ମାତ୍ର ୨୪ ଘଣ୍ଟାରେ ବଦଳାଇ ଦେଇଥାଏ ଭାଗ୍ୟ । ଜାଣି ରଖନ୍ତୁ ମନ୍ଦାର ଫୁଲର କିଛି ବିଶେଷ ପ୍ରୟୋଗ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ମନ୍ଦାର ଗଛର ଜବରଦସ୍ତ ଚମତ୍କାରି ଲାଭ ବିଷୟରେ କହିବୁ । ଏହି ଫୁଲର ଆୟୁର୍ବେଦିକ ପ୍ରୟୋଗ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହି ଫୁଲର ଉଭୟ ଧାର୍ମିକ ଏବଂ ଆୟୁର୍ବେଦରେ ଅନେକ ମହତ୍ତ୍ୱ ରହିଛି । ଏହି ଗଛକୁ ଯେଉଁ ସ୍ଥାନରେ ଲଗାଯାଏ ସେଠାରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ , ଯାହାକି ନକରାତ୍ମକ ଶକ୍ତିକୁ ହଟାଇବାରେ ସାହାଯ୍ୟ କରିଥାଏ । ଏହାକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଠିକ ନାହାଁନ୍ତି ସେମାନେ ଖୁବ ଭୟଭୀତ ରହନ୍ତି । ତେଣୁ ସେହି ବ୍ୟକ୍ତି ଘରେ ଏହି ଗଛ ଲଗାଇବା ଉଚିତ । ଏପରି କରିବା ଦ୍ୱାରା ଭୟ ଦୂର ହୋଇଥାଏ ଏବଂ ମାନ ସମ୍ମାନ ଏବଂ ସୁଖ ପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କର ମଙ୍ଗଳ ଦୋଷ ତେବେ ଆପଣଙ୍କର ମଙ୍ଗଳ ଦୋଷ ଦୂର ହୋଇଯିବ ।

ଆୟୁର୍ବେଦରେ ଏହାର ଉପକାର ଅନୁଯାୟୀ ପେଟ ବ୍ୟଥା ଦୂର କରିବା ପାଇଁ ଏହାର ପତ୍ରକୁ ଫୁଟାଇ ଛାଣି ପିଇବାକୁ କୁହାଯାଇ ଥାଏ । ଶୁଖିଲା ପତ୍ରକୁ ଚା ଭଳି ପାଣିରେ ଫୁଟାଇ ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଦୀର୍ଘ ସମୟ ଧରି ଷ୍ଟନ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିକୁ ମଧ୍ୟ ଏହା ଠିକ କରିଥାଏ । ଏହି ଉପାୟ ଖାଲି ପେଟରେ କରିବା ଉଚିତ । ତେଣୁ ମନ୍ଦାର ଫୁଲକୁ ଶୁଖାଇ ତାହାର ପାଉଡ଼ର ପ୍ରସ୍ତୁତ କରି ଦିଅନ୍ତୁ ।

ପ୍ରତ୍ୟେକ ଦିନ ଏକ ଗ୍ଲାସ ପାଣିରେ ଦୁଇ ଚାମଚ ଲେଖାଏଁ ମିଶାଇ ସେବନ କରନ୍ତୁ । କେବଳ ୧୫ ଦିନରେ ଏହି ଉପାୟ ଲାଭଦାୟକ ହେବ । ଏହାର ସେବନ କରିବା ଦ୍ୱାରା ଆଇରନ ସମସ୍ୟା ଦୂର ହୋଇଥାଏ । ମନ୍ଦାର ଫୁଲର ଚା’ ରେ ସାମାନ୍ୟ ଗୁଡ଼ ମିଶାଇ ପିଇଲେ ଅନେକ ଲାଭ ମିଳିଥାଏ । ଏହାଦ୍ବାରା ଆଇରନର ଅଭାବ କମ ହୋଇଥାଏ । ଏହାଦ୍ବାରା ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଦୂର ହୋଇଯାଏ । ଏହି ଫୁଲରେ ଚା’ ବନାଇ ପିଲାର ଭୋକ ଲାଗି ନଥାଏ ଯେଉଁ କାରଣରୁ ଓଜନ କମିଥାଏ ।

