ମୋହିନୀ ଏକାଦଶୀରେ ଏହି ସ୍ଥାନରେ ବନାଇ ଦିଅନ୍ତୁ ସ୍ୱସ୍ତିକ ଚିହ୍ନ । ଦରିଦ୍ର୍ୟରୁ ହୋଇଯିବେ କୋଟିପତି ।

ବୈଶାଖ ମାସ ଶୁକ୍ଳପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ କୁହାଯାଏ । ଏହିଦିନ ଭକ୍ତ ମାନେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ମୋହିନୀ ସ୍ୱରୂପକୁ ଆରାଧନା କରନ୍ତି । ଏହି ବ୍ରତ ରଖିବା ଦ୍ୱାରା ଜୀବନର ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ବ୍ରତ ରଖୁଥିବା ବ୍ୟକ୍ତି ଖୁବ ଧନବାନ , ଗୁଣବାନ ହେବା ସହିତ ସମାଜରେ ମାନ ସମ୍ମାନ ମଧ୍ୟ ପାପ୍ତ କରିଥାଏ । ତେବେ ଏହିଦିନ ବିଷ୍ଣୁଙ୍କର ବିଧି ବିଧାନ ସ୍ୱରୂପ ପୂଜା କରିବାର ନିୟମ ରହିଛି ।

ତେଣୁ ଏହିଦିନ ସକାଳୁ ଶୀଘ୍ର ଉଠି ଘରକୁ ସଫାସୁତୁରା କରନ୍ତୁ ଏବଂ ସର୍ବପ୍ରଥମେ ଘରର ମୁଖ୍ୟଦ୍ୱାରରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ଏହାପରେ ଘରର ମୁଖ୍ୟଦ୍ୱାରରେ ବନ୍ଦନବାର ଲଗାଇ ବାହାର ପଟୁ ହଳଦୀରେ ସ୍ୱସ୍ତିକ ବନାନ୍ତୁ । ଘରେ ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ ଏବଂ ଘରର ମୁଖ୍ୟଦ୍ୱାରର ଭିତର ପଟେ ଡାହାଣ ଦିଗରେ ଏକ ଜଳ ପୂର୍ଣ୍ଣ ପାତ୍ର ରଖି ଦିଅନ୍ତୁ ।

ସମ୍ଭବତଃ ସେଥିରେ ଅଳ୍ପ ଫୁଲ ପାଖୁଡ଼ା ରଖି ଦିଅନ୍ତୁ ଯାହାକି ମାତା ଲକ୍ଷ୍ମୀଙ୍କ ଆଗମନ ଏବଂ ସୁରକ୍ଷା କବଚ ଆକାରରେ କାମ କରିବ । ଆଗାମୀ ଦିନ ତାହାକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ମାତ୍ର ସେହି ଜଳ ପୂର୍ଣ୍ଣ ପାତ୍ର ତଳେ ଏକ ସ୍ୱସ୍ତିକ ଚିହ୍ନ ବନାଇ ଦିଅନ୍ତୁ । ଏହାପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଘରର ପୂଜାଘରେ ବସିଯାଆନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କ ମୋହିନୀ ସ୍ୱରୂପର ପୂଜା କରନ୍ତୁ ।

ପୂଜା ପାଇଁ ଆବଶ୍ୟକ ପଞ୍ଚାମୃତ , ହଳଦିଆ ଫୁଲ , ତୁଳସୀ , ଧୂପ , ଦୀପ , ଚନ୍ଦନ , ରୋଲି । ଏହିଦିନ ବ୍ରତ କଥା ଶୁଣିବା ପରେ ହିଁ ଆରତୀ କରନ୍ତୁ ଏବଂ ପରେ ଭୋଗକୁ ସାରା ପରିବାରରେ ପ୍ରସାଦ ଆକାରରେ ବାଣ୍ଟି ଦିଅନ୍ତୁ । ମୋହିନୀ ଏକାଦଶୀର ଶୁଭ ମୁହୂର୍ତ୍ତ ମଇ ୨୨ ସକାଳ ୯.୧୫ ରେ ଆରମ୍ଭ ହୋଇ ମଇ ୨୩ ସକାଳ ୬.୪୩ ମିନିଟରେ ଶେଷ ହେବ । ତେଣୁ ଏହି ବ୍ରତ ମଇ ୨୩ ରେ ହିଁ ପାଳିତ ହେବ ।

ଏହିଦିନ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ ଯେତେ ଅଧିକ କରିବେ ସେତେ ଭଲ ହେବ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ଏକ ନାଲି କପଡ଼ାରେ କିଛି ଚାଉଳ , କଉଡ଼ି ଏବଂ ମୁଦ୍ରା ରଖି ମୋୖଲି ସୂତାରେ ବାନ୍ଧି ଅର୍ପିତ କରି ଦିଅନ୍ତୁ । ଆଗାମୀ ଏକାଦଶୀରେ ଚାଉଳକୁ କୌଣସି ଜଳାଶୟରେ ପ୍ରବାହିତ କରି ମୁଦ୍ରା ଏବଂ କଉଡ଼ିକୁ ନେଇ ପୁଣିଥରେ ସେହି ଉପାୟକୁ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଧନ ସ୍ଥିର ରହିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

ଶରୀର ଏବଂ ମନକୁ ସନ୍ତୁଳିତ କରିବା ପାଇଁ ବ୍ରତ ଉପବାସର ନିୟମ ରହିଛି । ତେଣୁ ମୋହିନୀ ଏକାଦଶୀ ବ୍ରତ ରଖିଲେ ମୋହ ଦୋଷ ଦୂର ହୋଇଥାଏ । ତେଣୁ ଏହି ମୋହିନୀ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ରାମ ସ୍ୱରୂପକୁ ପୂଜା କଲେ ଜୀବନର ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଥାଏ । ମୋହିନୀ ଏକାଦଶୀ ବ୍ରତ ବ୍ୟକ୍ତିର ଜୀବନର ମୋହ ଏବଂ ଚିନ୍ତାକୁ କମ କରିଥାଏ , ଯାହାଦ୍ୱାରା ପାପ କମିଯାଏ , ମନ ଶୁଦ୍ଧ ରହିଥାଏ ଏବଂ ବ୍ୟକ୍ତି ସବୁ ପ୍ରକାରର ଦୁର୍ଘଟଣାରୁ ମୁକ୍ତ ରହିଥାଏ ।

ଏହିଦିନ ବ୍ରତ ରଖିଲେ ସହସ୍ର ଗୋଦାନର ପୁଣ୍ୟ ଫଳ ମିଳିଥାଏ । ଏହିଦିନ ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାଇଲେ ନକରାତ୍ମକ ଶକ୍ତି ଠାରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଘରର ପୂଜାଥାଳି ଉପରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ବନାଇ , ଅଳ୍ପ ଫୁଲ ଦେଇ ଦୀପ ରଖି ଆରତୀ କଲେ ଜୀବନର କଷ୍ଟ କମ ହୋଇଥାଏ । ଏହାଦ୍ବାରା ବ୍ରତର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ଏହିଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଘିଅ ଦୀପ ପ୍ରଜ୍ଜ୍ଵଳିତ କରିବାର ବିଧାନ ରହିଛି ।

ଏହିଦିନ ଅନ୍ନ ଖାଇବା ବର୍ଜିତ ଅଟେ । ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ତେବେ ଏହିଦିନ କୌଣସି ମନ୍ଦିରକୁ ଯାଇ ନିଜର ମନସ୍କାମନା କହି ସିନ୍ଦୁରରେ ଓଲଟା ସ୍ୱସ୍ତିକ ବନାଇ ଦିଅନ୍ତୁ । ବ୍ରତ ରଖିଥିଲେ ଭାତ ଖାଆନ୍ତୁ ନାହିଁ ଏବଂ ଭୁଇଁରେ ଶୋଇବା ସହିତ ନିର୍ଜଳ ଉପବାସ ମଧ୍ୟ କରି ପାରିବେ । ସନ୍ଧ୍ୟା ସମୟରେ ଗାଈ ଘିଅରେ ଦୀପ ପ୍ରଜ୍ଜ୍ଵଳିତ ନିହାତି କରନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ୧୧ ରୁ ୧ ମଧ୍ୟରେ ଦୀପ ଜାଳି ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ ଏବଂ ପୂଜା ଓ ବ୍ରତର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *