ଏପ୍ରିଲ ୧୦ : ବଡ଼ ସୋମବାର : ୧୦୮ ଟି ଚାଉଳ ଦାନା ଏବଂ ଦୁଇଟି ଲବଙ୍ଗକୁ ନେଇ ଆଜି କରନ୍ତୁ ମହାଉପାୟ,ମହାଦେବ କରିବେ ସବୁ ଇଚ୍ଛା ପୂରଣ

ଦେବତାଙ୍କ ମଧ୍ୟରେ ମହାଦେବ ବହୁତ ଜଲଦି ନିଜ ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି । ମାତ୍ର ମହାଦେବଙ୍କୁ ଆରାଧନା କରିବା ସମୟରେ ମନରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ଏବଂ ମନୁଷ୍ୟ ବିନା ସନ୍ଦେହରେ ମହାଦେବଙ୍କ ପାଖରେ ନିଜକୁ ସମର୍ପିତ କରିଦେବା ଉଚିତ । ଏମିତିରେତ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ଶିବ ମନ୍ଦିର ଯାଇ ପୂଜା ଏବଂ ସୋମବାର ବ୍ରତ ରଖିବା ଜରୁରୀ ହୋଇଥାଏ ।

ମାତ୍ର ଯଦି ଆପଣ ବ୍ରତ ରଖିବାକୁ ଚାହୁଁନାହାଁନ୍ତି ତେବେ ନିଷ୍ଠାର ସହିତ ମହାଦେବଙ୍କ ପ୍ରିୟ ଜିନିଷ ଅର୍ପିତ କଲେ ଏବଂ କିଛି ଉପାୟ କଲେ ମଧ୍ୟ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ମହାଦେବଙ୍କୁ ପ୍ରସନ୍ନ କରି ମନୁଷ୍ୟ ନିଜର ସବୁ ମନସ୍କାମନା ପୂରଣ କରି ପାରିବ । ଜୀବନର କୌଣସି ସମସ୍ୟା କ୍ୟାରିଅର ସମ୍ବନ୍ଧୀୟ , ସନ୍ତାନ ସମ୍ବନ୍ଧୀୟ , ବିବାହ ସମ୍ବନ୍ଧୀୟ କିମ୍ବା ଅନ୍ୟ କୌଣସି ଚିନ୍ତା ଥିଲେ ତାହା ମଧ୍ୟ ଦୂର ହୋଇଥାଏ ।

ତେବେ ସୋମବାର ଦିନ ସକାଳୁ ଉଠି ସ୍ନାନ କରି କିଛି ବିଶେଷ ଉପାୟ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଜୀବନରେ ସଚ୍ଚା ଜୀବନସାଥୀ ଚାହୁଁଥିଲେ ସୋମବାର ଦିନ ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗରେ ନିଷ୍ଠାର ସହିତ କେଶର ମିଶ୍ରିତ କଞ୍ଚା କ୍ଷୀର ଅର୍ପିତ କରନ୍ତୁ ଏବଂ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।

ଏହି ଉପାୟ ଦ୍ୱାରା ଆପଣଙ୍କୁ ନିଶ୍ଚିତ ଭାବରେ ନିଜର ପ୍ରକୃତ ଜୀବନସାଥୀ ମିଳିବ । ଯଦି ଚାକିରୀ ବ୍ୟବସାୟ କିମ୍ବା ଆର୍ଥିକ ସମସ୍ୟା ରହିଛି ତେବେ ସୋମବାର ଦିନ ମାଛକୁ ଦାନା ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ନିଜର ଦୀର୍ଘ ଦିନର ଥିବା ମନସ୍କାମନାକୁ ପୂରଣ କରିବାକୁ ଚାହୁଁଛନ୍ତି ତେବେ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ପଞ୍ଚାମୃତରେ ଅଭିଷେକ କରାଇ ଓଁ ନମଃ ଶିବୟ ଜପ କରନ୍ତୁ ।

