କୌଣସି ବି ମଙ୍ଗଳବାର ଦିନ କରଜ ମୁକ୍ତି ପାଇଁ ଗୋଟିଏ ଲବଙ୍ଗ ଦ୍ୱାରା କରନ୍ତୁ ଏହି ଖାସ ଉପାୟ । ଆଗାମୀ ମଙ୍ଗଳବାର ଦିନ କରଜ ସମସ୍ୟା ହୋଇଯିବ ଦୂର

ପ୍ରତ୍ୟେକ ମଙ୍ଗଳବାର ନିଷ୍ଠାର ସହିତ ଶ୍ରୀହନୁମାନଙ୍କ ପୂଜା କଲେ ଶନି ଦୋଷ , ରାହୁ କେତୁ ସମସ୍ୟା ଏବଂ ଜୀବନର ତମାମ ସମସ୍ୟା ଦୂର ହୋଇଥାଏ । ଶ୍ରୀହନୁମାନଙ୍କୁ ଆପଣ ଦୁଇଟି ଉପାୟରେ ଅର୍ଥାତ ପ୍ରଥମ ଶ୍ରୀହନୁମାନଙ୍କ ପ୍ରିୟ ଭୋଗ ଅର୍ପିତ କରି ଏବଂ ଅନ୍ୟ ଉପାୟଟି ହେଉଛି ବିଧି ପୂର୍ବକ ପୂଜା ଅର୍ଚ୍ଚନା କରି ମଧ୍ୟ ପ୍ରସନ୍ନ କରି ପାରିବେ । ପ୍ରଥମତଃ ଶ୍ରୀହନୁମାନଙ୍କୁ ଭୋଗ ଲଗାଇବା ସମୟରେ ତୁଳସୀ ପତ୍ର ନିହାତି ଅର୍ପିତ କରନ୍ତୁ ।

ଶ୍ରୀହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସାଧା ପାନ କିମ୍ବା ଘରେ ପାନରେ ଲବଙ୍ଗ ଦେଇ ପାନ ବନାଇ ଅର୍ପିତ କରି ପାରିବେ । ଏହାଦ୍ବାରା ମନସ୍କାମନା ପୂରଣ ହୋଇଥାଏ । ଏହାବ୍ୟତୀତ ଲବଙ୍ଗ , ଅଳେଇଚ ଏବଂ ସୁପାରି ଅର୍ପିତ କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ । କରଜ ସମସ୍ୟା ଥିଲେ ମଙ୍ଗଳବାର ଦିନ ସନ୍ଧ୍ୟାରେ ପାନ ବିଡ଼ା ଅର୍ପିତ କଲେ ଆଶ୍ୱସ୍ତି ମିଳିଥାଏ ।

ଏହାବ୍ୟତୀତ ଯଦି ଆପଣ ସୋରିଷ ତେଲରେ ଦୁଇଟି ଲବଙ୍ଗ ପକାଇ ଅର୍ପିତ କରନ୍ତି ତେବେ ଶନି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ । ଯଦି ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର ଯାଦୁ ହୋଇଥାଏ ତେବେ ଏଗାର ମଙ୍ଗଳବାର ପର୍ଯ୍ୟନ୍ତ ପାଣି ଥିବା ନଡ଼ିଆକୁ ନାଲି ସୂତା ଗୁଡ଼ାଇ ଶ୍ରୀହନୁମାନଙ୍କ ଚରଣରେ ରଖି ଦିଅନ୍ତୁ । ଏହାକୁ ୧୧ ମଙ୍ଗଳବାର ପରେ ଆଣି ଏକ ନାଲି କପଡ଼ାରେ ସୋରିଷ ସହିତ ବାନ୍ଧି ଘରର ମୁଖ୍ୟଦ୍ୱାରରେ ବାନ୍ଧି ଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କ ଉପରେ ହୋଇଥିବା ଯାଦୁ ତନ୍ତ୍ର ମନ୍ତ୍ର ଓଲଟା ପଡ଼ିବ । ଯଦି ଆପଣଙ୍କ ଜୀବନରେ ଆକସ୍ମିକ ଦୁର୍ଘଟଣା ଦେଖା ଦେଉଛି ତେବେ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କୁ ଗୁଡ଼ ଏବଂ ଚଣା ଭୋଗ ଲଗାଇ ଦିଅନ୍ତୁ । ଶ୍ରୀହନୁମାନଙ୍କୁ ବୁନ୍ଦୀ ଲଡୁ ଅର୍ପିତ କଲେ ସମସ୍ତ ଗ୍ରହ ଶାନ୍ତ ହୋଇଯାଏ ।

