କଳା , ହଳଦିଆ ଦାନ୍ତ , ଦାନ୍ତ ବିନ୍ଧା , ପୋକ ଦାନ୍ତ , ପାଇରିଆ , ମାଢ଼ି ଫୁଲା ସମସ୍ୟା ଥିଲେ କରନ୍ତୁ ଏହି ସହଜ ଘରୋଇ ଉପଚାର । ସବୁ ସମସ୍ୟା ହୋଇଯିବ ଦୂର ।

ସାଧରଣତଃ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଠାରେ ଦାନ୍ତ ଜନିତ ସମସ୍ୟା ଦେଖା ଯାଉଛି । ଦାନ୍ତ ବ୍ୟଥା , ମାଢ଼ି ଯନ୍ତ୍ରଣା , ହଳଦିଆ ପଡ଼ିବା ଏଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସବୁ ଦାନ୍ତ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କର ସବୁ ପ୍ରକାରର ଦାନ୍ତ ସମସ୍ୟା ବିନା କୌଣସି ସାଇଡ଼ ଇଫେକ୍ଟରେ ଭଲ ହୋଇଯିବ ।

ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ସୋରିଷ ତେଲର ଆବଶ୍ୟକତା ରହିଛି । ପ୍ରଥମେ ଏକରୁ ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ । ବର୍ତ୍ତମାନ ସେଥିରେ ଅଧା ଚାମଚ ହଳଦୀ ଏବଂ ଏକ ଚିମୁଟା ଲୁଣ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ଘରୋଇ ଟୁଥ ପେଷ୍ଟକୁ ଦାନ୍ତ ଘଷିବାରେ ପ୍ରୟୋଗ କଲେ ଦାନ୍ତ ଜନିତ କୌଣସି ସମସ୍ୟା ହେବନାହିଁ ।

ଏହାକୁ ଆଙ୍ଗୁଠିରେ ନେଇ ନିଜ ମାଢ଼ିରେ ମାଲିସ କରି ଦିଅନ୍ତୁ । ଏହାକୁ ଦଶ ମିନିଟ ପର୍ଯ୍ୟନ୍ତ ମାଲିସ କଲେ ଦାନ୍ତ ବିନ୍ଧା , ଦାନ୍ତରେ ପୋକ ଜନିତ ସମସ୍ୟା ଏବଂ ଦୁର୍ଗନ୍ଧ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । କେମିକାଲ ଯୁକ୍ତ ଟୁଥ ପେଷ୍ଟର ବ୍ୟବହାର ନକରି ଏହି ଉପଚାରକୁ ବ୍ୟବହାର କରନ୍ତୁ । ସପ୍ତାହରେ ଥରେ ଆପଣ ଏହି ଉପାୟକୁ ପ୍ରୟୋଗ କଲେ ଆପଣଙ୍କର ଦାନ୍ତ ସମ୍ବନ୍ଧୀୟ କୌଣସି ସମସ୍ୟା ହେବ ନାହିଁ ।

ତେବେ ଆଉ ଏକ ପୁରୁଣା ଉପଚାର ଅନୁଯାୟୀ ଗୋବର ଘଷି ପାଉଁଶର ଆବଶ୍ୟକତା ରହିଛି । ଅନେକ ପୁରାତନ କାଳରୁ ଦାନ୍ତ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋବର ଘସି ଗୁଣ୍ଡର ପ୍ରୟୋଗ ହୋଇ ଆସୁଛି । ଦ୍ୱିତୀୟ ସାମଗ୍ରୀ ହେଉଛି ଫିଟିକିରି । ଏକ ଚିମୁଟା ଫିଟିକିରି ଗୁଣ୍ଡ ସେହି ଗୋବର ଘସି ଗୁଣ୍ଡରେ ମିଶାଇବା ପରେ ଏକ ଚିମୁଟା ଲୁଣ ପକାଇ ମଧ୍ୟ ମିଶାଇ ଦିଅନ୍ତୁ ।

ଏହାକୁ ଯଦି ଆପଣ ସପ୍ତାହରେ ଥରେ କିମ୍ବା ନିୟମିତ ଟୁଥ ପେଷ୍ଟ ଆକାରରେ ବ୍ୟବହାର କରନ୍ତି ତେବେ ଦାନ୍ତ ଜନିତ କୌଣସି ପ୍ରକାରର ସମସ୍ୟା ଦୂରେଇ ଯିବ । ଏହାର ପ୍ରୟୋଗ ଦ୍ୱାରା ଦାନ୍ତ ବ୍ୟଥା , ପୋକ ଲାଗିବା , ହଳଦିଆ ଦାନ୍ତ କିମ୍ବା କଳା ଦାନ୍ତ ଭଳି ସମସ୍ୟା ଦୂର ହୋଇଯିବ । ଅନେକ ଲୋକ ବିନା ବିଡ଼ି ସିଗାରେଟ ଗୁଟଖା ପ୍ରୟୋଗ ଦ୍ୱାରା ମଧ୍ୟ ସେମାନଙ୍କ ଦାନ୍ତ ହଳଦିଆ ପଡ଼ିଯାଏ । ତେଣୁ ଏଭଳି ପରିସ୍ଥିତିରେ ଆମ୍ବ ପତ୍ର ଆଣି ତାହାକୁ ଚୋବାନ୍ତୁ । ଅଧିକ ସମୟ ଚୋବାଇବା ପରେ ତାହାର ଏକ ଖଦଡ଼ିଆ ଅଂଶ ପାଟିରେ ରହିଯିବ । ଯାହାକୁ ନେଇ ଦାନ୍ତକୁ ଘସନ୍ତୁ । ଏହାଦ୍ବାରା ହଳଦିଆ ଦାନ୍ତ ଧଳା ହୋଇଯିବ । ଏହାଦ୍ବାରା ଆପଣଙ୍କୁ ଅନ୍ୟ କୌଣସି ଦାନ୍ତ ସମସ୍ୟା ମଧ୍ୟ ହେବ ନାହିଁ । କେବଳ ଆମ୍ବ ପତ୍ରର ବ୍ୟବହାର କରି ଆପଣ ଦାନ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଆଉ ଏକ ଉପଚାର ଅନୁଯାୟୀ ଲେମ୍ବୁ ଚିପୁଡ଼ି ସାରିବା ପରେ ରସ ନଥିବା ଓଦଳିଆ ଚୋପାକୁ ଓଲଟାଇ ସେଥିରେ ଲୁଣ ପକାଇ ଦାନ୍ତରେ ଘସନ୍ତୁ । ପାଞ୍ଚ ମିନିଟ ପର୍ଯ୍ୟନ୍ତ ଏହିଭଳି ଘଷିଲେ ଦେଖିଲେ ଦାନ୍ତର ହଳଦିଆପଣ ଦୂର ହୋଇଯିବ । ଯଦି ଆପଣଙ୍କ ଦାନ୍ତ କଳା ପଡ଼ି ଯାଇଛି ତେବେ ଆପଣ ଏହି ଉପାୟ ଆପଣେଇ ପାରିବେ । ମାର୍କେଟରୁ ମିଳୁଥିବା କେମିକାଲ ଟୁଥ ପେଷ୍ଟର ବ୍ୟବହାର ନକରି ଯଦି ଆପଣ ଏହି ଘରୋଇ ଉପଚାରକୁ ପ୍ରୟୋଗ କରନ୍ତି ତେବେ ଆପଣଙ୍କର ଦାନ୍ତ ଜନିତ କୌଣସି ପ୍ରକାରର ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *