ବଡ଼ ଶନିବାର କେବଳ ଗୋଟିଏ କର୍ପୂର ଏବଂ ଗୋଟିଏ ଲବଙ୍ଗ ନେଇ କରି ଦିଅନ୍ତୁ ଏହି ଉପାୟ । ବଦଳିଯିବ ଭାଗ୍ୟ ଏବଂ ସବୁ ସମସ୍ୟାର ହେବ ଅନ୍ତ

ସପ୍ତାହର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବଦେବୀଙ୍କୁ ସମର୍ପିତ ହୋଇଥାଏ । ଯେମିତିକି ଶନିବାର ଦିନଟି ଶନିଦେବ ଏବଂ ସୋମବାର ଦିନଟି ମହାଦେବଙ୍କୁ । ସେହିଭଳି ଏହିସବୁ ଦିନ ମାନଙ୍କରେ କିଛି ବିଶେଷ ଉପାୟ କରିବା ଦ୍ୱାରା ମନୁଷ୍ୟର ଭାଗ୍ୟ ବଦଳି ଯାଏ । ଏହାବ୍ୟତୀତ ମନୁଷ୍ୟର ସବୁ ଦୁଃଖ ଏବଂ କଷ୍ଟ ମଧ୍ୟ ଦୂର ହୋଇଥାଏ । ଏମିତିକି ଶନିବାର ଦିନ ଉପାସ ରଖିବା ଅତ୍ୟନ୍ତ ଫଳଦାୟୀ ମାନା ଯାଇଥାଏ ।

ସବୁ ମନୁଷ୍ୟ ଜୀବନରେ ସମସ୍ୟା ରହିଥାଏ ମାତ୍ର ସମସ୍ୟାକୁ ନେଇ ଚିନ୍ତିତ ନରହି ତାହାର ସମାଧାନ ବାହାର କରିବା ଉଚିତ । ତେଣୁ ଏଥିପାଇଁ ଠିକ କାମ ଏବଂ ଉଚିତ ପରିଶ୍ରମର ଆବଶ୍ୟକତା ରହିଛି ଏବଂ କିଛି ସାବଧାନତା ଅବଲମ୍ବନ କରିବାର ମଧ୍ୟ ଆବଶ୍ୟକତା ରହିଛି । ଆଜି ଆମେ ଶନିବାର ଦିନ ରାତିରେ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ । ଯେଉଁ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମିଳିବା ସହିତ ଘରକୁ ଧନର ଆଗମନ ମଧ୍ୟ ହେବ ।

ପ୍ରଥମ ଉପାୟ ଅନୁଯାୟୀ ଏକ ନଡ଼ିଆ ନେଇ ତାହାକୁ ମଝିରୁ କାଟି ସେଥିରେ ଚିନି ଭରି ତାହାକୁ ଯୋଡ଼ି ଦିଅନ୍ତୁ ଏବଂ ଶନିବାର ଦିନ ସକାଳୁ କୌଣସି ଅଶ୍ୱତ୍ଥ ଗଛ ମୂଳରେ ମାଟିରେ ଗାତ ଖୋଳି ଦବାଇ ଦିଅନ୍ତୁ ଏବଂ ବିନା ପଛକୁ ବୁଲି ଚାଲି ଆସନ୍ତୁ । ଏହିଭଳି ତିନୋଟି ଶନିବାର ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ ଦ୍ୱାରା କରଜ ସମସ୍ୟାରୁ ମୁକ୍ତି ମିଳିଥାଏ । ଶନିବାର ଦିନ ଫିଟିକିରି ମିଶା ପାଣିରେ ଘରର ପୋଛା ଲଗାନ୍ତୁ ।

ଏହାଦ୍ବାରା ନକରାତ୍ମକତା ଦୂର ହେବା ସହିତ ଘରର କଳହ କ୍ଳେଶ ଦୂର ହୋଇଯିବ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ । ଶନିବାର ଦିନ ଲୁହା ନିର୍ମିତ ଜିନିଷ , କଳା ବସ୍ତ୍ର , କଳା ମୁଗ ଏବଂ ତିଳ ଦାନ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ ଦୁଇଟି ଦାନା ଗୋଟା ମୁଗ ନେଇ ସେଥିରେ ଦହି ଏବଂ ସିନ୍ଦୁର ଲଗାଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଏହି ଉପାୟ ଲଗାତାର କଲେ ଘରକୁ ଧନର ଆଗମନ ହେବ । ଏହାଦ୍ବାରା ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟରେ ବଦଳି ଯିବ ।

