ଏପ୍ରିଲ ୧୪ ବଡ଼ ଶୁକ୍ରବାର : ଘର ଦ୍ୱାରରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଘରକୁ ଆସିବେ ମାତା ଲକ୍ଷ୍ମୀ ଏବଂ ଭିକାରୀ ମଧ୍ୟ ହୋଇଯିବ କୋଟିପତି !

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । ଆଉ ସବୁ ମଣିଷହିଁ ଅର୍ଥ ଚାହାଁନ୍ତି । ଅର୍ଥ ରୋଜଗାର ପାଇଁ ଲୋକେ ଖୁବ ପରିଶ୍ରମ କରନ୍ତି । ପୁଣି କିଛି ଲୋକ ବେଇମାନିର ରାସ୍ତା ଆପଣେଇ କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି । କିନ୍ତୁ ଆଉ କିଛି ଲୋକ ମଧ୍ୟ ଏଭଳି ଅଛନ୍ତି ଯେଉଁମାନେ ଟଙ୍କା ତ ପ୍ରଚୁର ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ କେବେ ଟଙ୍କା ସଞ୍ଚିତ ହୋଇ ରହେନାହିଁ ଏବଂ ତାହା ଅଯଥାରେ ଖର୍ଚ୍ଚ ହୋଇଥାଏ ।

ତେଣୁ ଆଜିକାର ଏହି ଲେଖାରେ ଆମେ ଧନକୁ ସଞ୍ଚୟ କରିବା ପାଇଁ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଖାସ ଉପାୟ ବିଷୟରେ କହିବୁ । ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ସମୁଦ୍ର ମନ୍ଥନ ସମୟରେ ହିଁ ମାତା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା । ହିନ୍ଦୁ ଧର୍ମ ଅନୁଯାୟୀ ଯଦି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ତେବେ ଆପଣଙ୍କୁ କେବେବି ଧନବ ଅଭାବ ହେବ ନାହିଁ ।

ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସକାଳୁ ସର୍ବପ୍ରଥମେ ଶୀଘ୍ର ଉଠି ଘରକୁ ଝାଡୁ କରି ସଫା କରନ୍ତୁ । ଏହାପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ପ୍ରଥମେ ଏକ ଲୋଟା ଜଳରେ ହଳଦୀ ମିଶାଇ ତାହାକୁ ପୂଜା ଘରେ ରଖି ଦିଅନ୍ତୁ । ପୂଜଘରେ ଥିବା ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ଅଭିଷେକ କରାଇ ବସ୍ତ୍ର ପିନ୍ଧାଇ ଦିଅନ୍ତୁ ।

ଦେବଦେବୀଙ୍କ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳି ଧୂପ ମଧ୍ୟ ଲଗାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେପରି ଦୀପ ଭୂଇଁ ଉପରେ ନରହେ । ତାହାକୁ ଆପଣ ଚାଉଳ କିମ୍ବା ଦୁବ ଉପରେ କିମ୍ବା କପଡ଼ା ଉପରେ ମଧ୍ୟ ରଖି ପାରିବେ । ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ତିଳକ କରି ସାରିବା ପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ଘରେ ସ୍ଥାୟୀ ବାସ ପାଇଁ ପ୍ରାର୍ଥନା କରନ୍ତୁ ।

ମାତା ଲକ୍ଷ୍ମୀ ମନ୍ତ୍ର ” ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ” ଏହି ମନ୍ତ୍ରର ୨୧ ଥର ଜପ କରନ୍ତୁ । ଏହାପରେ ଇଷ୍ଟ ଦେବତାଙ୍କ ପ୍ରାର୍ଥନା କରି ମାତା ଲକ୍ଷ୍ମୀଙ୍କୁ କରିଥିବା ତିଳକରୁ ନେଇ ନିଜ ମସ୍ତକରେ ତିଳକ କରନ୍ତୁ । ଏହାପରେ ହଳଦୀ ମିଶା ଜଳକୁ ଦୁଇ ଆଖିରେ ଲଗାଇ ଘରର ମୁଖ୍ୟଦ୍ୱାରରେ ଜଳ ସିଞ୍ଚି ଦିଅନ୍ତୁ । ଆପଣ ସେହି ଜଳରେ ଗଙ୍ଗା ଜଳ କିମ୍ବା ଲଡୁ ଗୋପଳଙ୍କ ମୂର୍ତ୍ତି ଥିଲେ ଭଗବାନଙ୍କ ଅଭିଷେକ ଜଳକୁ ମଧ୍ୟ ସେଥିରେ ମିଶାଇ ପାରିବେ । ଏହାପରେ ମାତା ଲକ୍ଷ୍ମୀଙ୍କୁ ଘରକୁ ଆଗମନ ପାଇଁ ଆହ୍ୱାନ କରନ୍ତୁ ।

ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ , ଘରୁ ନକରାତ୍ମକତା ଦୂର ହୋଇଥାଏ ଏବଂ ସେହି ଘରେ କେବେବି ପରିବାର ଲୋକଙ୍କ ମଧ୍ୟରେ ମତଭେଦ , କଳହ ସୃଷ୍ଟି ହୁଏ ନାହିଁ । ସମ୍ଭବତଃ ସେହି ଜଳକୁ ପ୍ରତ୍ୟେକ ଦିନ ପୁରା ଘରେ ସିଞ୍ଚନ କରନ୍ତୁ । ଏହାଦ୍ବାରା ଘରେ ମାତା ଲକ୍ଷ୍ମୀଙ୍କ ଚିର ବାସ ରହିଥାଏ । ଘରେ ଜଳ ସିଞ୍ଚି ସାରିବା ପରେ ସେହି ଜଳରୁ ଅଳ୍ପ ଆପଣ ପ୍ରସାଦ ଆକାରରେ ମଧ୍ୟ ଗ୍ରହଣ କରି ପାରିବେ ।

ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପାପ୍ତ ହୋଇଥାଏ । ବଳକା ଜଳକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହି ଉପାୟକୁ ପ୍ରତ୍ୟେକ ଦିନ କଲେ ଭଲ ଫଳ ମିଳିଥାଏ । ମାତ୍ର ଯଦି ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣିମା ଦିନ ଏହି ଉପାୟକୁ କରି ପାରିବେ । ଏହି ଉପାୟ ଦ୍ୱାରା ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ ।

ମାତାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରିବା ଉଚିତ ଏବଂ ଏହାସହିତ ଏକ ପାତ୍ରରେ ଅଳ୍ପ ଶୁଦ୍ଧ ଘିଅ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ପାଖରେ ରଖିବା ଉଚିତ । ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ମାତା ଲକ୍ଷ୍ମୀଙ୍କୁ ଶୁଦ୍ଧ ଘିଅର ସୁଗନ୍ଧ ଆକର୍ଷିତ କରିଥାଏ । ମାତାଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଶୁକ୍ରବାର ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ଭରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରିବା ଉଚିତ । ମାତାଙ୍କୁ ପଦ୍ମ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ପଦ୍ମ ଫୁଲର ମଞ୍ଜିରେ ତିଆରି ମାଳା ଜପ କରିବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *