ଘରର ମନ୍ଦିରରେ ଏଭଳି ଲୋଟାରେ ଜଳ ରଖୁଥିଲେ ହୋଇ ଯାଆନ୍ତୁ ସତର୍କ । ନଚେତ ବହୁତ ଜଲଦି ହୋଇଯିବେ ଦରିଦ୍ର୍ୟ , ନଷ୍ଟ ହୋଇଯିବ ସବୁ ଧନ ସମ୍ପତ୍ତି ।

ଅନେକ ସମୟରେ ମନୁଷ୍ୟ ଅନେକ ପୂଜା ପାଠ ଦାନ ଧର୍ମ କରିବା ସତ୍ତ୍ୱେବି ପୂଜାର ଫଳ ପ୍ରାପ୍ତ ହୁଏ ନାହିଁ ଏବଂ ନିଜର ମନସ୍କାମନା ମଧ୍ୟ ପୂରଣ ହୁଏନାହିଁ । ଏହାର କାରଣ ହେଉଛି ମନୁଷ୍ୟ ଉଚିତ ନିୟମରେ ପୂଜା କରି ନଥାଏ । ପୂଜାରେ ଲାଗୁଥିବା ସମସ୍ତ ଜିନିଷର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । ତେଣୁ ପୂଜାପାଠ ସମୟରେ ଏହିସବୁ ଜିନିଷର ଉଚିତ ଉପଯୋଗର ବିଧି ରହିଥାଏ । ଏହାବ୍ୟତୀତ କିଛି ଏଭଳି ଜିନିଷ ଅଛି ଯାହାକୁ ପୂଜଘରେ ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ସର୍ବପ୍ରଥମେ ଘର ମନ୍ଦିର ସର୍ବଦା ଐଶାନ୍ୟ କୋଣରେ ରହିବା ଉଚିତ । ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ଶୁଦ୍ଧ ବସ୍ତ୍ର ଧାରଣ କରିବା ଉଚିତ । ସକାଳ ଏବଂ ସନ୍ଧ୍ୟାରେ ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ଧୂପ ଦୀପ ଜାଳିବା ଉଚିତ ।

ଭଗବାନଙ୍କୁ ଅର୍ପିତ କରାଯାଉଥିବା ଭୋଗ ପ୍ରସାଦକୁ କେବେବି ଅଇଁଠା କରିବା ଉଚିତ ନୁହେଁ । ଏହାଦ୍ବାରା ପୁରା ପୂଜା ବିଫଳ ହୋଇଥାଏ । ଏହାବ୍ୟତୀତ କୌଣସି ପୂଜା ସାମଗ୍ରୀକୁ ଶୁଙ୍ଘିବା ମଧ୍ୟ ଉଚିତ ନୁହେଁ । ନଚେତ ଭଗବାନ କ୍ରୋଧିତ ହୁଅନ୍ତି ଏବଂ ପୂଜାର ଫଳ ମଧ୍ୟ ନକରାତ୍ମକ ମିଳିଥାଏ । ଘରର ମନ୍ଦିରକୁ ଏବଂ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ । ପୂଜାରେ ବ୍ୟବହାର ହେଉଥିବା ଚାଉଳ , ରୋଲି ସବୁକିଛିକୁ ପରିଷ୍କାର ଏବଂ ସ୍ୱତନ୍ତ୍ର ଭାବରେ ରଖିବା ଉଚିତ । ଘଣ୍ଟି ଏବଂ ଶଙ୍ଖ କେବଳ ଆରତୀ ସମୟରେ ବଜାଇବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଇଥାଏ ।

ଘରର ମନ୍ଦିରରେ ଠାକୁରଙ୍କ ଡାହାଣ ପାଖରେ ସର୍ବଦା ତମ୍ବା କଳସରେ ପାଣି ଭର୍ତ୍ତି କରି ରଖିବା ଉଚିତ । ଏହାବ୍ୟତୀତ ଦୀପ ମଧ୍ୟ ଜାଳିବା ଉଚିତ । ଶାସ୍ତ୍ରରେ କଳସକୁ ସୁଖ ସମୃଦ୍ଧିର ପ୍ରତୀକ ମାନା ଯାଇଥାଏ । କଳସ ସ୍ଥାପନା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । କଳସ ସ୍ଥାପନା ସମୟରେ ପ୍ରଥମେ କଳସରେ ଜଳ ଭରି ତାହା ଉପରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ ।

ଏହାପରେ ସେଥିରେ ଚାଉଳ ଏବଂ ମୋୖଲି ସୂତା ବାନ୍ଧି ଭଗବାନଙ୍କ ଡାହାଣ ପାର୍ଶ୍ଵରେ ରଖି ଦିଅନ୍ତୁ । ଆଗାମୀ ଦିନ ସେହି ଜଳକୁ ଘର ସାରା ସିଞ୍ଚି ଅବଶିଷ୍ଟ ଜଳକୁ ତୁଳସୀ ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏପରି ପ୍ରତ୍ୟେକ ଦିନ କଲେ ଘରର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ଏବଂ ଦାରିଦ୍ର୍ୟତା ଦୂରେଇ ଯିବ ।

କିଛି ଏପରି ଦେବଦେବୀଙ୍କ ମୁର୍ତ୍ତୀ କିମ୍ବା ଫୋଟ ଅଛି ଯାହାକୁ ଯଦି ଆପଣ ସାଥିରେ ରଖନ୍ତି ତେବେ ରାଜଯୋଗ ହୋଇଥାଏ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବା ସହିତ ଅମାପ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ଯଦି ଆପଣ ପୂଜାଘରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫୋଟ ରଖୁଛନ୍ତି ତେବେ କେବେଳ ସେହି ଫୋଟ ବଦଳରେ ରାଧା ଏବଂ କୃଷ୍ଣଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫୋଟ ରଖିଲେ ତାହା ଆପଣଙ୍କ ଜୀବନ ଉପରେ ଖୁବ ଭଲ ପ୍ରଭାବ ପକାଇବ । ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମର ପ୍ରତୀକ ମାନା ଯାଏ । ତେଣୁ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଯୁଗଳ ମୂର୍ତ୍ତି ରଖିଲେ ଘରେ କୌଣସି ପାରିବାରିକ କ୍ଳେଶ ସୃଷ୍ଟି ହୁଏନାହିଁ ଏବଂ ଧନ ପ୍ରାପ୍ତି ହୋଇଥାଏ ।

୨ . ଅନେକ ଲୋକ ନିଜ ପୂଜାଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ରଖି ପୂଜା କରନ୍ତି । ସେମାନଙ୍କ ମଧ୍ୟରୁ କେହି ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖି ପୂଜା କରନ୍ତି ତ ଆଉ କେହି ବିଷ୍ଣୁଙ୍କ ମୂର୍ତ୍ତି ରଖି ପୂଜା କରିବେ କି ନାହିଁ ସନ୍ଦେହ ହୋଇ ଯାଆନ୍ତି । ତେଣୁ ଆମେ କହିଦେଉଛୁ ଯେ ପୂଜାଘରେ ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖିଲେ ରାଜଯୋଗ ହୋଇଥାଏ । ତେଣୁ ଏହି ମୂର୍ତ୍ତି ରଖିଲେ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହେବ ।

୩ . ଯଦି ଆପଣ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ତାଙ୍କ ବାମ ପଟେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖନ୍ତୁ । ଏହି ତିନି ଦେବଦେବୀ ଉନ୍ନତିର ଦେବଦେବୀ ଅଟନ୍ତି । ଏହି ତିନି ଦେବଦେବୀଙ୍କୁ ମିଳିତ ପୂଜା କରିବା ଦ୍ୱାରା ଘରକୁ ଅଗଣିତ ଧନ ପ୍ରାପ୍ତି ହୋଇଥାଏ । ଘରେ କେବେବି ଅଭାବ ଦେଖାଦିଏ ନାହିଁ । ଏପରି କୁହାଯାଏ ଯେ ଯଦି ମାତା ଲକ୍ଷ୍ମୀ ଧନ ଦିଅନ୍ତି ତେବେ ଶ୍ରୀଗଣେଶ ରିଦ୍ଧି ସିଦ୍ଧିର ଭଣ୍ଡାର ଅଟନ୍ତି ।

Leave a Reply

Your email address will not be published. Required fields are marked *