ସୌଭଗ୍ୟ ପ୍ରାପ୍ତି ପାଇଁ ଶନିବାର ଦିନ ରାତିରେ ହନୁମାନଙ୍କ ସାମ୍ନାରେ ଚୌମୁଖୀ ଦୀପ ଜାଳି ଓଁ ଅଞ୍ଜନି ସୁତାୟ ନମଃ ଏହି ମନ୍ତ୍ରର ୨୧ ଥର ଜପ କରନ୍ତୁ । କୌଣସି ପ୍ରକାରର ଦୋଷ ସମସ୍ୟା ଥିଲେ ପ୍ରତ୍ୟେକ ଶନିବାର ଏକ ଲୋଟା ଜଳରେ କଳା ତିଳ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଅଯଥା ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଶନିବାର ଦିନ ବିରି ତିଆରି ଦୁଇଟି ବଡ଼ି ବନାଇ ସେଥିରେ ଦହି ଏବଂ ସିନ୍ଦୁର ଲଗାଇ ଲଗାତାର ୧୧ଟି ଶନିବାର ପର୍ଯ୍ୟନ୍ତ ଅଶ୍ୱତ୍ଥ ବୃକ୍ଷରେ ଅର୍ପିତ କରନ୍ତୁ ।

ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ସୋରିଷ ତେଲରେ ଦୁଇ ଚାରି ଦାନା କଳା ତିଳ ପକାଇ ଦୀପ ଜାଳିଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଲୁହା ଦୀପରେ ତିଳ ତେଲରେ ଅଳ୍ପ ସୋରିଷ ତେଲ ମିଶାଇ ଶମୀ ବୃକ୍ଷ ତଳେ ଜଳାଇ ଦିଅନ୍ତୁ । ଦୀପ ଜଳି ସାରିବା ପରେ ଶାନ୍ତ ହୋଇଗଲେ ତାହାକୁ ଜଳରେ ପ୍ରବହିତ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଗୃହ ପ୍ରାପ୍ତିର ମନସ୍କାମନା ପୂରଣ ହୋଇଥାଏ । ଲଗାତାର ୮ ସପ୍ତାହ ପର୍ଯ୍ୟନ୍ତ ଏହି ଉପାୟ କଲେ ଘର କରିବାର କିମ୍ବା କିଣିବାର ମନସ୍କାମନା ପୂରଣ ହେବ ।

କରଜ ସମସ୍ୟା ଥିଲେ କୌଣସି ଶନିବାର ଦିନ ଏକ ଗୋଟା ପାନ ପତ୍ର ଆଣି ଚିକ୍କଣ ପାର୍ଶ୍ୱକୁ ତଳକୁ ରଖି ଖଦଡ଼ିଆ ଭାଗରେ ଦୁଇଟି ଲବଙ୍ଗ ଆଣି ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ପରେ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ । ଆପଣଙ୍କ କରଜ ସମସ୍ୟା ଧୀରେ ଧୀରେ ଉତାରି ଯିବ । ଶନିବାର ଦିନ ଏକ କଳା କପଡ଼ାରେ ଏକ ମୁଠା ଚାଉଳ ବାନ୍ଧି ଶନିଦେବଙ୍କ ସମ୍ମୁଖରେ ରଖି ଦିଅନ୍ତୁ ଏବଂ ତାହାକୁ ପରେ କୌଣସି ଜଳରେ ଭସାଇ ଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କର କୌଣସିବି ସମସ୍ୟା ଦୁଃଖ କଷ୍ଟ ଦୂର ହୋଇଯିବ । ଶନିବାର ଦିନ ସୋରିଷ ତେଲ ଦାନ କରୁଥିଲେ ସେଥିରେ ନିଜ ଚେହେରା ଦେଖି ଦିଅନ୍ତ । ଏହିଭଳି ଦାନ କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଭଗବାନ ଶନିଦେବଙ୍କ କୃପା ପ୍ରାପ୍ତ କରିଥାଏ । ଶନିବାର ଦିନ କୌଣସିବି ଜିନିଷ ଧାର ନିଅନ୍ତୁ ନାହିଁ ବରଂ ଏହିଦିନ କିଛି ନା କିଛି ଦାନ ଦିଅନ୍ତୁ । ଖାସକରି ଶନିବାର ପୂଜା କୌଣସି ଧାର ନେଇ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *