ମଙ୍ଗଳବାର ଦିନ କେବଳ ଏହି ଗୋଟିଏ ଜିନିଷ ଘରକୁ ଆଣିବା ଦ୍ୱାରା ଜନ୍ମ ଜନ୍ମାନ୍ତରର କରଜରୁ ମିଳିଥାଏ ମୁକ୍ତି !

ମନୁଷ୍ୟ ଜୀବନରେ କରଜ ନେବା ଏକ କାଳ ଭଳି ହୋଇଥାଏ । ଅନେକ ସମୟରେ ମନୁଷ୍ୟ ଏଭଳି କରଜ ନେଇଥାଏ ଯେଉଁଥିରୁ ମୁକ୍ତି ମିଳିପାରେ ନାହିଁ । ଅନେକ ସମୟରେ କରଜ ଏତେ ବଡ଼ ହୋଇଥାଏ ଯେ ତାହା ସୁଝିବା ବଦଳରେ ଆହୁରି ବଢ଼ି ଚାଲିଥାଏ । କରଜରେ ବୁଡ଼ି ରହିଥିବା ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ । ଯେଉଁ କାରଣରୁ ସେହି ବ୍ୟକ୍ତିର ପୁରା ପରିବାର ସମସ୍ୟା ଦେଇ ଗତି କରିଥାଏ । କରଜ କାରଣରୁ ମାନ ହାନୀ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

ସବୁଠାରୁ ବଡ଼ ସମସ୍ୟା ପାରିବାରିକ କଳହ । କରଜ କାରଣରୁ ସବୁବେଳେ ପରିବାରରେ ମତଭେଦ ଲାଗି ରହିଥାଏ । ତେଣୁ କରଜ ନେବା ସମୟରେ ହିଁ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ନଚେତ କରଜ ବଡ଼ ହୋଇଗଲେ ତାହାକୁ ସୁଝିବା ଅସମ୍ଭବ ହୋଇଥାଏ । ଯେଉଁ କାରଣରୁ ବ୍ୟକ୍ତି ମାନସିକ ଚିନ୍ତାଗ୍ରସ୍ତ ହୋଇ ଭୁଲ ପଦକ୍ଷେପ ନେଇଯାଏ ।

କେବେବି ମଙ୍ଗଳବାର ଏବଂ ଶନିବାର ଦିନ କରଜ ନେବା ଉଚିତ ନୁହେଁ ଏବଂ ଶନିବାର ଦିନ ନିଆଯାଇଥିବା କରାଜର ସମାପ୍ତି ହୋଇ ନଥାଏ । ଏହିଦିନ କରଜ ପେପରରେ ହସ୍ତାକ୍ଷର ମଧ୍ୟ କରନ୍ତୁ ନାହିଁ । ୮ ଅଙ୍କ ଶନିଙ୍କର ତେଣୁ ୮ , ୧୭ ଏବଂ ୨୬ ତାରିଖ ଦିନ କରଜ ପେପରରେ ହସ୍ତାକ୍ଷର କରନ୍ତୁ ନାହିଁ କିମ୍ବା କରଜ ନିଅନ୍ତୁ ନାହିଁ । ଏହାବ୍ୟତୀତ କଳା ପେନରେ ହସ୍ତାକ୍ଷର କରିବା ମଧ୍ୟ ଉଚିତ ନୁହେଁ । ନଚେତ ସେହି କରଜର ସମାଧାନ ହୁଏନାହିଁ ।

କରଜ ନିମନ୍ତେ ହସ୍ତାକ୍ଷର କରିବା ବେଳେ ସର୍ବଦା ଭଗବାନଙ୍କ ନାମ ନିଅନ୍ତୁ । ଯାହାଦ୍ୱାରା ଆପଣଙ୍କୁ ନିଜ କରଜ ସୁଝିବାରେ ଭଗବାନ ସାହାଯ୍ୟ କରିବେ । ଏଭଳି କରଜରୁ ବହୁତ ଜଲଦି ମୁକ୍ତି ମଧ୍ୟ ମିଳିଯାଏ । ଅନେକ ସମୟରେ ଲୋକ କରଜ କାରଣରୁ କୋର୍ଟ କଚେରୀର ଦ୍ୱାରସ୍ଥ ହୁଅନ୍ତି । ଏଭଳି ପରିସ୍ଥିତିରେ ଏକ ଉପାୟ କରିନେବା ଉଚିତ । ଏଥିପାଇଁ ଆବଶ୍ୟକ ହେଉଥିବା ମୁଖ୍ୟ ଜିନିଷ ହେଉଛି ପାନ ପତ୍ର ।

ମାତା ସୀତାଙ୍କୁ ଲକ୍ଷ୍ମୀଙ୍କ ଭଳି ପାନ ପତ୍ର ମଧ୍ୟ ପ୍ରଥମେ ସମୁଦ୍ର ମନ୍ଥନରୁ ବାହାରିଥିଲା । ସେହିଠାରୁ ଏହାକୁ ସବୁ ଶୁଭ କାର୍ଯ୍ୟ ଏବଂ ପୂଜା ପାଠରେ ବ୍ୟବହାର କରାଯାଏ । ଏମିତିରେ ବୁଧ ଗ୍ରହ ସହିତ ପାନର ଅନେକ ସଂଯୋଗ ରହିଛି ଯାହାକି କରଜ ସମସ୍ୟାରୁ ମୁକ୍ତି ଦେଇଥାଏ । ଖାସ ଉପାୟ ଅନୁଯାୟୀ ଏକ ଗୋଟା ପାନ ପତ୍ର ନେଇ ସେଥିରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ମୋଡ଼ି ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ ।

ଏହି ଉପାୟ ଲଗାତାର ତିନି ମାସ ପ୍ରତ୍ୟକ ମଙ୍ଗଳବାର ଦିନ କରନ୍ତୁ ଏବଂ ସାତ୍ଵିକତା ବଜାୟ ରଖନ୍ତୁ । ଏହାଦ୍ବାରା ବଡ଼ ବଡ଼ କରଜ ବି ସମାଧାନ ହୋଇଯାଏ । ଅନେକ ସମୟରେ ଏଭଳି ସମସ୍ୟା ଦେଖା ଦେଇଥାଏ ଯେ କରଜ ସମସ୍ୟା ସହିତ ବ୍ୟବସାୟରେ ମଧ୍ୟ କ୍ଷତି ଦେଖା ଦେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ପାନ ପତ୍ରର ଡେମ୍ଫ ବାହାର କରି ଚିକ୍କଣ ଅଂଶକୁ ତଳକୁ ରଖି ଖଦଡ଼ିଆ ପାର୍ଶ୍ଵ ଉପରେ ଦୁଇଟି ଲବଙ୍ଗ ରଖି ଭଗବାନଙ୍କୁ ପ୍ରାର୍ଥନା କରି କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କୌଣସିବି ସମସ୍ୟା ଏହି ପାନ ପତ୍ର ସହିତ ବୋହି ଯିବ । କରଜ ଜନିତ ସମସ୍ୟାରୁ ମୁକ୍ତି ପାଇଁ ନବରାତ୍ରୀରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପାନ ପତ୍ର ଆଣି ସେଥିରେ ରିମ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କରି ଦିଅନ୍ତୁ । ଏହି ଉପାୟକୁ ଘରର କେହିବି କରି ପାରିବେ ମାତ୍ର ମହିଳା ହନୁମାନଙ୍କୁ ସ୍ପର୍ଶ କରନ୍ତୁ ନାହିଁ । କରଜ ମୁକ୍ତି ପାଇଁ ମଙ୍ଗଳବାର ଦିନ ଏକ ବିଶେଷ ଉପାୟ କରି ପାରିବେ ।ଏହି ଦିନ ସାତ୍ଵିକ ଭୋଜନ କରନ୍ତୁ ଏବଂ ଲୁଣ ସେବନ କରନ୍ତୁ ନାହିଁ ।

ରାତି ୧୧ ରୁ ୧ ମଧ୍ୟରେ ଶୁଦ୍ଧ ହୋଇ ହନୁମାନଙ୍କ ସାମ୍ନାରେ ଆସନ ପକାଇ ବସି ଯାଆନ୍ତୁ ଏବଂ ନାଲି ଫୁଲ ଅର୍ପିତ କରନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ନିୟମିତ ଭାବରେ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ ଦ୍ୱାରା କରଜରୁ ମୁକ୍ତି ମିଳିଯିବ । ପୁରୁଷ ମାନେ ମଙ୍ଗଳବାର ଦିନ ଦକ୍ଷିଣବର୍ତ୍ତି ହନୁମାନଙ୍କୁ ସିନ୍ଦୁର ଅର୍ପିତ କରିବା ଉଚିତ ଏବଂ ନାଲି ଫୁଲ ଅର୍ପିତ କରିବା ସହିତ ସକାଳ ସନ୍ଧ୍ୟା ଶଙ୍ଖ ବଜାଇ କରଜ ମୁକ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ ।

Leave a Reply

Your email address will not be published. Required fields are marked *