ମାତା ଲକ୍ଷ୍ମୀ ଏବଂ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଭଗବାନ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ବିଶେଷ ମନସ୍କାମନା ପାଇଁ ଏହି ଫୁଲକୁ ଭଗବାନଙ୍କୁ ଅର୍ପିତ ହୋଇଥାଏ । ମଙ୍ଗଳ ଦୋଷ ଦୂର କରିବା ପାଇଁ ଘରେ ମନ୍ଦାର ଗଛ ନିଶ୍ଚୟ ଲଗାନ୍ତୁ । ତିନି ମାସ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଫୁଲ ଭଗବାନ ହନୁମାନଙ୍କୁ ଅର୍ପିତ କରନ୍ତୁ । ମଙ୍ଗଳ ଦୋଷ କାରଣରୁ ବ୍ୟକ୍ତିର ଆଧ୍ୟାତ୍ମିକ ଉନ୍ନତି ହୋଇପାରେ ନାହିଁ ।

ମଙ୍ଗଳ ଦୋଷ କାରଣରୁ ବୈବାହିକ ଜୀବନରେ ଅନେକ ସମସ୍ୟା ଆସିଥାଏ । ଏହାଦ୍ବାରା ଯେଉଁ ବ୍ୟକ୍ତିଙ୍କ ଜୀବନରେ ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ଆସୁଛି ତାହା ଏହି ମନ୍ଦାର ଫୁଲ ଅର୍ପିତ କରିବା ଦ୍ୱାରା ଦୂର ହୋଇଯିବ । ହନୁମାନଙ୍କୁ ପ୍ରତ୍ୟେକ ଦିନ ଏହି ଫୁଲ ଅର୍ପିତ କଲେ ହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଏହାବ୍ୟତୀତ ଶ୍ରୀରାମଚନ୍ଦ୍ରଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ଯେଉଁ ମହିଳାଙ୍କର ଏହି ସମସ୍ୟା ରହିଛି ଅର୍ଥାତ ମଙ୍ଗଳ ଦୋଷ ଲାଗିଛି ଏବଂ ବିବାହ ହେବାକୁ ବିଳମ୍ବ ହେଉଛି ସେହି ମହିଳା ମାନେ ମନ୍ଦାର ଗଛ ଘରେ ଲଗାଇ ପ୍ରତ୍ୟେକ ମଙ୍ଗଳବାର ଦିନ ଗୋଟିଏ ଲେଖାଏଁ ମନ୍ଦାର ଫୁଲ ଶ୍ରୀହନୁମାନଙ୍କୁ ଅର୍ପିତ କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ । ଶ୍ରୀହନୁମାନଙ୍କୁ ସ୍ତ୍ରୀ ଲୋକ ମାନେ ସ୍ପର୍ଶ କରିବା ବର୍ଜିତ ଅଟେ । କିନ୍ତୁ ଆପଣ ଦୂରରୁ ଶ୍ରୀହନୁମାନଙ୍କ ପୂଜା କରିପାରିବେ ଏବଂ ମନ୍ଦାର ଫୁଲ ଅର୍ପିତ କରି ପାରିବେ । ଯଦି ଆପଣ ପାଞ୍ଚଟି ଫୁଲ ଅର୍ପିତ କରନ୍ତି ତେବେ ତାହା ଅଧିକ ଉତ୍ତମ ହୋଇଥାଏ ।

ଏହି ଉପାୟ କରିବା ଦ୍ୱାରା ମଙ୍ଗଳ ଦୋଷ ଦୂର ଏବଂ ଶ୍ରୀହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଶ୍ରୀହନୁମାନଙ୍କୁ ପାଞ୍ଚଟି ଫୁଲ ଅର୍ପିତ କରିଥାଏ ତାକୁ ଅଷ୍ଟସିଦ୍ଧି ପ୍ରାପ୍ତ ହୋଇଥାଏ । ଶନିଙ୍କ ସାଢ଼େ ସାତି ସମସ୍ୟାରେ ଚିନ୍ତିତ ବ୍ୟକ୍ତି ମଧ୍ୟ ଏହି ଉପାୟ କରି ପାରିବେ । ଯଦି ଆପଣଙ୍କର କୌଣସି ବିଶେଷ ମନସ୍କାମନା ରହିଛି ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ୨୧ ଟି ମନ୍ଦାର ଫୁଲ ଚଢ଼ାଇ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଘିଅ ଦୀପ ଜାଳି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଯିବ ।

Leave a Reply

Your email address will not be published. Required fields are marked *