ମଙ୍ଗଳବାର ଦିନ କରନ୍ତୁ ଶ୍ରୀହନୁମାନଙ୍କର ଏହି ଦୁଇଟି ରାମବାଣ ସହଜ ଉପାୟ । ସବୁ ଦୁଃଖ କଷ୍ଟ ହୋଇଯିବ ଦୂର

କଳିଯୁଗରେ କେବଳ ଜଣେ ଦେବତା ଯିଏକି ସ୍ୱଶରୀରରେ ଉପସ୍ଥିତ ଅଛନ୍ତି । ଶ୍ରୀହନୁମାନଙ୍କ ଭକ୍ତଙ୍କ ଉପରେ ଭଗବାନ କେବେବି କୌଣସି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ଏବଂ ଶ୍ରୀହନୁମାନ ମଧ୍ୟ ନିଜ ଭକ୍ତର ଉପାୟ ଦ୍ୱାରା ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । କିନ୍ତୁ ଶ୍ରୀହନୁମାନଙ୍କ ମନ୍ଦିରକୁ ଗଲେ କିଛି ବିଶେଷ ନୀତି ନିୟମ ବିଧାନ ରହିଛି । ମଙ୍ଗଳବାର ଦିନଟି ଶ୍ରୀହନୁମାନଙ୍କ କୃପା ପ୍ରାପ୍ତି ପାଇଁ ବିଶେଷ ଦିନ ବୋଲି ମାନା ଯାଇଥାଏ ।

ତେଣୁ ଏହିଦିନ କିଛି ବିଶେଷ ଉପାୟ ଅଧିକ ପ୍ରଭାବୀ ହୋଇଥାଏ । ଶ୍ରୀହନୁମାନଙ୍କୁ ମହାଦେବଙ୍କ ୧୧ତମ ରୂପ ବୋଲି ମାନା ଯାଏ । ନିଜ ଜୀବନରେ କୌଣସି ପ୍ରକାରର ବି ସମସ୍ୟା ଥିଲେ ତାହା ଶ୍ରୀହନୁମାନଙ୍କ ଆରାଧନା ଦ୍ୱାରା ଦୂର ହୋଇଥାଏ ଏବଂ ଶ୍ରୀହନୁମାନ ପ୍ରସନ୍ନ ହେଲେ ସବୁକିଛି ଦୁଃଖ କଷ୍ଟ ଦୂର ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଶ୍ରୀହନୁମାନଙ୍କୁ ଆରାଧନା ଏବଂ ବିଶେଷ କୃପା ପାଇବା ପାଇଁ ମଙ୍ଗଳବାର ଉପଯୁକ୍ତ ହୋଇଥାଏ ଏବଂ ମଙ୍ଗଳବାର ଦିନ ଚୋଲା ଚଢ଼ାଇବର ବିଧାନ ରହିଛି ଯାହାଦ୍ୱାରା ଜୀବନର ସବୁ କଷ୍ଟ ଦୂର ହୋଇଥାଏ ।

ଚୋଲା ଅର୍ଥ ସିନ୍ଦୁର ଏବଂ ଚମେଲି ତେଲର ପ୍ରଲେପ । ଏହାଦ୍ବାରା ଶ୍ରୀହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ତେଣୁ ମଙ୍ଗଳବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ନାଲି ବସ୍ତ୍ର ପିନ୍ଧି ଆଖପାଖ କୌଣସି ମନ୍ଦିରକୁ ଯାଇ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତୁ । ଆପଣ ଏଥିରେ ଗାଈ ଘିଅ ମଧ୍ୟ ବ୍ୟବହାର କରି ପାରିବେ ।

ସିନ୍ଦୁର ଏବଂ ଚମେଲି ତେଲକୁ ଭଲ ଭାବରେ ମିଶାଇ ଶ୍ରୀହନୁମାନଙ୍କୁ ଲେପ ଲଗାନ୍ତୁ । ଏହାଦ୍ବାରା ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ଦୁଃଖ କଷ୍ଟ ଦୂର କରନ୍ତି । ଶ୍ରୀହନୁମାନଙ୍କ ଚେହେରାରେ ସିନ୍ଦୁର ଲଗାଯାଏ ନାହିଁ ଏବଂ ସ୍ତ୍ରୀ ଲୋକ ମାନେ ମଧ୍ୟ ଶ୍ରୀହନୁମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । କାରଣ ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । ଆଖିରେ ମଧ୍ୟ ସିନ୍ଦୁର ଲଗାଇବା ଉଚିତ ନୁହେଁ ।

ତେବେ ଏହି ଉପାୟ ଅତ୍ୟନ୍ତ ଶ୍ରଦ୍ଧା ଭାବରେ କରନ୍ତୁ ।ଲେପ କରିବା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ କିମ୍ବା ଶ୍ରୀରାମଚନ୍ଦ୍ର ନାମ ଜପ କରନ୍ତୁ । ଏହାପରେ ଶ୍ରୀହନୁମାନଙ୍କୁ ପାନ , ସୁପାରି , ପାନ ବିଡ଼ା ଏହାପରେ ଶ୍ରୀହନୁମାନଙ୍କୁ ନାଲି ବସ୍ତ୍ର ଅର୍ପିତ କରନ୍ତୁ । ଏହାପରେ ଏକୁଟିଆ ବସି ହନୁମାନ ଚାଳିଶା ପାଠ କରନ୍ତୁ ।

ଏହାବ୍ୟତୀତ ଆପଣ ସୁନ୍ଦରକାଣ୍ଡର ପାଠ ମଧ୍ୟ କରି ପାରିବେ । ଯାହାଦ୍ୱାରା ଆପଣଙ୍କର ମନସ୍କାମନା ବହୁତ ଜଲଦି ପୂରଣ ହୋଇଯିବ । ଏହାପରେ ନିଜର ମନସ୍କାମନା ଶ୍ରୀହନୁମାନଙ୍କୁ କହି ଦିଅନ୍ତୁ । ଶ୍ରୀହନୁମାନଙ୍କୁ ଆପଣ ଗୁଡ଼ ଚଣା , ବୁନ୍ଦୀ ଲଡୁ କିମ୍ବା ବେସନ ଲଡୁ ମଧ୍ୟ ଅର୍ପିତ କରି ପାରିବେ । ମାତ୍ର ଧ୍ୟାନ ଦେବେ ଯେପରି ଭୋଗରେ ତୁଳସୀ ପତ୍ର ନିଶ୍ଚିତ ଅର୍ପିତ ହେବା ଆବଶ୍ୟକ ।

ତୁଳସୀ ପତ୍ର ଶ୍ରୀହନୁମାନଙ୍କର ସବୁଠାରୁ ଅଧିକ ପ୍ରିୟ ଅଟେ । ଏଭଳି ମାନ୍ୟତା ରହିଛି ଯେ ତୁଳସୀ ଦ୍ୱାରା ଶ୍ରୀହନୁମାନ ବହୁତ ଜଲଦି ତୃପ୍ତ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଶ୍ରୀହନୁମାନଙ୍କୁ ତୁଳସୀ ପତ୍ର ଅର୍ପିତ କରନ୍ତି ତାଙ୍କ ଜୀବନରେ ସୁଖ ସମୃଦ୍ଧି ଭାରି ଯାଏ । ମାତ୍ର ସନ୍ଧ୍ୟା ସମୟରେ ଚମେଲି ତେଲ କିମ୍ବା ଘିଅ ଦୀପ ପ୍ରଜ୍ଜ୍ଵଳିତ କରିବା ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *