ଶାସ୍ତ୍ର ଅନୁଯାୟୀ ଅକ୍ଷୟତୃତୀୟା ଦିନ କିଛି ଏପରି ଜିନିଷ ଅଛି ଯାହାକୁ ଘରକୁ ନେଇ ଆସିବା ଆବଶ୍ୟକ ଯାହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ଏମିତିରେ ତ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ରହିଥାଏ ତଥାପି ମନୁଷ୍ୟ ଅନେକ ସଂଘର୍ଷ କରି ଖୁସିରେ ରହିବାକୁ ଏବଂ ଧନ ଅର୍ଜନ କରିବାକୁ ଖୁବ ପରିଶ୍ରମ କରିଥାଏ । କିନ୍ତୁ ଅନେକ ପରିଶ୍ରମ ସତ୍ତ୍ୱେବି ଅନେକଙ୍କୁ କିଛିବି ଲାଭ ମିଳି ନଥାଏ ।
ତେଣୁ ଅକ୍ଷୟତୃତୀୟା ଦିନ କିଛି ଖାସ ଉପାୟ ମନୁଷ୍ୟର ଭାଗ୍ୟ ବଦଳାଇ ପାରେ । ଅକ୍ଷୟତୃତୀୟା ଦିନ ସୁନା କିଣିବାର ବିଧାନ ରହିଛି ମାତ୍ର ସବୁ ଲୋକ ସୁନା କିଣିବାରେ ସମର୍ଥ ହୋଇ ନଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛି ଯାହାକୁ ଯଦି ଆପଣ ଅକ୍ଷୟତୃତୀୟା ଦିନ ଘରକୁ ନେଇ ଆସନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ ।
୧ . ସୋରିଷ ଦାନା:-
ହଳଦିଆ ସୋରିଷ ଦାନାକୁ ଯଦି ଆପଣ ଅକ୍ଷୟତୃତୀୟା ଦିନ କିଣି ଘରକୁ ଆଣନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ପରେ ତାହାକୁ ଆପଣ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ସମସ୍ୟା ଦୂରେଇ ଯିବ ।
୨ . ସିନ୍ଧା ଲୁଣ:-
ଏଭଳି ମାନ୍ୟତା ରହିଛି ଯେ ଯଦି ଆପଣ ଅକ୍ଷୟତୃତୀୟା ଦିନ ସିନ୍ଧା ଲୁଣ ଘରକୁ ନେଇ ଆସନ୍ତି ତେବେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମାତ୍ର ଅକ୍ଷୟତୃତୀୟା ଦିନ ସେହି ଲୁଣର ସେବନ କରନ୍ତୁ ନାହିଁ ।
୩ . ତୁଳା:-
ଅକ୍ଷୟତୃତୀୟା ଦିନ ଯଦି ଆପଣ ଘରକୁ ତୁଳା ନେଇ ଆସନ୍ତି ତେବେ ଭାଗ୍ୟ ଉଦୟ ହୋଇଥାଏ ।
୪ . ଫଳ:-
ଅକ୍ଷୟତୃତୀୟା ଦିନ ଯଦି ଆପଣ ଘରକୁ କୌଣସି ଫଳ କିଣି ଆଣନ୍ତି ତେବେ ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହିଦିନ ଫଳର ସେବନ କରିବା ମଧ୍ୟ ଶୁଭ ହୋଇଥାଏ ।
୫ . ମାଟି ଦୀପ:-
ମାଟିର ଦୀପକୁ ସୁନା ସମାନ ମାନା ଯାଇଛି । ତେଣୁ ଅକ୍ଷୟତୃତୀୟା ଦିନ ଯଦି ଆପଣ ମାଟିର ଦୀପ ଘରକୁ ଆଣି ତାହାକୁ ପ୍ରତ୍ୟେକ ଦିନ ଜାଳନ୍ତି ତେବେ ଭାଗ୍ୟ ଉଦୟ ହୋଇଥାଏ । ତେବେ ଅକ୍ଷୟତୃତୀୟା ଦିନ କିଛିନା ନା କିଛି ଜିନିଷ ନିହାତି ନେଇ ଆସନ୍ତୁ ।
ଏହିଦିନ ବ୍ୟକ୍ତି ନିଜ ରାଶି ଅନୁଯାୟୀ ହିଁ କିଛି ଜିନିଷ ଘରକୁ ଆଣିବା ଆବଶ୍ୟକ । ତେଣୁ ମେଷ ରାଶିର ବ୍ୟକ୍ତି ବିଶେଷ ମସୁର ଡାଲି ଘରକୁ ଆଣିବା ଉଚିତ । ଏହାଦ୍ବାରା ମାନ ସମ୍ମାନ ପ୍ରାପ୍ତ ହେବ । ବୃଷଭ ରାଶିର ଲୋକେ ଏହିଦିନ ଚାଉଳ କିଣିବା ଉଚିତ । ଏହାଦ୍ବାରା ପୁରା ବର୍ଷ ଧନ ପ୍ରାପ୍ତି ହେବ । ମିଥୁନ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ହେଉଛନ୍ତି ବୁଧ । ଏହି ରାଶିର ବ୍ୟକ୍ତିଙ୍କୁ କଞ୍ଚା ମୁଗ କିଣିବା ଆବଶ୍ୟକ । ତାହାକୁ ଆଗାମୀ ଦିନ ସେବନ କରନ୍ତୁ ।
କର୍କଟ ରାଶିର ବ୍ୟକ୍ତି ମାନେ ଚାଉଳ ଏବଂ କ୍ଷୀର କିଣି ଆଣନ୍ତୁ । ଚାଉଳ ଏବଂ କ୍ଷୀର କିଣିବା ଦ୍ୱାରା ମନ ମସ୍ତିଷ୍କ ଶାନ୍ତ ରହିଥାଏ । ସିଂହ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ସୂର୍ଯ୍ୟ ତେଣୁ ଏହି ବ୍ୟକ୍ତି ମାନେ ନାଲି ରଙ୍ଗର ଫଳ ଏବଂ ତମ୍ବା କିଣିବା ଉଚିତ । ଏହାଦ୍ବାରା ଜୀବନରେ ଖୁସି ଆସିବ ।କନ୍ୟା ରାଶିର ବ୍ୟକ୍ତି ବିଶେଷ ଏହିଦିନ ମୁଗ ଡାଲି କିଣିବା ଉଚିତ । ଏହାଦ୍ବାରା ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ ।
ତୁଳା ରାଶିର ବ୍ୟକ୍ତି ମାନେ ଏହିଦିନ ଚାଉଳ ଏବଂ ଚିନି କିଣି ଆଣିବା ଉଚିତ । ଏହାଦ୍ବାରା ଜୀବନରେ ଖୁସି ବଢ଼ିଥାଏ । ବିଛା ରାଶିର ଲୋକେ ପାଣି ବୋତଲ ଏବଂ ଗୁଡ଼ କିଣି ଆଣି ପାରିବେ । ଧନୁ ରାଶିର ବ୍ୟକ୍ତି ବିଶେଷ କଦଳୀ କିଣିବା ଉଚିତ । ଯାହାଦ୍ୱାରା ପୁରା ବର୍ଷ ଖୁସି ଆସିବ । ଜୀବନରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।
ମକର ରାଶିର ବ୍ୟକ୍ତି ମାନେ ଅକ୍ଷୟତୃତୀୟା ଦିନ କଳା ମୁଗ ଡାଲି କିମ୍ବା ଦହି କିଣି ଆଣନ୍ତୁ । ଏହାଦ୍ବାରା ଆପଣଙ୍କୁ ଦୁଇଗୁଣା ଶୁଭ ଫଳ ପ୍ରାପ୍ତ ହୋଇଥାଏ । କୁମ୍ଭ ରାଶିର ଲୋକେ କଳା ତିଳ କିମ୍ବା ପୋଷାକ କିଣି ଆଣନ୍ତୁ । ଏହାବ୍ୟତୀତ କଳା ତିଳ କିଣି ନିୟମିତ ପୂଜାରେ ବ୍ୟବହାର କରନ୍ତୁ । ମୀନ ରାଶିର ବ୍ୟକ୍ତି ହଳଦୀ ଏବଂ ବୁଟ ଡାଲି କିଣି ଆଣିବା ଉଚିତ ଏବଂ ଏହାଦ୍ବାରା ଜୀବନକୁ ଖୁସି ଆସିଥାଏ ।