ଏପ୍ରିଲ ୧୧ ବଡ଼ ମଙ୍ଗଳବାର ! ଏହିଦିନ ଘରକୁ କେବଳ ଗୋଟିଏ ଜିନିଷ ଆଣିବା ଦ୍ୱାରା ଉତୁରି ଯାଏ କରଜ ।

ମନୁଷ୍ୟ ପାଇଁ କରଜ ସମସ୍ୟା କୌଣସି ପାପ ଠାରୁ କମ ନୁହେଁ । କରଜ କରିଥିବା ବ୍ୟକ୍ତି କେବେବି ଶାନ୍ତିରେ ରହି ପାରେନାହିଁ । ସେହି କରଜ କାରଣରୁ ଘରେ ଅଶାନ୍ତି , କଳହ , ପାଟିତୁଣ୍ଡ ଦେଖା ଦେଇଥାଏ । ତେବେ ସପ୍ତାହରେ ସବୁ ବାରରେ ମଧ୍ୟ କରଜ ନେବା ଉଚିତ ନୁହେଁ । ସାଧରଣତଃ ମଙ୍ଗଳବାର ଏବଂ ଶନିବାର ଦିନ ଯଦି ଆପଣ କରଜ ନିଅନ୍ତି ତେବେ ସେହି କରଜର କେବେବି ସମାଧାନ ହୁଏନାହିଁ ।

ଏହାବ୍ୟତୀତ ଅନ୍ୟ କିଛି ବାରରେ କରଜ ନେଲେ ସୁଝିବା ବେଳେ ଅନେକ ସମସ୍ୟା ଦେଖା ଦେଇଥାଏ । ସେହିଭଳି ୮ , ୧୭ , ୨୬ ଏହି ତିନୋଟି ଅଙ୍କ ଶନିଦେବଙ୍କର ହୋଇ ଥିବାରୁ ଏହି ସବୁ ତାରିଖରେ କରଜ ନେବା ଆଦୋୖ ଉଚିତ ନୁହେଁ । ଏହାବ୍ୟତୀତ କରଜ ନେଉଥିବା କାଗଜପତ୍ରରେ କଳା ଇଙ୍କରେ ହସ୍ତାକ୍ଷର ମଧ୍ୟ କରିବା ଉଚିତ ନୁହେଁ ।

କରଜ ନେବାର ଉପଯୁକ୍ତ ବାର ହେଉଛି ସୋମବାର , ବୁଧବାର ଏବଂ ଶୁକ୍ରବାର । ଏହିଦିନ କରଜ ନେଲେ ତାହା ବହୁତ ଜଲଦି ଉତୁରି ଯାଏ । ମାତ୍ର ଅନେକ ସମୟରେ ମନୁଷ୍ୟ କରଜ ମଧ୍ୟରେ ଏଭଳି ଫସି ଯାଏ ଯେ ସେଥିରୁ ମୁକୁଳି ପାରେ ନାହିଁ । ଏଭଳି ସମସ୍ୟା ଦେଖା ଦେଲେ କିଛି ଖାସ ଉପାୟ କରିବା ଉଚିତ । ଏହିସବୁ ଉପାୟ ପାଇଁ ଜରୁରୀ ଜିନିଷ ହେଉଛି ପାନ ପତ୍ର ।

ପାନ ପତ୍ର ପ୍ରଥମ ଥର ପାଇଁ ସମୁଦ୍ର ମନ୍ଥନ ସମୟରେ ବ୍ୟବହାର କରାଯାଇଥିଲା ତେଣୁ ସେବେଠାରୁ ହିଁ ଏହାକୁ ସବୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇ ଆସୁଛି । ବୁଧ ଗ୍ରହ ସହିତ ପାନର ଅନେକ ସଂଯୋଗ ରହିଛି ଯାହାକି କରଜ ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଏହି ଖାସ ଉପାୟ କରିବା ପାଇଁ ଏକ ଗୋଟା ପାନ ପତ୍ର ନେଇ ଆସନ୍ତୁ ।

ସେଥିରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ମୋଡ଼ି ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ । ଏହି ଉପାୟ ଲଗାତାର ତିନି ମାସ ପ୍ରତ୍ୟକ ମଙ୍ଗଳବାର ଦିନ କରନ୍ତୁ । ଏହି ଉପାୟ କରିବା ସମୟରେ ସାତ୍ଵିକତା ବଜାୟ ରଖିବା ଉଚିତ ।

ଅନେକ ସମୟରେ ଏଭଳି ସମସ୍ୟା ଦେଖା ଦେଇଥାଏ ଯେ କରଜ ସମସ୍ୟା ସହିତ ବ୍ୟବସାୟରେ ମଧ୍ୟ କ୍ଷତି ଦେଖା ଦେଇଥାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ପାନ ପତ୍ର ଆଣନ୍ତୁ । ଏହାର ଡେମ୍ଫ ବାହାର କରି ଚିକ୍କଣ ଅଂଶକୁ ତଳକୁ ରଖି ଖଦଡ଼ିଆ ପାର୍ଶ୍ଵ ଉପରେ ଦୁଇଟି ଲବଙ୍ଗ ରଖି ଭଗବାନଙ୍କୁ ପ୍ରାର୍ଥନା କରି କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କୌଣସିବି ସମସ୍ୟା ଏହି ପାନ ପତ୍ର ସହିତ ବୋହି ଯିବ । ଏହି ଉପାୟ ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ।

ଯଦି କରଜ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନବରାତ୍ରୀରେ ମଧ୍ୟ ଏକ ଉପାୟ କରି ପାରିବେ । ଏହି ଉପାୟ ଅନୁଯାୟୀ ନବରାତ୍ରୀର ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପାନ ପତ୍ର ଆଣି ସେଥିରେ ରିମ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କରି ଦିଅନ୍ତୁ । ଏହି ଉପାୟକୁ ଘରର କେହିବି କରି ପାରିବେ ମାତ୍ର ମହିଳା ହନୁମାନଙ୍କୁ ସ୍ପର୍ଶ କରନ୍ତୁ ନାହିଁ । କରଜ ମୁକ୍ତି ପାଇଁ ମଙ୍ଗଳବାର ଦିନ ଏକ ବିଶେଷ ଉପାୟ କରି ପାରିବେ । ତେଣୁ ଏହି ଦିନ ସାତ୍ଵିକ ଭୋଜନ କରନ୍ତୁ ଏବଂ ଲୁଣ ସେବନ କରନ୍ତୁ ନାହିଁ ।

ରାତି ୧୧ ରୁ ୧ ମଧ୍ୟରେ ଶୁଦ୍ଧ ହୋଇ ହନୁମାନଙ୍କ ସାମ୍ନାରେ ଆସନ ପକାଇ ବସି ଯାଆନ୍ତୁ ଏବଂ ନାଲି ଫୁଲ ଅର୍ପିତ କରନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ନିୟମିତ ଭାବରେ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ ଦ୍ୱାରା କରଜରୁ ମୁକ୍ତି ମିଳିଯିବ । ପୁରୁଷ ମାନେ ମଙ୍ଗଳବାର ଦିନ ଦକ୍ଷିଣବର୍ତ୍ତି ହନୁମାନଙ୍କୁ ସିନ୍ଦୁର ଅର୍ପିତ କରିବା ଉଚିତ ଏବଂ ନାଲି ଫୁଲ ଅର୍ପିତ କରିବା ସହିତ ସକାଳ ସନ୍ଧ୍ୟା ଶଙ୍ଖ ବଜାଇ କରଜ ମୁକ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ ।

Leave a Reply

Your email address will not be published. Required fields are marked *