ଯଦି ଆପଣ ବଡ଼ କରଜ ସମସ୍ୟାରେ ବୁଡ଼ି ରହିଛନ୍ତି ତେବେ ଅଟାରେ ପାଞ୍ଚଟି ଦୀପ ବନାଇ ପାଞ୍ଚଟି ବର ପତ୍ର ନେଇ ଆସନ୍ତୁ । ତେବେ ଏହିସବୁ ଜିନିଷକୁ ଏକ ଥାଳି ଉପରେ ରଖି ସନ୍ଧ୍ୟା ସମୟରେ ଶ୍ରୀହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ । ପ୍ରତ୍ୟେକ ବର ପତ୍ର ଉପରେ ଦୀପ ରଖି ସୋରିଷ ତେଲରେ ବତି ବୁଡ଼ାଇ ରଖି ଦିଅନ୍ତୁ । ଏହାପରେ ସେହି ଦୀପକୁ ଜଳାଇ ହନୁମାନଙ୍କ ଆରତୀ କରନ୍ତୁ ।

ଏହାଦ୍ବାରା ଶନିଦେବ ଶାନ୍ତ ହେବେ , କରଜ ସମସ୍ୟାରୁ ମୁକ୍ତି ମିଳିବ , ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ଏବଂ ଆର୍ଥିକ ଲାଭର ଅବସର ପ୍ରାପ୍ତ ହେବ । ଅଶ୍ୱତ୍ଥ ପତ୍ରର ମାଳା ତିଆରି କରି ହନୁମାନଙ୍କୁ ପିନ୍ଧାଇଲେ ମଧ୍ୟ କରଜ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଗାରଟି ଅଶ୍ୱତ୍ଥ ପତ୍ରରେ ପ୍ରତ୍ୟେକରେ ସିନ୍ଦୁରରେ ତେଲ କିମ୍ବା ଘିଅ ମିଶାଇ ଶ୍ରୀ ଓଁ ଲେଖି ମାଳା ତିଆରି କରି ହନୁମାନଙ୍କୁ ପିନ୍ଧାଇ ଦିଅନ୍ତୁ ।

ଏହାଦ୍ବାରା ବିଗିଡ଼ି ଯାଇଥିବା କାମ ମଧ୍ୟ ସୁଧାରି ଯାଏ । ଯଦି ଘରେ ଛୋଟ ପିଲା ଅଧିକ ଦୁଷ୍ଟାମୀ କରନ୍ତି ତେବେ ସିନ୍ଦୁରରେ ଘିଅ ମିଶାଇ ହନୁମାନଙ୍କ ଶରୀରରେ ଲେପ କରନ୍ତୁ ଏବଂ ହାତରେ ଲାଗି ଯାଇଥିବା ସିଦୁରକୁ ରଖି ପ୍ରତ୍ୟେକ ଦିନ ସେଥିରେ ଘରର ଛୋଟ ପିଲାର ତିଳକ କରନ୍ତୁ । ଏହାଦ୍ବାରା ଛୋଟ ପିଲା ମାନେ ଶାନ୍ତ ହୁଅନ୍ତି ଏବଂ ସେମାନଙ୍କ ଜୀବନରେ କୌଣସି ସମସ୍ୟା ଆସେ ନାହିଁ । ଆପଣ ସୋରିଷ ତେଲ ଦୀପରେ ଦୁଇଟି ଲବଙ୍ଗ ପକାଇ ଜାଳି ପାରିବେ ନଚେତ ସନ୍ଧ୍ୟା ସମୟରେ ଲବଙ୍ଗ ଜଳାଇ ତାହାର ଧୂଆଁକୁ ଘର ସାରା ବିସ୍ତାର କରି ପାରିବେ ।

ଏହାଦ୍ବାରା ଘରର ସବୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାଦ୍ବାରା ଘରର ସବୁ ବାଧା ମଧ୍ୟ ଦୂର ହୋଇଥାଏ । ଯଦି ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଏକ ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ହନୁମାନ ମନ୍ଦିରରେ ବସି ହନୁମାନ ଚାଳିଶା ପାଠ କରନ୍ତୁ । ପରେ ତାହାକୁ ମାଟିରେ ଦବାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *