ଶନିବାର ଦିନ ଚୁପଚାପ ଏହି ସ୍ଥାନରେ ପୋତି ଦିଅନ୍ତୁ ଏକ ଲୁହା କଣ୍ଟା,ମିଳିବ ମନବାଞ୍ଛିତ ଚାକିରୀ , ଗାଡ଼ି , ବଙ୍ଗଳା ସବୁକିଛି

ଶନିବାର ଦିନ ବିଶେଷ କରି ଲୁହା କଣ୍ଟା ଏବଂ ଗୋଲମରିଚ ସମ୍ବନ୍ଧୀୟ କିଛି ଉପାୟ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଏବଂ ଶନି ପ୍ରଭାବ ମଧ୍ୟ ଦୂର ହୋଇଥାଏ । ଏହାବ୍ୟତୀତ ବ୍ୟକ୍ତି କୌଣସି ପ୍ରକାରର ନଜର ଦୋଷରେ ପୀଡ଼ିତ ହେଲେ ଗୋଲମରିଚ ପ୍ରୟୋଗ ଦ୍ୱାରା ସେହିସବୁ ସମସ୍ୟା ଦୂର ହୋଇଥାଏ । ନଜର ଦୋଷ ସମ୍ବନ୍ଧୀୟ ସମସ୍ୟା ଥିଲେ ଗୋଲମରିଚ ଚୋବାଇବାକୁ ଦିଆଯାଏ ।

ଶନିବାର ଦିନ କୌଣସି ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପିତ କରିବା ସମୟରେ ଏକ ଲୋଟା ଜଳରେ ଏକ ଚିମୁଟା କଳା ତିଳ , କିଛି ମିଠା ବସ୍ତୁ , କିଛି ବୁନ୍ଦା କ୍ଷୀର ଏବଂ ଧଳା ଫୁଲ ପକାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନରେ କୌଣସି ପ୍ରକାରର ସମସ୍ୟା ଆସି ନଥାଏ । ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଏକ ଲୋଟା ଜଳ ନିଶ୍ଚୟ ଅର୍ପିତ କରନ୍ତୁ ।

ଏହାଦ୍ବାରା ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । କୌଣସି ସମୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଉଥିଲେ ଯଦି ଆପଣ ଏହା ଚାହୁଁଛନ୍ତି ଯେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ସମସ୍ୟା ସୃଷ୍ଟି ନକରୁ ତେବେ କିଛି ଦାନା ଗୋଲମରିଚ ଘରର ଦ୍ୱାରରେ ରଖି ତାହା ଉପରେ ପାଦ ଦେଇ ବାହାରକୁ ଯାଆନ୍ତୁ ଏବଂ ପଛକୁ ବୁଲି ଦେଖନ୍ତୁ ନାହିଁ ।

ଏହି ଉପାୟ ଦ୍ୱାରା ନକରାତ୍ମକତା ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହଁ ଏବଂ ଆପଣ ସବୁ କାର୍ଯ୍ୟରେ ସଫଳ ମଧ୍ୟ ହେବେ । ଏହାଦ୍ବାରା ଶନିଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଘର ସଦସ୍ୟଙ୍କ ଉପରେ ଯେମିତି କୌଣସି ପ୍ରକାରର ଖରାପ ଦୃଷ୍ଟି ନପଡ଼ିବ ସେଥିପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସୋରିଷ ତେଲ ଦୀପ ଜାଳିବା ସମୟରେ ସେଥିରେ ଦୁଇ ତିନି ଦାନା ଗୋଲମରିଚ ପକାଇ ଦିଅନ୍ତୁ ।

ଏହାଦ୍ବାରା ଘରର ନକରାତ୍ମକତା ଦୂର ହୋଇଥାଏ । ଜୀବନରେ ଏକାଧିକ ସମସ୍ୟା ଆସିଲେ କିମ୍ବା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଥିଲେ କୌଣସି ଶୁକ୍ରାବର ଦିନ କଳା ବୁଟ ରାତିରେ ଭିଜାଇ ରଖି ଦିଅନ୍ତୁ ଆଗାମୀ ଦିନ ଅର୍ଥାତ ଶନିବାର ଦିନ ତାହାକୁ କେବଳ ତେଲରେ ଭାଜି କୌଣସି ପଶୁକୁ ଖାଇବାକୁ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଘରର କେହିବି ସଦସ୍ୟ କରି ପାରିବେ । ଶନିଙ୍କ କୋପ ଦୃଷ୍ଟି କାରଣରୁ ଜୀବନରେ ଏକାଧିକ ସମସ୍ୟା ଦେଖା ଦେଇଥାଏ ।

ତେବେ ଏଭଳି ପରିସ୍ଥିତିରେ ଏକ ରୁମାଲ ନେଇ ଗୋଲମରିଚ ଏବଂ କୋଏନ ରଖି ତାହାକୁ ବାନ୍ଧି ଦିଅନ୍ତୁ । ବର୍ତ୍ତମାନ ତାହାକୁ ନିଜ ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ କୌଣସି ବ୍ୟକ୍ତିକୁ ଦେଇ ଦିଅନ୍ତୁ କିମ୍ବା କୌଣସି ଅଶ୍ୱତ୍ଥ ବୃକ୍ଷ ମୂଳରେ ରଖି ପାରିବେ । ତାହାକୁ କୌଣସି ମନ୍ଦିର ପାଖରେ ମଧ୍ୟ ରଖି ପାରିବେ ।

ଏହି ଉପାୟ ଦ୍ୱାରା ରୋଗ , ଶୋକ , କରଜ ମୁକ୍ତି ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । କେବେ କେବେ ଗୋଲମରିଚର କିଛି ଦାନା ମିଶ୍ରୀ ସହିତ ଚୋବେଇଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଲେ ପାଞ୍ଚଟି ଗୋଲମରିଚ ଦାନା ନେଇ ନିଜ ମୁଣ୍ଡ ଉପର ଦେଇ ସାଥ ଥର ବୁଲାଇ ଏକ ଉଚ୍ଚ ସ୍ଥାନରୁ ପ୍ରତ୍ୟେକ ଦିଗକୁ ଗୋଟିଏ ଗୋଟିଏ ଦାନା ଗୋଲମରିଚ ଫିଙ୍ଗି ଦିଅନ୍ତୁ । ଏହି ଉପାୟ ସନ୍ଧ୍ୟା ସମୟରେ ଯେମିତି ଆପଣଙ୍କୁ କେହି ନଦେଖନ୍ତି ସେହି ସମୟରେ ହିଁ କରନ୍ତୁ

ପଞ୍ଚମ ଦାନାକୁକୁ ଉପରକୁ ଫିଙ୍ଗି ବିନା ପଛକୁ ଦେଖି ଘରକୁ ଚାଲି ଆସନ୍ତୁ । ଏହି ଉପାୟ ଦ୍ୱାରା ଅଟକି ରହିଥିବା ଧନ ପ୍ରାପ୍ତ ହେବା ସହିତ ଜୀବନର କୌଣସିବି ସମସ୍ୟା ଦୂର ହୋଇଯିବ । ଶତ୍ରୁ ସମ୍ବନ୍ଧୀ ସମସ୍ୟାରୁ ମୁକ୍ତି ପାଇଁ କୌଣସି ଅମାବାସ୍ୟା କିମ୍ବା ଶନିବାର ଦିନ ରାତିରେ କିଛି ଦାନା ଗୋଲମରିଚ ନେଇ ଘରର ସବୁ ସଦସ୍ୟଙ୍କ ମୁଣ୍ଡ ଉପର ଦେଇ ଓଲଟା ବୁଲାଇ ଦକ୍ଷିଣ ଦିଗକୁ ଫିଙ୍ଗି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଶତ୍ରୁ ସମ୍ବନ୍ଧୀ ଶାନ୍ତ ହୋଇଯିବେ ।

Leave a Reply

Your email address will not be published. Required fields are marked *