୨୦ ଏପ୍ରିଲ ୨୦୨୩ ସୂର୍ଯ୍ୟ ପରାଗ ଏବଂ ବୈଶାଖ ଅମାବାସ୍ୟା : ଗୋଟିଏ ମୁଠା ଲୁଣ ଏହିଠାରେ ରଖି ଦିଅନ୍ତୁ,ଆଉ ତା ପରେ ଦେଖନ୍ତୁ ଚମତ୍କାର ………

ଲୁଣ ହେଉଛି ଏପରି ଏକ ଜିନିଷ ଯାହାକି ଘରୁ ନକରାତ୍ମକତାକୁ ବାହାର କରିଥାଏ । ତେଣୁ ଏମିତିରେ ସୂର୍ଯ୍ୟପରାଗ ଅତ୍ୟନ୍ତ ପ୍ରଭାବୀ ହୋଇଥିବାରୁ ଏହି ଦିନ ଲୁଣର ପ୍ରୟୋଗ କରି କିଛି ଉପାୟ କରିବା ଦ୍ୱାରା ଜୀବନରେ ତମାମ ସମସ୍ୟା ଦୂର ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କ ଲୁଣର ଗୋଟିଏ ପ୍ରୟୋଗ କହିବୁ ଯାହାକି ଆପଣଙ୍କ ଜୀବନର ସବୁ ସମସ୍ୟାକୁ ଦୂର କରିଦେବ । ଶନିବାର ଦିନ ଘରେ ପୋଛା ମାରିବା ସମୟରେ ପାଣିରେ ନିଶ୍ଚିତ ଭାବରେ ଲୁଣ ମିଶାଇ ପୋଛା ମାରନ୍ତୁ ।

କାରଣ ଲୁଣ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ ଏବଂ ବାତାବରଣକୁ ସକାରାତ୍ମକ କରିଥାଏ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗୃହ କ୍ଳେଶ ଦେଖା ଦେଉଛି ତେବେ ଏକ କାଚ ପାତ୍ରରେ ଲୁଣ ଖଣ୍ଡ ରଖି ବେଡ଼ ରୁମର କୌଣସି ଏକ କୋଣରେ ଏକ ମାସ ପର୍ଯ୍ୟନ୍ତ ରଖନ୍ତୁ ଏବଂ ମାସେ ପରେ ତାହାକୁ ବଦଳାଇ ପୁରୁଣା ଲୁଣ ଖଣ୍ଡକୁ ପାଣିରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଗୃହ କ୍ଳେଶ ମତଭେଦ ଦୂର ହୋଇଯିବ ।

ଯଦି ଆପଣ ଘରେ ଆର୍ଥିକ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କିମ୍ବା ଅଧିକ ଆର୍ଥିକ ଲାଭ ଚାହୁଁଛନ୍ତି ତେବେ ଘରେ ଦକ୍ଷିଣ ପଶ୍ଚିମ କୋଣରେ ଏକ କାଚ ଗ୍ଲାସରେ ପାଣିରେ ଏକ ତୃତୀୟାଂଶ ପାଣି ରଖି ସେଥିରେ ଏକ ଚାମଚ ଲୁଣ ପକାଇ ମିଶାଇ ଦିଅନ୍ତୁ ଏବଂ ଗ୍ଲାସରେ କୌଣସି ନାଲି ସୂତା କିମ୍ବା ନାଲି ରଙ୍ଗ ମାରି ଦିଅନ୍ତୁ । ପ୍ରତ୍ୟେକ ମାସରେ ତାହାକୁ ବଦଳାଇ ଦିଅନ୍ତୁ ।

ଯଦି ଘରେ କେହି ଅସୁସ୍ଥ ବ୍ୟକ୍ତି ଅଛନ୍ତି ତେବେ ପ୍ରତ୍ୟେକ ଦିନ କିମ୍ବା ପରାଗ ପୂର୍ବରୁ ସେହି ବ୍ୟକ୍ତିଙ୍କ ବିଛଣାର ମୁଣ୍ଡ ପାଖରେ ଏକ ଗ୍ଲାସରେ ଲୁଣ ରଖି ଦିଅନ୍ତୁ ଆଗାମୀ ଦିନ କିମ୍ବା ପରାଗ ଶେଷ ହେବା ପରେ ତାହାକୁ କୌଣସି ବେସିନରେ ଫ୍ଲସ କରି ଦିଅନ୍ତୁ । ଏହାଦ୍ବାରା ଅସୁସ୍ଥତା ଦୂର ହେବ ଏବଂ ପରାଗ କାରଣରୁ ନକରାତ୍ମକତା ମଧ୍ୟ ଦୂର ହୋଇଯିବ । ଯଦି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ ତେବେ ଲୁଣକୁ ପ୍ରତ୍ୟେକ ଦିନ ବଦଳାଇ ଦିଅନ୍ତୁ ଏବଂ ଯଦି ସାଧରଣ ଅସୁସ୍ଥତା ରହିଛି ତେବେ ପ୍ରତ୍ୟେକ ସପ୍ତାହରେ ଥରେ ବଦଳାଇ ଦିଅନ୍ତୁ । ଭୁଲରେ ବି ଲୁଣକୁ ମାଟିରେ ପକାନ୍ତୁ ନାହିଁ ।

