ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ । ଚଳିତ ବର୍ଷ ଏପ୍ରିଲ ୬ ରେ ହନୁମାନଙ୍କ ଜନ୍ମୋତ୍ସବ ପାଳିତ ହେବ । ତେଣୁ ଏହି ଦିନର ଅଧିକ ମହତ୍ତ୍ୱ ରହିଛି । ଏହିଦିନ ଧନ ଲାଭ ପାଇଁ କଦଳୀର ଉପଯୋଗ ଦ୍ୱାରା ଏକ ସହଜ ଉପାୟ କରି ପାରିବେ । ତେବେ ଏହି ଉପାୟକୁ କରିବା ପାଇଁ ଗୁରୁବାର ଦିନ ସକାଳୁ ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରି ଗୋଟିଏ ଡେମ୍ପରେ ଥିବା ଦୁଇଟି କଦଳୀକୁ ନେଇ ଗୋଟିଏରେ ସ୍ୱସ୍ତିକ ଚିହ୍ନ ଏବଂ ଅନ୍ୟଟିରେ ନିଜର ନାମ ଲେଖି ଭଗବାନଙ୍କ ଚରଣରେ ରଖି ଦିଅନ୍ତୁ । ଏହାପରେ ଭଗବାନଙ୍କ ସାମ୍ନାରେ ଏକ ଘିଅ ଦୀପ ନାଲି ବତୀ ସହିତ ଏବଂ ଲବଙ୍ଗ ପକାଇ ପ୍ରଜ୍ଜ୍ଵଳିତ କରନ୍ତୁ । ଏହାପରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ ।
ଭଗବାନଙ୍କୁ ହାତ ଯୋଡ଼ି ନିଜର ମନସ୍କାମନା ପ୍ରାର୍ଥନା ଆକାରରେ ଜଣାନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ମଧ୍ୟ ପୂଜାଘରକୁ ଯାଇ ପ୍ରାର୍ଥନା କରନ୍ତୁ । ଆଗାମୀ ଦିନ ଅର୍ଥାତ ଶୁକ୍ରବାର ଦିନ ଉପାୟ କରିଥିବା ସ୍ଥାନକୁ ଯାଇ ସ୍ୱସ୍ତିକ ଚିହ୍ନ ଲେଖିଥିବା କଦଳୀକୁ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏବଂ ନିଜ ନାମ ଲେଖିଥିବା କଦଳୀ ନିଜେ ଖାଇ ଦିଅନ୍ତୁ । ହଳଦୀ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧି ଅଟେ ଏବଂ ଏହାକୁ ତାନ୍ତ୍ରିକ ଜଡ଼ିବୁଟି କୁହାଯାଏ କାରଣ ଏହା ନକରାତ୍ମକ ଶକ୍ତିକୁ ନାଶ କରିଥାଏ ।
ତେଣୁ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହଳଦୀର ପ୍ରୟୋଗ କରାଯାଏ । ହଳଦୀର ଗୁରୁ ଗ୍ରହ ସହିତ ସମ୍ବନ୍ଧ ରହିଛି ତେଣୁ ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ହଳଦୀର କିଛି ବିଶେଷ ପ୍ରୟୋଗ କରାଯାଇ ଥାଏ । ହଳଦୀ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ଧାର୍ମିକ କାର୍ଯ୍ୟ ପାଇଁ ମଧ୍ୟ ସେତିକି ଉପଯୋଗୀ । ଏହାର ପ୍ରୟୋଗ ଦ୍ୱାରା ଜୀବନର କୌଣସି ପ୍ରକାରର ସମସ୍ୟା ଦୂର ହୋଇଥାଏ ।
ହଳଦୀରେ ଦୈବୀ ଗୁଣ ରହିଥାଏ ତେଣୁ ପ୍ରତ୍ୟେକ ଦିନ ପୂଜା ସମୟରେ ମଥାରେ , ହାତରେ କିମ୍ବା ବେକରେ ହଳଦୀ ଟୀକା ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଠାରୁ ମୁକ୍ତି ମିଳିଥାଏ ଏବଂ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିଥାଏ । ପେଟ ଯନ୍ତ୍ରଣା କିମ୍ବା ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଥିଲେ ହଳଦୀ ଦାନ କରନ୍ତୁ । ଯଦି ବିବାହ ଜନିତ କୌଣସି ସମସ୍ୟା ରହିଛି ତେବେ ଲଗାତାର କିଛି ଦିନ ପର୍ଯ୍ୟନ୍ତ ସ୍ନାନ କରୁଥିବା ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ ଏବଂ ହଳଦୀ ଟୀକା ଲଗାନ୍ତୁ ।
ଏହାଦ୍ବାରା ଗୁରୁ ଗ୍ରହ ମଜବୁତ ହେବା ସହିତ ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହେବ ଏବଂ ଚାକିରୀ ଓ ବ୍ୟବସାୟରେ କୌଣସି ସମସ୍ୟା ଦେଖା ଦେଉଥିଲେ ତାହା ମଧ୍ୟ ଦୂର ହେବ । ଯଦି ଆପଣଙ୍କ ଘରେ ଉପରେ କେହି ତନ୍ତ୍ର ମନ୍ତ୍ର ଯାଦୁ କରିଛି ତେବେ ଘରର ବାଉଣ୍ଡ୍ରୀରେ ହଳଦୀ ରେଖା , କିମ୍ବା ସମ୍ଭବ ନହେଲେ ଘରର ମୁଖ୍ୟଦ୍ୱାରରେ ହଳଦୀ ରେଖା ଟାଣି ଦିଅନ୍ତୁ । ଲଗାତାର ଏହି ଉପାୟ କଲେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ , ଗ୍ରହ ଏବଂ ବାସ୍ତୁ ଦୋଷ ସମସ୍ୟା ମଧ୍ୟ ଦୂର ହେବ ।
ରାତିରେ ଆପଣଙ୍କୁ ଖରାପ ସ୍ୱପ୍ନ ଆସୁଥିଲେ ରାତିରେ ଶୋଇବା ପୂର୍ବରୁ ଏକ ଶୁଖିଲା ହଳଦୀ ଗଣ୍ଠି ନିଜ ବିଛଣା ତଳେ କିମ୍ବା ତକିଆ ତଳେ ରଖିଲେ ସ୍ୱପ୍ନ ଦୋଷ କିମ୍ବା କୌଣସି ପ୍ରକାରର ମାନସିକ ବିକୃତି ମଧ୍ୟ ଦୂର ହୋଇଥାଏ । ଗୁରୁବାର ଦିନ ଯଦି ଏକ ଚିମୁଟା ହଳଦୀ କୌଣସି ପାତ୍ରରେ ରଖି ଗଣେଶଙ୍କୁ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଯଦି ଦୀର୍ଘ ଦିନ ହେବ କୌଣସି ମନସ୍କାମନା ରହିଛି ତାହା ପୂରଣ ହେଉନଥିଲେ କୌଣସି ମାସର ଶୁକ୍ଳ ପକ୍ଷରେ ଏକ ପେପରରେ କିଛି ହଳଦୀ ରଖି ପୁଡ଼ିଆ ବନାଇ ବିଷ୍ଣୁ କିମ୍ବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ପଛରେ ଲୁଚାଇ ରଖି ଦିଅନ୍ତୁ ।
ଏହାଦ୍ବାରା ସବୁ ମନସ୍କାମନା ପୂରଣ ହେବ । ହଳଦୀ ମିଶା ଜଳ ସୂର୍ଯ୍ୟଙ୍କୁ ଅର୍ପିତ କଲେ ବୈବାହିକ ଜୀବନର ସମସ୍ୟା ଦୂର ହୋଇଥାଏ । ଧନ ପ୍ରାପ୍ତି ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଚାହୁଁଥିଲେ କୌଣସି ଗୁରୁବାର ଦିନ ଏକ ନୂଆ ନୋଟ ଉପରେ ଦୁଇ ଟୁକୁଡ଼ା ହଳଦୀ ରଖି ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଧନରେ ବୃଦ୍ଧି ହେବ ଏବଂ ଉନ୍ନତି ହେବ । ପ୍ରତ୍ୟେକ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦୀ ତିଳକ ନିଶ୍ଚୟ କରନ୍ତୁ ତେଣୁ ପୂଜାଘରେ ନିଶ୍ଚୟ ହଳଦୀ ରଖନ୍ତୁ ।