୁଛି ଯେ କିଛି ସମୟ ପରେ ବାଛୁରୀଟି ଲହୁ ଲୁହାଣ ହୋଉ ଯାଉଛି । ଉତ୍ତରରେ ଶ୍ରୀକୃଷ୍ଣ କହନ୍ତି ଯେ କଳିଯୁଗରେ ସବୁ ମନୁଷ୍ୟ ଶିଶୁପାଳ ଭଳି ହେବେ । ଯେଉଁଠି ନିଜ ସନ୍ତାନ ପ୍ରତି ମା’ ର ମମତା ଏତେ ବଢ଼ିଯିବ ଯେ ତାକୁ ବିକାଶର ଅବସର ହିଁ ମିଳିବ ନାହିଁ ।
ଯେଉଁ କାରଣରୁ ମନୁଷ୍ୟ ଆହୁରି ଦୁର୍ବଳ ହୋଇଯିବ ଏବଂ ତାର ଆୟୁଷ ମଧ୍ୟ କମିଯିବ । ଏହାପରେ ସହଦେବ କହନ୍ତି ଯେ ପାଞ୍ଚଟି ପାଣି ପୁର୍ଣ୍ଣ କୁଅଁ ମଧ୍ୟରେ ଗୋଟିଏ ସମ୍ପୂର୍ଣ୍ଣ ଖାଲି ବଡ଼ କୁଅଁ ଥିଲା ଯାହାକି ଅସମ୍ଭବ ଅଟେ । ଏହାର ଅର୍ଥ ଶ୍ରୀକୃଷ୍ଣ କହନ୍ତି ଯେ କଳିଯୁଗରେ ଲୋକଙ୍କ ପାଖରେ ଧନ ଥିଲେବି ସେ ତାର ସଦୁପଯୋଗ କରିବ ନାହିଁ । ସେମାନେ ବିବାହ , ବର୍ଷିକୀ , ହୋମ ଯଜ୍ଞରେ ଅଧିକ ଖର୍ଚ୍ଚ କରିବେ କିନ୍ତୁ ଦ୍ୱାରକୁ ଆସିଥିବା ଦରିଦ୍ରକୁ ସାହାଯ୍ୟ କରିବେ ନାହିଁ ।
କେହିବି ଅନ୍ୟର ଚିନ୍ତା କରିବେ ନାହିଁ କେବଳ ନିଜ କଥା ଦେଖିବେ । ତାତ୍ପର୍ଯ୍ୟ ଏହା ହେ କଳିଯୁଗରେ ଧନୀ ଲୋକଙ୍କ ପାଖରେ ଅନ୍ନର ଭଣ୍ଡାର ଥିବ ମାତ୍ର ଗରିବ ଲୋକ ଭୋକରେ ମରିଯିବେ ଏବଂ କେହିବି ଦାନ ଧର୍ମ କରିବେ ନାହିଁ । ଏହାପରେ ନକୁଳ କହନ୍ତି ଯେ ସେ ଏକ ବଡ଼ ପଥରକୁ ପାହାଡ଼ ଉପରୁ ଖସୁଥିବାର ଦେଖିଲେ ଯାହାକୁ ବଡ଼ ବଡ଼ ଗଛ ଅଟକାଇବାରେ ସକ୍ଷମ ହୋଇ ନଥିଲା କିନ୍ତୁ ତାହା ଏକ ଛୋଟ ଗଛ ଦ୍ୱାରା ଅଟକି ଯାଇଥିଲା ।
ଉତ୍ତରରେ ଶ୍ରୀକୃଷ୍ଣ କହନ୍ତି ଯେ କଳିଯୁଗରେ ମନୁଷ୍ୟର ବୁଦ୍ଧି ଭ୍ରଷ୍ଟ ହୋଇଯିବ ଏବଂ ତାର ପତନ ଘଟିବ । ଯାହାକୁ ସମ୍ମାନ ମାନ ପ୍ରତିଷ୍ଠା ଏବଂ ସତ୍ତା ମଧ୍ୟ ଅଟକାଇ ପାରିବ ନାହିଁ । କିନ୍ତୁ ହରି ନାମ ଜପ କରିବା ମାତ୍ରେ ତାର ଜୀବନର ପତନ ଅଟକି ଯିବ । କଳିଯୁଗରେ ହରି ନାମ ହିଁ ମୋକ୍ଷର ଏକମାତ୍ର ମାର୍ଗ ହେବ ।