ଶନିବାର ଦିନ ଲୁଣ କିମ୍ବା ଲବଙ୍ଗ କିଣିବା ଉଚିତ ନୁହେଁ ଏବଂ କାହାକୁ ହାତକୁ ହାତ ଲୁଣ ମଧ୍ୟ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସାମ୍ନା ଲୋକ ସହିତ ଆପଣଙ୍କ ସମ୍ବନ୍ଧ ବିଗିଡ଼ି ପାରେ । ଘରେ ବାସ୍ତୁ ଦୋଷ କାରଣରୁ ଏକାଧିକ ସମସ୍ୟା ଦେଖା ଦେଉଥିଲେ ଘରର ବାଥରୁମରେ ଏକ ଛୋଟ କାଚ ପାତ୍ରରେ ଅଳ୍ପ ଲୁଣ ନେଇ ରଖି ଦିଅନ୍ତୁ । ପ୍ରତ୍ୟେକ ମାସରେ ତାହାକୁ ପାଣିରେ ଫ୍ଲସ କରି ଦିଅନ୍ତୁ ଏବଂ ନୂଆ ଲୁଣ ରଖନ୍ତୁ । କାରଣ ଘରର ବାଥ ରୁମ ନକରାତ୍ମକତାରେ ଭରି ରହିଥାଏ । ତେଣୁ ଏହାଦ୍ବାରା ନକରାତ୍ମକତା ଦୂର ହୋଇଥାଏ । ଏହାଦ୍ବାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଯଦି ଖାଦ୍ୟରେ ଲୁଣ କମ ହୋଇଥାଏ ତେବେ ତାହାକୁ କେବେ ଚାଖିବା ଉଚିତ ନୁହେଁ ।

ଯଦି ଆପଣଙ୍କ ଚାକିରୀ ବ୍ୟାପାରରେ ସମସ୍ୟା ଦେଖା ଦେଉଛି ତେବେ ଶନିବାର ଦିନ ଏକ ଉପାୟ କରି ପାରିବେ । ଏକ ନାଲି କପଡ଼ା ନେଇ ସେଥିରେ ଖଦଡ଼ିଆ ଲୁଣର ଏକ ଖଣ୍ଡ ନେଇ ତାହାକୁ ବାନ୍ଧି ନିଜର ବ୍ୟାପାର ସ୍ଥଳରେ ରଖି ଦିଅନ୍ତୁ । ତାହାକୁ ଆପଣ ନିଜ ଘରର ମୁଖ୍ୟଦ୍ୱାରରେ ମଧ୍ୟ ବାନ୍ଧି ପାରିବେ । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ସମାପ୍ତ ହୋଇଥାଏ । ଲୁଣର ପ୍ରଭାବ ଦ୍ୱାରା ରାହୁ କେତୁର ଦୁଷ୍ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ ।

ଏହାର ଉଚିତ ଉପଯୋଗ ଦ୍ୱାରା ଜୀବନରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିବା ସହିତ ଆର୍ଥିକ ଲାଭ ମଧ୍ୟ ମିଳିଥାଏ । ଛୋଟ ପିଲାଙ୍କ ନଜର ଦୋଷ ଲାଗିଲେ କିମ୍ବା ଭଲ ନିଦ ହେଉ ନଥିଲେ ରାତିରେ ଶୋଇବା ପୂର୍ବରୁ ଲୁଣ ପାଣିରେ ହାତ ଗୋଡ଼ ଧୋଇ ଶୋଇଲେ ଭଲ ନିଦ ହୋଇଥାଏ ବୋଲି କୁହାଯାଏ । ଏହି ଉପାୟ ଦ୍ୱାରା ନଜର ମଧ୍ୟ ଲାଗେନାହିଁ । ସପ୍ତାହରେ ଥରେ ଛୋଟ ପିଲାଙ୍କ ସ୍ନାନ ପାଣିରେ ଲୁଣ ମିଶାଇ ସ୍ନାନ କରାଇଲେ ନଜର ଦୋଷରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *