କୌଣସି ରବିବାର ଦିନ ଜଳ ତର୍ପଣ ସମୟରେ କହି ଦିଅନ୍ତୁ ଏହି ଗୁପ୍ତ ସୂର୍ଯ୍ୟ ମନ୍ତ୍ର । ଦୁଇ ମିନିଟ ମଧ୍ୟରେ ହେବ ଚମତ୍କାର

ସୂର୍ଯ୍ୟ ଦେବଙ୍କୁ ସର୍ବତୀ ସାକ୍ଷୀ ଭୂତମ ବୋଲି କୁହାଯାଏ । ଏହାର ଅର୍ଥ ସୂର୍ଯ୍ୟଦେବ ସବୁକିଛି ଦେଖି ପାରନ୍ତି ଏବଂ ସବୁ କ୍ରିୟାକଳାପର ସାକ୍ଷୀ ହୋଇଥାନ୍ତି । କୌଣସି ବିଶେଷ ପୂଜା ବିଧି କରି ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି ହୁଏ କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ବିଶେଷ ମନ୍ତ୍ର ଜପ ଏବଂ ଜଳ ତର୍ପଣ ଦ୍ୱାରା ସୂର୍ଯ୍ୟ ଦେବଙ୍କୁ କିଭଳି ପ୍ରସନ୍ନ କରିହେବ ସେହି ବିଷୟରେ କହିବୁ ।

ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ଯଦି ଆପଣ ସେହି ବିଶେଷ ମନ୍ତ୍ରକୁ ୧୧ ଥର କହି ଦିଅନ୍ତି ତେବେ ଯଶ ଏବଂ ସମ୍ମାନ ପାପ୍ତ ହୋଇଥାଏ । ଯଦି ସୂର୍ଯ୍ୟଙ୍କ ଉପାସନା ସୂର୍ଯ୍ୟଙ୍କ ନକ୍ଷତ୍ର ଉତ୍ତରା ଫାଲ୍ଗୁନି କିମ୍ବା କୃତିକା ନକ୍ଷତ୍ରରେ କରାଯାଏ ତେବେ ବ୍ୟକ୍ତିକୁ ଅଧିକ ଲାଭ ପ୍ରାପ୍ତ ହୋଇଥାଏ ।

କହି ରଖିବୁ ଯେ କୌଣସିବି ମନ୍ତ୍ରକୁ ସିଦ୍ଧ କଲେ ତାହାର ଫଳ ପ୍ରାପ୍ତ ହୋଇଥାଏ । କହିରଖିବୁ ଯେ ମନ୍ତ୍ର ସର୍ବଦା ମନେ ମନେ ଜପ କଲେ ତାହାର ଫଳ ଅଧିକ ପ୍ରାପ୍ତ ହୋଇଥାଏ ମାତ୍ର ଜୋରରେ କହି ଜପ କଲେ ତାହାର କମ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ କୌଣସି କରଜରେ ବୁଡ଼ି ରହିଛନ୍ତି କିମ୍ବା ଆପଣଙ୍କ ଠାରୁ ଟଙ୍କା ନେଇଥିବା ବ୍ୟକ୍ତି ଫେରାଉ ନାହିଁ ତେବେ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ଏକ ଲୋଟା ଜଳରେ ଏକ ଚିମୁଟା ନାଲି ଲଙ୍କା ମଞ୍ଜି ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କରଜ ସମସ୍ୟା କିମ୍ବା ଫସି ରହିଥିବା ଟଙ୍କା ଫେରି ଆସିବ । ଏହି ଉପାୟ ଲଗାତାର ୨୧ କିମ୍ବା ୨୭ ଟି ରବିବାର ଦିନ କରନ୍ତୁ ।

ଯଦି କରଜ ସମସ୍ୟା ସହିତ ଶତ୍ରୁ ଶକ୍ତି ବିରୋଧୀ ସମସ୍ୟା ରହିଥାଏ ତେବେ ଏମିତିରେ ଜଳରେ କଳା ତିଳ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ରିଗ ବେଦରେ ଏହା ବର୍ଣ୍ଣିତ ଅଛି ଯେ ସୂର୍ଯ୍ୟ ଉଦୟ ସମୟରେ ଉଠୁଥିବା ବ୍ୟକ୍ତିର ସବୁ କାର୍ଯ୍ୟ ସଫଳ ହୋଇଥାଏ ଏବଂ ବ୍ରହ୍ମାଣ୍ଡର ସବୁ ଜୀବ ସୂର୍ଯ୍ୟଙ୍କ ଉପରେ ଆଶ୍ରିତ ରହିବା ସହିତ ସୂର୍ଯ୍ୟ ସମସ୍ତଙ୍କ ଶାରୀରିକ , ମାନସିକ ଏବଂ ଆଧ୍ୟାତ୍ମିକ ବିକାରକୁ ମଧ୍ୟ ଦୂର କରିଥାଏ ।

ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ଆପଣ ସେଥିରେ ଚାଉଳ , ନାଲି ମନ୍ଦାର ଫୁଲ ସବୁ ମିଶାଇ ପୂର୍ବ ଦିଗକୁ ମୂଖ କରି ଛିଡ଼ା ହୋଇ ଯାଆନ୍ତୁ । ଏହାପରେ ଲୋଟାକୁ ହାତରେ ମୁଣ୍ଡ ଉପରକୁ ଉଠାଇ ସିଧା ଛିଡ଼ା ହୋଇ ଯାଆନ୍ତୁ । ଏହାପରେ ସୂର୍ଯ୍ୟ ଦେବଙ୍କୁ ଦେଖି ସାତ ଥର ଅଳ୍ପ ଅଳ୍ପ ଅର୍ପିତ କରିବା ପରେ ପ୍ରଣାମ କରନ୍ତୁ । ଏଭଳି କରି ଯଦି ଆପଣ ଜପ କରନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହେବ ଏବଂ ସୂର୍ଯ୍ୟ ଦେବଙ୍କ ବିଶେଷ କୃପା ମଧ୍ୟ ପ୍ରାପ୍ତ ହେବ ।

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ଓଁ ଆଦିତ୍ୟାୟ ନମଃ ମନ୍ତ୍ରର ଜପ କରି ପାରିବେ । ଗାୟତ୍ରୀ ମନ୍ତ୍ରର ଜପ କରି ପାରିବେ । ଯଦି ଆପଣଙ୍କ ବିବାହ ହୋଇପାରୁ ନାହିଁ କିମ୍ବା ବୈବାହିକ ଜୀବନରେ ସମସ୍ୟା ରହିଛି ତେବେ ଏକ ଚିମୁଟା ହଳଦୀ ଅର୍ପିତ କରିବା ଦ୍ୱାରା ସୂର୍ଯ୍ୟ ଦେବ ଏବଂ ଦେବଗୁରୁ ବୃହସ୍ପତି ଏବଂ ଶ୍ରୀହରିଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । ଏହାବ୍ୟତୀତ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ତେବେ ଖାସ ମନ୍ତ୍ର ଅନୁଯାୟୀ ” ଓଁ ମିତ୍ରାୟ ନମଃ , ଓଁ ମରିଚାୟ ନମଃ , ଅଁ ସ୍ଵୟେ ନମଃ , ଓଁ ଆଦିତ୍ୟାୟ ନମଃ , ଓଁ ସୂର୍ଯ୍ୟାୟ ନମଃ , ଓଁ ଭାସ୍କରାୟ ନମଃ , ଓଁ ଭାନବେ ନମଃ , ଓଁ ଆର୍କାୟ ନମଃ , ଓଁ ପୁଷ୍ୟେ ନମଃ , ଓଁ ଖଗୟେ ନମଃ । ” ଏହିଭଳି ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବା ସମୟରେ ମନ୍ତ୍ର ଜପ କରି ପାରିବେ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହିତ ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ

Leave a Reply

Your email address will not be published. Required fields are marked *