କିମ୍ବା ଆପଣ କେବଳ ଜଳ ଏବଂ ୨୧ ଟି ବେଲପତ୍ରରେ ଓଁ ନମଃ ଶିବାୟ ଲେଖି ମହାଦେବଙ୍କୁ ଅର୍ପିତ କରି ପାରିବେ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ । ଯଦି ଆପଣ ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ସୋମବାର ଦିନ ମହାଦେବଙ୍କ ଅତି ପ୍ରିୟ ନନ୍ଦି ବଳଦକୁ କିମ୍ବା କୌଣସି ଗାଈକୁ ସବୁଜ ଚାରା ଖୁଆଇ ପାରିବେ । ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଯଦି ଆପଣ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ମାତା ଅନ୍ନପୂର୍ଣ୍ଣାଙ୍କ ଉପସ୍ଥିତି ଚାହୁଁଛନ୍ତି ତେବେ ସୋମବାର ଦିନ ଗରୀବଙ୍କୁ ଭୋଜନ କରାନ୍ତୁ । ଦେଖିବେ ଏହାଦ୍ବାରା ଆପଣଙ୍କ ମନସ୍କାମନା ସମେତ , ମାନସିକ ଚିନ୍ତା ଏବଂ ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ଉପରେ ଶନି ରାହୁ କେତୁ ଭଳି ସମସ୍ୟା ରହିଛି ତେବେ ସୋମବାର ଦିନ ଜଳରେ କଳା ତିଳ ମିଶାଇ ଶିବମନ୍ଦିରକୁ ଯାଇ ଶିବଲିଙ୍ଗରେ ଅର୍ପିତ କରନ୍ତୁ ।

ଏହି ଜଳ ଅର୍ପିତ କରିବା ସମୟରେ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଶନି ରାହୁ କେତୁ କୌଣସିବି ଦୋଷ ଦୂର ହୋଇଯିବ ଏବଂ ଭଗବାନ ଶିବ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହେବେ । ଏହାଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ ଘରେ ପାରଦ ଶିବଲିଙ୍ଗ ପ୍ରତିଷ୍ଠା କରି ପ୍ରତ୍ୟେକ ଦିନ ପୂଜା କରନ୍ତୁ । ସନ୍ତାନ ସୁଖ ପ୍ରାପ୍ତ କରିବା ପାଇଁ ସୋମବାର ଦିନ ଅଟାରେ ଏଗାରଟି ଶିବଲିଙ୍ଗ ତିଆରି କରନ୍ତୁ ।

ଏହାପରେ ଏଗାର ଥର ୧୦୮ ଥର ଲେଖାଏଁ ଓଁ ନମଃ ଶିବାୟ ମନ୍ତ୍ରର ଜପ କରି ପ୍ରତ୍ୟେକ ଶିବଲିଙ୍ଗ ଅଭିଷେକ କରନ୍ତୁ । ଏହି ଉପାୟ ଦ୍ୱାରା ବହୁତ ଜଲଦି ସନ୍ତାନ ପ୍ରାପ୍ତି କାମନା ପୂରଣ ହୋଇଥାଏ । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଜଳରେ କୁଶା ମିଶାଇ ମହାଦେବଙ୍କ ଅଭିଷେକ କରନ୍ତୁ ଏବଂ ଓଁ ଜୁଙ୍ଗ ସ୍ୱାହା ଜପ କରନ୍ତୁ । ସୋମବାର ଦିନ ମହାଦେବଙ୍କୁ ତିଳ ଏବଂ ଜଅ ଅର୍ପିତ କଲେ ପାପରୁ ମୁକ୍ତି ମିଳିଥାଏ । ବୈବାହିକ ଜୀବନରେ ସୁଖ ଶାନ୍ତି ଚାହୁଁଥିଲେ ମହାଦେବ ଏବଂ ପାର୍ବତୀଙ୍କୁ ମିଳିତ ଭାବରେ ପୂଜା କରନ୍ତୁ ।

Leave a Reply

Your email address will not be published. Required fields are marked *