ହନୁମାନ ଜୟନ୍ତୀ ରେ ଶ୍ରୀହନୁମାନଙ୍କର ବିଶେଷ ରୂପରେ ପୂଜା ଅର୍ଚ୍ଚନା କରାଯାଇଥାଏ । ଯାହାଦ୍ୱାରା ଭକ୍ତକୁ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ସବୁ ପ୍ରକାରର ସଙ୍କଟରୁ ଶ୍ରୀହନୁମାନ ନିଜ ଭକ୍ତକୁ ରକ୍ଷା କରିଥାନ୍ତି । ଏଥର ହନୁମାନ ଜୟନ୍ତୀ ଏପ୍ରିଲ ୬ ରେ ପାଳନ କରାଯିବ । ପୌରାଣିକ ମାନ୍ୟତା ଅନୁଯାୟୀ ହନୁମାନଙ୍କୁ ମହାଦେବଙ୍କ ଅବତାର ମାନା ଯାଏ ଏବଂ ତାଙ୍କ ଜନ୍ମ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ଦିନ ହୋଇଥିଲା ।
ତେଣୁ ଏହି ମଙ୍ଗଳବାର ଦିନକୁ ଶ୍ରୀହନୁମାନଙ୍କୁ ସମର୍ପିତ ବୋଲି କୁହାଯାଏ । ଏହିଦିନ ଶ୍ରୀହନୁମାନଙ୍କ ବ୍ରତ ଏବଂ ପୂଜା କରିବା ଦ୍ୱାରା ତାଙ୍କ କୃପା ପ୍ରାପ୍ତ ହୋଇଥାଏ । ତେଣୁ ବ୍ରତ ରଖିବାର ଉଚିତ ସମୟ ହେଉଛି ଏପ୍ରିଲ ୬ ତାରିଖ ସକାଳ ୬.୦୬ ରୁ ୭.୪୦ ପର୍ଯ୍ୟନ୍ତ । ଏହାପରେ ଆପଣ ଦ୍ୱୀପ୍ରହର ୧୨.୨୪ ରୁ ୧.୫୮ ପର୍ଯ୍ୟନ୍ତ ପୂଜା କରି ପାରିବେ । ଏହାବ୍ୟତୀତ ସନ୍ଧ୍ୟା ୫.୦୭ ରୁ ୮.୦୭ ମିନିଟ ପର୍ଯ୍ୟନ୍ତ ମଧ୍ୟ ପୂଜା କରି ପାରିବେ ।
ହନୁମାନ ଜୟନ୍ତୀ ପୂଜାର ବିଶେଷ ମହତ୍ତ୍ୱ ମାନା ଯାଇଥାଏ । ହନୁମାନ ଜୟନ୍ତୀ ଦିନ ପୂଜା କଲେ ଏବଂ ବ୍ରତ ରଖିଲେ ଜୀବନର ସବୁପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ଘରକୁ ହନୁମାନଙ୍କ ଆଗମନ ମଧ୍ୟ ହୋଇଥାଏ । କଳିଯୁଗରେ କେବଳ ଶ୍ରୀହନୁମାନଙ୍କୁ ଜାଗୃତ ଦେବତା ମାନାଯାଏ । ଯିଏକି ପୃଥିବୀ ପୃଷ୍ଠରେ ଉପସ୍ଥିତ ଅଛନ୍ତି ଏବଂ ସମୟ ସମୟରେ ନିଜ ଭକ୍ତକୁ ରକ୍ଷା କରିଥାନ୍ତି । ଅନେକ ସନ୍ଥ ମହାତ୍ମା ତାଙ୍କ ଦର୍ଶନ ଲାଭ କରିବାର ପ୍ରମାଣ ମଧ୍ୟ ରହିଛି ।
ଶ୍ରୀହନୁମାନଙ୍କୁ ପ୍ରସନ୍ନ କରିବାର ମାର୍ଗ ଅତ୍ୟନ୍ତ ସରଳ ତେଣୁ ସଧାରଣ ଲୋକେ ବି ଏହା କରି ପାରିବେ । ଜ୍ୟୋତିଷ ଶାସ୍ତ୍ରରେ ଏହାର ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ହନୁମାନଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସହଜ ଏବଂ ସରଳ ଉପାୟ ହେଉଛି ହନୁମାନ ଚାଳିଶାର ପଠନ । ଯଦି ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତି ତେବେ ଆପଣଙ୍କ ଜୀବନକୁ କୌଣସି ସଙ୍କଟ ଆସିବ ନାହିଁ ।
ଖାସକରି ଶନିବାର ଏବଂ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ । ଏହାସହିତ ସୁନ୍ଦରକାଣ୍ଡ ପାଠ କରିବା ମଧ୍ୟ ଆବଶ୍ୟକ । ଏହାଦ୍ବାରା ହନୁମାନ ପ୍ରସନ୍ନ ହୁଅନ୍ତି ଏବଂ ମନସ୍କାମନାକୁ ପୂରଣ ମଧ୍ୟ କରନ୍ତି । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ରାମ ନାମ ଜପ କରିଥାଏ ସେହି ବ୍ୟକ୍ତି ଉପରେ ଶ୍ରୀହନୁମାନ ସର୍ବଦା ପ୍ରସନ୍ନ ରହନ୍ତି ଏବଂ ନିଜ କୃପା ବର୍ଷା କରନ୍ତି । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଶ୍ରୀରାମ ମନ୍ଦିରକୁ ଯାଇ ନିତ୍ୟ ତାଙ୍କ ଦର୍ଶନ କରିଥାଏ ସେହି ବ୍ୟକ୍ତି ଉପରେ ହନୁମାନ ପ୍ରସନ୍ନ ହୁଅନ୍ତି ।
ଯଦି ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ଉତ୍ପନ୍ନ ହେଉଛି ତେବେ ହନୁମାନ ଜୟନ୍ତୀ ଦିନ କିମ୍ବା କୌଣସି ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଏବଂ ଚମେଲି ତେଲ ନିଶ୍ଚୟ ଅର୍ପିତ କରନ୍ତୁ । ଏହାଦ୍ବାରା ସବୁ ସଙ୍କଟରୁ ମୁକ୍ତି ମିଳିବ । ଯଦି ଘରେ ଅଶାନ୍ତି ଏବଂ କଳହ ଦେଖା ଦେଉଛି ତେବେ ଘରେ ହନୁମାନଙ୍କ ମୂର୍ତ୍ତି କିମ୍ବା ଫୋଟ ରଖି ନିତ୍ୟ ଧୂପ ଦୀପ ଜଳାନ୍ତୁ । ଯଦି ଆପଣ ହନୁମାନ ଜୟନ୍ତୀ ଦିନ ଘରକୁ ହନୁମାନଙ୍କ ଫୋଟ କିମ୍ବା ମୂର୍ତ୍ତି ଆଣନ୍ତି ତେବେ ଆପଣଙ୍କୁ ନିଶ୍ଚୟ ଶୁଭ ଫଳ ପ୍ରାପ୍ତ ହେବ ।
ମାତ୍ର ମୂର୍ତ୍ତି ରଖିବା ସମୟରେ ଧ୍ୟାନ ଦେବେ ଯେପରି ହନୁମାନଙ୍କ ମୁଖ ଦକ୍ଷିଣ ଦିଗକୁ ହେବା ଉଚିତ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବ । ଆଉ ଉପାୟ ଅନୁଯାୟୀ ୧୦୦ ଗ୍ରାମ ମୁଗ ଡାଲି ନେଇ ୧୦୦ ଗ୍ରାମ କଳା ତିଳ ମିଶାଇ ଅଟା ପେଶୀ ଦିଅନ୍ତୁ । ହନୁମାନ ଜୟନ୍ତୀ ଦିନ ସେଥିରେ ଦୀପ ବନାଇ ୧୧ ଦିନ ପର୍ଯ୍ୟନ୍ତ ଲଗାତାର ହନୁମାନ ସାମ୍ନାରେ ଗୋଟିଏ ଲେଖାଏଁ ଦୀପ ଜଳାନ୍ତୁ । ଦୀପ ଜାଳିବା ସମୟରେ ସୋରିଷ ତେଲରେ ପ୍ରୟୋଗ କରନ୍ତୁ ।
୧୧ ଦିନ ପୂରଣ ହେବା ପରେ ପୁଣି ଅଧଃକ୍ରମରେ ଦୀପ ଜାଳିବା ଆରମ୍ଭ କରନ୍ତୁ । ଏହାଦ୍ବାରା ହନୁମାନ ପ୍ରସନ୍ନ ହୁଅନ୍ତି ଯାହାଦ୍ୱାରା ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଏହାଦ୍ବାରା ବ୍ୟାପାର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଅନାବଶ୍ୟକ ଭାବରେ ଟଙ୍କା ଖର୍ଚ୍ଚ ହେଉଛି ତେବେ ହନୁମାନ ଜୟନ୍ତୀ ଦିନ ଗୋଟିଏ ଗୋମତି ଚକ୍ର ଏବଂ ନଡ଼ିଆରେ ସିନ୍ଦୁର ଲଗାଇ ହନୁମାନଙ୍କ ଚରଣରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରୁ ନକରାତ୍ମକତା ଦୂର ହୋଇଯିବ ।