ମଙ୍ଗଳବାର କିମ୍ବା ଶନିବାର ଦିନ ଚୁପଚାପ ଏହି ସ୍ଥାନରେ ବାନ୍ଧି ଦିଅନ୍ତୁ କଳା ସୂତା । ଆସିବ ପ୍ରଚୁର ଟଙ୍କା ।

ମନୁଷ୍ୟ ଅନେକ ସମୟରେ ଯେତେ ଚେଷ୍ଟା କଲେ ବି ସୁଦ୍ଧା ଜୀବନରେ ନିଜ ସମସ୍ୟାର ସମାଧାନ କରି ପାରେ ନାହିଁ । ସେହି ସମୟରେ ଆହୁରି ଏକାଧିକ ସମସ୍ୟା ମନୁଷ୍ୟକୁ ଚିନ୍ତାରେ ପକାଇ ଥାଏ । ତେବେ ଏଭଳି ସମସ୍ୟା ବିଭିନ୍ନ କାରଣରୁ ଆସିଥାଏ । ପୁଣି ତାହା ଗ୍ରହ ଜନିତ ସମସ୍ୟା ହୋଇପାରେ କିମ୍ବା ବାସ୍ତୁ ଜନିତ ସମସ୍ୟା ହୋଇପାରେ । ମାତ୍ର ସବୁଠାରୁ ବଡ଼ ସମସ୍ୟା ହେଉଛି ନଜର ଜନିତ ସମସ୍ୟା ।

ଯେଉଁ କାରଣରୁ ମନୁଷ୍ୟ କେବେବି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଏହି ଉପାୟ କରିବା ପାଇଁ କଳା ସୂତାର ଆବଶ୍ୟକତା ରହିଛି ।

କଳା ସୂତା ବାନ୍ଧିବାର ପ୍ରଥା ଅନେକ ପୁରୁଣା ଅଟେ । ଲୋକେ ସାଧରଣତଃ ଏହାକୁ ହାତ ଗୋଡ଼ ଏବଂ ବେକରେ ନଜର ଦୋଷକୁ ଦୂର କରିବା ପାଇଁ ବାନ୍ଧି ଥାଆନ୍ତି । ମନୁଷ୍ୟର ଶରୀର ପଞ୍ଚତତ୍ତ୍ୱରେ ତିଆରି ହୋଇଥାଏ ଯାହା ମନୁଷ୍ୟକୁ ଶକ୍ତି ଦେଇଥାଏ । ମାତ୍ର ନକରାତ୍ମକ ଶକ୍ତି କାରଣରୁ ସେହି ଶକ୍ତି ମନୁଷ୍ୟ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ତେଣୁ ଏହି କଳା ସୂତା ମନୁଷ୍ୟର ଦୃଷ୍ଟିକୁ ଅବରୋଧ କରଥାଏ ଏବଂ ମନୁଷ୍ୟକୁ ପଞ୍ଚତତ୍ତ୍ୱରୁ ଶକ୍ତି ମିଳିଥାଏ ।

କଳା ରଙ୍ଗ କିମ୍ୱା କଳା ସୂତା ନକରାତ୍ମକତାକୁ ଅବଶୋଷିତ କରିଥାଏ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ଏବଂ ବିବାହ ସମୟରେ ବର ବଧୂଙ୍କୁ ମଧ୍ୟ କଳା ଟୀକା ଲଗା ଯାଇଥାଏ । ସର୍ବପରେ କହିବାକୁ ଗଲେ ଜୀବନରେ କଳା ସୂତା ପ୍ରୟୋଗର ଅନେକ ମହତ୍ତ୍ୱ ରହିଛି ।

ତେଣୁ ପ୍ରଥମ ଉପାୟ କରିବା ପାଇଁ ଯଥେଷ୍ଟ ଲମ୍ବର ଏକ କଳା ସୂତା ନେଇ ପାଖ କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଆନ୍ତୁ । ଶନିଦେବଙ୍କ ସାମ୍ନାରେ ଜଳୁଥିବା ସୋରିଷ ତେଲ ଦୀପରେ ସେହି କଳା ସୂତାକୁ ବୁଡ଼ାଇ ଦିଅନ୍ତୁ ଏବଂ ସେଥିରେ ହନୁମାନଙ୍କ ସିନ୍ଦୁର ଲଗାଇ ସେଥିରେ ସାତଟି ଗଣ୍ଠି ପକାଇ ନିଜର ସାତୋଟି ସମସ୍ୟା କିମ୍ବା ମନସ୍କାମନା କହି ଦିଅନ୍ତୁ । ଏହାପରେ ଓଁ ଶଂ ଶନିଶ୍ଚରାୟ ନମଃ ୭ ଥର ଜପ କରନ୍ତୁ ଏବଂ ହନୁମାନ ଚାଳିଶା ଜପ କରି ଦୀପ ଉପର ଦେଇ ସେହି କଳା ସୂତାକୁ ସାତ ଥର ବୁଲାଇ ଆଣନ୍ତୁ । ଏହାପରେ ଆଦୋୖ କଥାବାର୍ତ୍ତା ନକରି ଚୁପଚାପ ଘରକୁ ଚାଲି ଆସନ୍ତୁ ।

ସୂତାକୁ ରାତିରେ ଘରର ମନ୍ଦିରରେ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ଘରର ସଦସ୍ୟଙ୍କ ହାତରେ କିମ୍ବା ବେକରେ କିମ୍ବା ଗୋଡ଼ରେ ବାନ୍ଧି ଦିଅନ୍ତୁ । ମାତ୍ର ଧ୍ୟାନ ଦେବେ ଯେପରି ସେହି ସୂତାର ଗଣ୍ଠିରେ ବ୍ଲେଡ଼ କିମ୍ବା କୌଣସି ଧାରୁଆ ଅସ୍ତ୍ର ନଲାଗେ । ଏହି ରଙ୍ଗର ସୂତା ବ୍ୟତୀତ ଶରୀରରେ ଅନ୍ୟ କୌଣସି ରଙ୍ଗର ସୂତା ରହିବା ଉଚିତ ନୁହେଁ । ଏହା ଶନି ଦୋଷରୁ ମଧ୍ୟ ରକ୍ଷା କରିଥାଏ ।

ଆପଣ ତାହାକୁ ଶରୀର ପରିବର୍ତ୍ତେ ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ବାନ୍ଧି ପାରିବେ । ତାହା ଆପଣଙ୍କ ପରିବାରର ରକ୍ଷା କରିବା ସହିତ ନକରାତ୍ମକତାକୁ ଦୂର କରିବ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହେଉଥାଏ ତେବେ ଶୋଇବା କକ୍ଷର ବିଛଣା ତଳେ ଏହିଭଳି ଏକ ଶହେ ମିଟର ଲମ୍ବର ଏକ କଳା ସୂତାକୁ ଅଭିମନ୍ତ୍ରିତ କରି ତକିଆ ଠାରୁ ଏକ ଫିଟ ଦୂରରେ ରଖି ଦିଅନ୍ତୁ , ଯେମିତିକି ଶୋଇବା ବେଳେ ଆପଣଙ୍କ ପିଠି ଏହା ଉପରେ ରହିବ ।

ଏହି ଉପାୟ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ କମିଯାଏ ଏବଂ ପରସ୍ପର ମଧ୍ୟରେ ପ୍ରେମ ବଢ଼ିଥାଏ । ଘରର କେହି ବ୍ୟକ୍ତି ଉପରେ ନଜର ଦୋଷ ଲାଗିଥିଲେ ସେହି ବ୍ୟକ୍ତିକୁ ମଧ୍ୟ କଳା ସୂତା ବାନ୍ଧି ଦିଅନ୍ତୁ । ଯଦି ସେହି ସୂତା କୌଣସି ସମୟରେ କାମ ନଦିଏ ତେବେ ତାହାକୁ ପ୍ରତ୍ୟେକ ସପ୍ତାହରେ ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ନେଇ ଅଭିମନ୍ତ୍ରିତ କରି ଆଣନ୍ତୁ ନଚେତ ପୂଜାଘରେ ଜଳୁଥିବା ଦୀପ ଉପର ଦେଇ ସାତ ଥର ବୁଲାଇ ଆଣନ୍ତୁ । ତେବେ ଏହି ଉପାୟ ଦ୍ୱାରା ଗ୍ରହ ଦୋଷ , ବାସ୍ତୁ ପୀଡ଼ା ଏବଂ ଅନ୍ୟାନ୍ୟ ସମସ୍ୟା ଠାରୁ ମଧ୍ୟ ରକ୍ଷା କରିଥାଏ ।

Leave a Reply

Your email address will not be published. Required fields are marked *