ଧନ ଜନିତ ସବୁ ସମସ୍ୟାକୁ ଦୂର କରିଥାଏ ରସୁଣର ଏହି କେତୋଟି ଚମତ୍କାରୀ ଉପାୟ । ଖୋଲିଯାଏ ଧନ ପ୍ରାପ୍ତିର ମାର୍ଗ ।

ଯଦି ଆପଣ ଆର୍ଥିକ ସମସ୍ୟା କାରଣରୁ ଚିନ୍ତିତ ଅଛନ୍ତି ତେବେ ରସୁଣର କିଛି ଖାସ ସହଜ ଉପାୟ ଦ୍ୱାରା ଆପଣ ସେହିସବୁ ସମସ୍ୟାକୁ ଦୂର କରି ପାରିବେ । ଏଭଳି ବିଶ୍ୱାସ କରାଯାଏ ଯେ ଧନର ଦେବୀ ମାତା ଲକ୍ଷ୍ମୀ ଯେଉଁ ଘରେ ରହନ୍ତି ସେହି ଘରେ କେବେ ଧନର ଅଭାବ ଦେଖା ଦିଏ ନାହିଁ । ସେହି ଘରେ ସକାରାତ୍ମକତା ବଜାୟ ରହିଥାଏ । ଏହାବ୍ୟତୀତ ଯେଉଁ ଘରେ ମହିଳାଙ୍କୁ ସବୁବେଳେ ସମ୍ମାନ ଦିଆଯାଏ ସେହି ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କ ଉପସ୍ଥିତି ରହିଥାଏ । ଆପଣ କିଛି ଉପାୟ କରି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ ।

୧ . ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କ ଉପସ୍ଥିତି ପାଇଁ ସନ୍ଧ୍ୟା ସମୟରେ ଘର ଦ୍ୱାରରେ ସର୍ବଦା ଦୀପ ଜଳାନ୍ତୁ । କାରଣ ମାତା ଲକ୍ଷ୍ମୀ ସନ୍ଧ୍ୟା ସମୟରେ ହିଁ ସାରା ପୃଥିବୀରେ ଭ୍ରମଣ କରନ୍ତି ଏବଂ ଏହି ସମୟରେ ଯେଉଁ ଘରର ଦ୍ୱାରରେ ଦୀପ ଜଳିଥାଏ ସେହି ଘର ଉପରେ ପ୍ରସନ୍ନ ହୁଅନ୍ତି ।

୨ . ପ୍ରତ୍ୟେକ ଦିନ ଘରେ ଗୋମୂତ୍ର ସିଞ୍ଚିବା ଉଚିତ । ଏହାଦ୍ବାରା ବାତାବରଣର ନକରାତ୍ମକତା ଦୂର ହୋଇଥାଏ । ଘର ପବିତ୍ର ହୋଇଥାଏ ଏବଂ ପରିବାରରେ ସୁଖ ସମୃଦ୍ଧି ଆସିଥାଏ । ପ୍ରତ୍ୟେକ ଦିନ ଏହା କରିବା ସମ୍ଭବ ନହେଲେ ସବୁ ପର୍ବ ପର୍ବାଣୀରେ ଆପଣ ଏହି ଉପାୟ କରି ପାରିବେ । ଗୋମୂତ୍ର ନଥିଲେ ପ୍ରତ୍ୟେକ ଦିନ ଗଙ୍ଗା ଜଳ ମଧ୍ୟ ସିଞ୍ଚି ପାରିବେ ।

୩ . ପ୍ରତ୍ୟେକ ଦିନ ମୁଖ୍ୟଦ୍ୱାର ସାମ୍ନାରେ ମୁରୁଜ ପକାଇବା ଉଚିତ । ଏହାଦ୍ବାରା ଘର ନକରାତ୍ମକତାରେ ଭରିରହେ । ଏହାଦ୍ବାରା ଘରକୁ ଦେବଦେବୀଙ୍କ ଆଗମନ ମଧ୍ୟ ହୋଇଥାଏ । ତେଣୁ ସବୁ ଶୁଭ କାର୍ଯ୍ୟରେ ମୁରୁଜ ପକାଇବାର ବିଧାନ ରହିଛି । ଏହାଦ୍ବାରା ଘରର ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

୪ . ଘରର ପରିବେଶକୁ ସର୍ବଦା ଶୁଦ୍ଧ ଏବଂ ମୋହକ ପୂର୍ଣ୍ଣ ରଖିବା ଉଚିତ । ତେଣୁ ଘରେ ସକାଳ ସନ୍ଧ୍ୟା ଧୂପ ଏବଂ ଝୁଣା ଜାଳିବା ଉଚିତ । ଏହାଦ୍ବାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଥାଏ ।

୫ . ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଘରେ ଯେପରି ବୁଢିଆଣି ବସା ନବାନ୍ଧେ । କାରଣ ଏହାଦ୍ବାରା ଘରେ ନକରାତ୍ମକତା ସୃଷ୍ଟି ହେବା ସହିତ ଘରର ସଦସ୍ୟଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

୬ . ପ୍ରତ୍ୟେକ ଦିନ ସୂର୍ଯ୍ୟାସ୍ତ ପରେ ଶିବ ଲିଙ୍ଗ ପାଖରେ ଦୀପ ଜାଳିବା ଉଚିତ । ଶିବ ପୁରାଣ ଅନୁଯାୟୀ ଏହା ପ୍ରତ୍ୟେକ ଦିନ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏପରି କରୁଥିବା ବ୍ୟକ୍ତିକୁ ମହାଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ସନ୍ଧ୍ୟା ସମୟରେ ପୁରା ଘରକୁ ଆଲୋକିତ ରଖନ୍ତୁ ।

୭ . ଶୋଇବା ପୂର୍ବରୁ ଘରେ କର୍ପୂର ଧୂଆଁ କରନ୍ତୁ । ଏହାଦ୍ବାରା ଘରର ସବୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୮ . ଘରେ ଗୁରୁଜନଙ୍କ ସମ୍ମାନ ପ୍ରତି ସର୍ବଦା ଧ୍ୟାନ ରଖିବା ଉଚିତ । ଯେଉଁ ଘରେ ମହିଳା ନିଜ ଶାଶୁ ଶ୍ୱଶୁର ଗୁରୁଜନଙ୍କୁ ସମ୍ମାନ ଏବଂ ସାନ ମାନଙ୍କୁ ସ୍ନେହ କରିଥାଏ ସେହି ଘରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି । ସେଭଳି ଘରେ ସର୍ବଦା ଖୁସିର ମହୋଲ ରହିଥାଏ ।

୯ . ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଘରର ଦକ୍ଷିଣ ଦିଗରେ ସୋରିଷ ତେଲ ଦୀପ ଜଳାଇ ଦିଅନ୍ତୁ । ଏହାଦ୍ବାରା ଘରକୁ ସୁଖ ଏବଂ ସମ୍ପନ୍ନତାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଯଦି ଆପଣ ଦୀପ ଜାଳି ପାରିବେନି ତେବେ ସେହି ଦିଗରେ ଏକ ଲାଇଟ ଜାଳି ରଖନ୍ତୁ ।

୧୦ . ରାତିରେ କେବେବି ଜିନିଷ ପତ୍ର ଏଣେତେଣେ ପକାଇ ଆପରିଷ୍କାର କରନ୍ତୁ ନାହିଁ । କାରଣ ଏହାଦ୍ବାରା ଘରେ ନକରାତ୍ମକତା ଜନ୍ମ ହୋଇଥାଏ । ଜୋତା ଚାପଲ ଘର ଭିତରେ ରଖନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ସୁଲଭ ଅନୁଯାୟୀ ମନୁଷ୍ୟ ଜୀବନରେ ବାସ୍ତୁର ଅନେକ ମହତ୍ତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଘରର ମୁଖ୍ୟଦ୍ୱାରରେ ରସୁଣ କଲି ଟାଙ୍ଗି ଦିଅନ୍ତି ତେବେ ଘରୁ ନକରାତ୍ମକତା ଦୂର ହୋଇଯିବ । ରସୁଣ କଲିର ଆଖପାଖରେ ସ୍ୱସ୍ତିକ ଚିହ୍ନ ମଧ୍ୟ ବନାଇ ଦିଅନ୍ତୁ । କିଛିଦିନ ମଧ୍ୟରେ ହିଁ ଆପଣଙ୍କ ଘରକୁ ଦେବଦେବୀଙ୍କ ଆଗମନ ଆରମ୍ଭ ହୋଇଯିବ ।

ରସୁଣକୁ କଳା ସୂତାରେ ବାନ୍ଧି ଘରଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଯଦି ଆପଣ ଦାରିଦ୍ର୍ୟତା କାରଣରୁ ଚିନ୍ତିତ ଅଛନ୍ତି ତେବେ କଳା ସୂତାରେ ଏକ କଲି ରସୁଣକୁ ବାନ୍ଧି ଘରର ମୁଖ୍ୟଦ୍ୱାରରେ ଏପରି ବାନ୍ଧି ଦିଅନ୍ତୁ ଯେପରି ତାହା ଉପରେ କାହାରି ନଜର ପଡ଼ିବ ନାହିଁ । ଯଦି ଘରର ଉନ୍ନତି ଅଟକି ଯାଇଛି ତେବେ ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

Leave a Reply

Your email address will not be published. Required fields are marked *