ଏପ୍ରିଲ ୨୬ ବଡ଼ ବୁଧବାର ନିଶ୍ଚୟ କରି ଦିଅନ୍ତୁ ଏହି ଗୋଟିଏ କାମ , ବଦଳିଯିବ ଭାଗ୍ୟ ଏବଂ ସବୁ ଇଚ୍ଛା ହେବ ପୂର୍ଣ୍ଣ ।

ଦୁବ ଘାସ ସାଧାରଣ ଘାସ ହୋଇନଥାଏ ଏବଂ ଏହା ଖୁବ ଚମତ୍କାର ହୋଇଥାଏ । ଦୁବ ଘାସ ଅର୍ପିତ କଲେ ଦେବୀ ଦୁର୍ଗା ଏବଂ ଶ୍ରୀଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଆଜିକାର ଏହି ଲେଖାରେ ଆମେ ଦୁବ ଘାସର ଆୟୁର୍ବେଦିକ , ଧାର୍ମିକ ଏବଂ ତାନ୍ତ୍ରିକ ମହତ୍ତ୍ୱ ବିଷୟରେ କହିବୁ । ଦୁବ ଘାସ ସବୁଠି ଉପଲବ୍ଧ ହୋଇଥାଏ କାରଣ ଏହି ଗଛ ବଞ୍ଚିବାକୁ ଅଧିକ ପାଣିର ଅବଶ୍ୟକତା ନଥାଏ ।

ଆଜିକାଲି ଲୋକେ ଘରର ବାତାବରଣକୁ ଶୁଦ୍ଧ ରଖିବା ପାଇଁ ଘର ଚାରି ପାଖରେ ଦୁବ ଘାସ ଲଗାଉଛନ୍ତି । ସାଧରଣତଃ ସାଧକ ଲୋକ ଦୁବ ଘାସର ପ୍ରୟୋଗ କରିଥାନ୍ତି । ଦୀର୍ଘ ଦିନ ଧରି ସାଧନା ଏବଂ ଧ୍ୟାନରେ ବୁଡ଼ି ରହୁଥିବା ସାଧୁ ମାନେ ଅଧିକ ଭୋକ ନଲାଗିବା ପାଇଁ ଦୁବ ଘାସର ପ୍ରୟୋଗ କରନ୍ତି ।

ଦୁବ ଘାସ ରାସ ପିଇବା ଦ୍ୱାରା ୨୧ ଦିନ ଭୋକ ଲାଗି ନଥାଏ । ଯାହାଦ୍ୱାରା ସାଧକ ମାନେ ସହଜରେ ବିନା କିଛି ଖାସ ଖାଇ ସାଧନା ସମ୍ପୂର୍ଣ୍ଣ କରି ପାରନ୍ତି । ଏହାବ୍ୟତୀତ ଏହା ଶରୀରକୁ ଥଣ୍ଡା ରଖିଥାଏ । ଗରମ ଦିନରେ ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ । ଏହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଆପଣ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏକ କପ ଦୁବ ଘାସ ରସ ବାହାର କରି ପାଞ୍ଚ ସାତ ଦାନା ମିଶ୍ରୀ ଖଣ୍ଡ ପକାଇ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇ ପାରିବ । ବନସ୍ପତି ଶାସ୍ତ୍ରରେ ଏହି ସମ୍ବନ୍ଧରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି ।

ଏହି ଦୁବ ଘାସର ରସକୁ ଯଦି ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସେବନ କରାଯାଏ ତେବେ ପାଇଲସ ସମସ୍ୟା ଏବଂ ରକ୍ତହୀନତା ଦୂର ହୋଇଥାଏ । ଏହା ବୁଦ୍ଧିକୁ ପ୍ରଖର କରିବାରେ ମଧ୍ୟ କାମ କରିଥାଏ । ଘରେ କୌଣସି ପିଲାର ପାଠ ମନେ ରହୁ ନଥିଲେ ଅଧା କପ ଦୁବ ଘାସ ରସ ବାହାର କରି ଏକ ସପ୍ତାହ ପ୍ରତ୍ୟେକ ଦିନ ପିଆଇଲେ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ । ପ୍ରତ୍ୟେକ ଦିନ ଦୁବ ଘାସ ରସ ପିଲାଲେ ମନ ଶାନ୍ତ ରହିଥାଏ ଏବଂ ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଏହାର ସେବନ ଦ୍ୱାରା ଦୂର ହୋଇଯାଏ ।

ଏହାର ରସକୁ ବାହାର କରି ଏକ ମାସ ପର୍ଯ୍ୟନ୍ତ ଲଗାତାର ସେବନ କଲେ ରକ୍ତଚାପ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଦୁବ ଘାସକୁ ପେଶୀ ଲଗାଇଲେ ତାହା ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇ ଥାଏ । ଏହି ଘାସକୁ ମାତା ଦୁର୍ଗା ଏବଂ ଶ୍ରୀଗଣେଶଙ୍କୁ ପେଶୀ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

ଏହା ମାତା ଦୁର୍ଗା ଏବଂ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁ ସ୍ଥାନରେ ଏହି ଗଛ ରହିଥାଏ ସେଠାକାର ବାତାବରଣ ଶୁଦ୍ଧ ରହିଥାଏ । ଯେଉଁ ସ୍ଥାନରେ ଏହି ଗଛ ରହିଥାଏ ସେହି ସ୍ଥାନରେ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଦୁବ ଘାସକୁ ପର୍ସରେ ରଖିଲେ ଏହା ଅତିରିକ୍ତ ଖର୍ଚ୍ଚକୁ କମ କରିଥାଏ । ରବି ପୁଷ୍ୟ ନକ୍ଷତ୍ରରେ ଏହାକୁ ଯଦି ପେଶୀ ଏହାର ରସ ସେବନ କରନ୍ତି ତେବେ ଏହା ମନୁଷ୍ୟ ଶରୀରର ସମସ୍ତ ଦିବ୍ୟ ଶକ୍ତିକୁ ଜାଗ୍ରତ କରିଥାଏ ।

ନପୁଂସକତା ଏବଂ ସନ୍ତାନ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଦୁବ ଘାସ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ସପ୍ତାହରେ ଏହି ରସକୁ ଦୁଇଥର ପିଇଲେ ସବୁ ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ପିଇଲେ ବାର୍ଦ୍ଧକ୍ୟ ଆସେନାହିଁ । ତେଣୁ ଏହାକୁ ଆୟୁର୍ବେଦରେ ଅମୃତ କୁହାଯାଏ । ଯଦି କେହି ବ୍ୟକ୍ତି ଦୁବ ଘାସରେ ସାତ ଗଣ୍ଠି ଯୁକ୍ତ ମାଳା ତିଆରି କରି ଶ୍ରୀଗଣେଶଙ୍କୁ ଅର୍ପିତ କରେ ତେବେ ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ଭାଗ୍ୟ ମଧ୍ୟ ବଦଳି ଯାଏ ।

Leave a Reply

Your email address will not be published. Required fields are marked *