ବର୍ଷର ସବୁଠାରୁ ବଡ଼ ଅମାବାସ୍ୟା ବୈଶାଖ ଅମାବାସ୍ୟା : କୁକୁରକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ସବୁ ଶତ୍ରୁଙ୍କର ହେବ ନାଶ ।

ଚଳିତ ବର୍ଷ ବୈଶାଖ ଅମାବାସ୍ୟା ଏପ୍ରିଲ ୨୦ ରେ ପଡ଼ୁଛି । ସନାତନ ଧର୍ମରେ ଏହି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ସ୍ନାନ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି । ଧାର୍ମିକ ମହତ୍ତ୍ୱ ରହିଛି ଯେ ଅମାବାସ୍ୟା ଦିନ ଦାନ କଲେ ପିତୃଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହିଦିନ ଶ୍ରୀହରିଙ୍କ ପୂଜା କଲେ ଅମୋଘ ଫଳର ପ୍ରାପ୍ତି ହୋଇଥାଏ । ପବିତ୍ର ନଦୀ ସରୋବର କିମ୍ବା ଘରେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

କାଳସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ରୂପା ନିର୍ମିତ ନାଗ ନାଗୁଣିକୁ ଅମାବାସ୍ୟା ଦିନ ପୂଜା କରି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହାଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ । ଏହିଦିନ ସୂର୍ଯ୍ୟ ପରାଗ ଥିବାରୁ ଗର୍ଭବତୀ ମହିଳା ମାନେ ସତର୍କ ରହିବା ଆବଶ୍ୟକ । ଏହିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହିତ ପିତୃଙ୍କ ନିମିତ୍ତ ଦାନ ମଧ୍ୟ କରନ୍ତୁ ।

ଏହିଦିନ ଛତୁଆ , ଜଳ , ତରବୁଜ ଦାନ କରିବାର ମଧ୍ୟ ବିଧାନ ରହିଛି । ଖରାପ ଶକ୍ତି କାରଣରୁ ଚିନ୍ତିତ ଥିଲେ ଏହିଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଘରର ସବୁ ଦୁଃଖ ଦାରିଦ୍ର୍ୟତା ସମସ୍ୟା ଦୂର ହୋଇଥାଏ । ଏହିଦିନ ଅସହାୟ ଲୋକଙ୍କୁ ଭୋଜନ ଦାନ କଲେ ପିତୃ ପ୍ରସନ୍ନ ହୁଅନ୍ତି । ଯଦି ଆପଣଙ୍କ ଜୀବନରେ ସମସ୍ୟା ରହିଛି , ଚାକିରୀ ବ୍ୟବସାୟରେ ଉନ୍ନତି ହେଉନାହିଁ ତେବେ ଏହି ବଡ଼ ଅମାବାସ୍ୟା ଦିନ କଳା କୁକୁରକୁ ମିଠା ରୁଟି ନିଶ୍ଚୟ ଖୁଆନ୍ତୁ ।

ଯଦି ସନ୍ତାନ ସୁଖ ପ୍ରାପ୍ତ ହେଉନାହିଁ ତେବେ ଏହିଦିନ କଳା କୁକୁର ଆଣି ଘରେ ପାଳନ୍ତୁ । ଆର୍ଥିକ ସମସ୍ୟା ଥିଲେ ରୁଟିରେ କଳା ତିଳ ରଖି ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ କଳା କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ । ଏହାଦ୍ବାରା କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହିଦିନ ମହାଦେବଙ୍କୁ ଏକ ପାତ୍ରରେ କ୍ଷୀର ଏବଂ କଳା ତିଳ ଭୋଗ ଲଗାନ୍ତୁ ।

କିଛି ସମୟ ଓଁ ନମଃ ଶିବାୟ ଜପ କରନ୍ତୁ ଏବଂ ତାହାକୁ ଉଠାଇ କୌଣସି ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । କୌଣସି ଜୀବ ଆସି ତାହା ସେବନ କରିବା ଉଚିତ । ଯଦି ତାହାକୁ କୌଣସି କୁକୁର ସେବନ କରେ ତେବେ ଆପଣଙ୍କ ଜୀବନରେ ସବୁ ସମସ୍ୟା , ରାହୁ କେତୁ ସମସ୍ୟା ମଧ୍ୟ ଦୂରେଇ ଯିବ । କୁକୁର କାଳ ଭୈରବଙ୍କ ବାହନ ହୋଇଥାଏ । ତେଣୁ ଆପଣ କୁକୁରକୁ ପ୍ରସନ୍ନ କରି କାଳ ଭୈରବକୁ ପ୍ରସନ୍ନ କରି ପାରିବେ ।

ଘର ଦ୍ୱାରରୁ କୌଣସି କୁକୁରକୁ ଭୋକିଲା ଯିବାକୁ ଦିଅନ୍ତୁ ନାହିଁ । ଘରେ ପ୍ରସ୍ତୁତ ହେଉଥିବା ରୋଟିରୁ ପ୍ରତ୍ୟେକ ଦିନ ପ୍ରଥମ ରୋଟି ଗାଈ ପାଇଁ ଏବଂ ଶେଷ ରୋଟି କୁକୁର ପାଇଁ ବାହାର କରି ରଖି ଦିଅନ୍ତୁ । ଯଦି ଆପଣଙ୍କ ଉପରେ ଶନି କିମ୍ବା ରାହୁ କେତୁ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ରାତିରେ ତିଆରି ହେଉଥିବା ଶେଷ ରୋଟିରେ ଏକ ବୁନ୍ଦା ସୋରିଷ ତେଲ ଲଗାଇ ନିଜ ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ କଳା କୁକୁରକୁ ଖାଇବାକୁ ଦେଇ ଦିଅନ୍ତୁ ।

କଳା କୁକୁର ନଥିଲେ କୌଣସିବି କୁକୁରକୁ ଖୁଆଇ ପାରିବେ । ଏହାଦ୍ବାରା ଘରେ ହେଉଥିବା କଳହ କ୍ଳେଶ ଅଶାନ୍ତି ଦୂର ହୋଇଯିବ । କୁକୁରକୁ ରୋଟି ଖୁଆଇବା ଦ୍ୱାରା କ୍ୟାରିଅରରେ ଆସୁଥିବା ବାଧା ଦୂର ହୋଇଥାଏ । ଯଦି ଆପଣଙ୍କ ଚାକିରୀ ଏବଂ ବ୍ୟବସାୟରେ ବାଧା ଆସୁଛି ତେବେ କୌଣସି ପାତ୍ରରେ ରୋଟି ରଖିଥିଲେ ତଳ ପଟୁ ତିନି ନମ୍ବର ରୋଟି ନେଇ ଏକ ପାତ୍ରରେ ଅଳ୍ପ ସୋରିଷ ତେଲ ନିଅନ୍ତୁ ।

ଏହାପରେ ନିଜ ମଧ୍ୟମା ଆଙ୍ଗୁଠି ଏବଂ ଇନଡେକ୍ସ ଫିଙ୍ଗର ସାହାଯ୍ୟରେ ଓଁ ଶନିସ୍ଚରାୟ ନମଃ ମନ୍ତ୍ର ପାଞ୍ଚ ଥର ଜପ କରି ଏକ ସିଧା ରେଖା ସୋରିଷ ତେଲ ସାହାଯ୍ୟରେ ଆଙ୍କି ଦିଅନ୍ତୁ । ତାହାକୁ କୌଣସି କୁକୁରକୁ ଖୁଆଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା କ୍ୟାରିଅରରେ ଆସୁଥିବା ବାଧା ଦୂର ହୋଇଯିବ । କୌଣସି ଖାସ ଦିନରେ କୁକୁରକୁ ରୋଟି ଖୁଆଇବା ଦ୍ୱାରା ସବୁ ପ୍ରକାରର ବାଧା ଟଳିଯାଏ ।

Leave a Reply

Your email address will not be published. Required fields are marked *