ଏପ୍ରିଲ ୧ ବଡ଼ ଶନିବାର ” ମହା ଏକାଦଶୀ ” କରନ୍ତୁ ସାତୋଟି ରାମବାଣ ଉପାୟ , ୨୪ ଘଣ୍ଟାରେ ହୋଇଯିବ ମନସ୍କାମନା ପୂରଣ ।

ଏପ୍ରିଲ ୧ ଶନିବାର ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ଏକାଦଶୀକୁ କାମଦା ଏକାଦଶୀ କୁହାଯାଇଥାଏ । ଏହିଦିନ ଭଗାବନ ଶ୍ରୀହରି ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ଏବଂ କାମଦା ଏକାଦଶୀ ବ୍ରତ କଥା ଶୁଣିବା ଦ୍ୱାରା ବ୍ୟକ୍ତିର ସବୁ କାର୍ଯ୍ୟ ସଫଳ ହୋଇଥାଏ ଏବଂ ନିଜର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଦିନ ମୁଦ୍ରାର ବ୍ୟବହାର ଦ୍ୱାରା ସାତୋଟି ମହା ପ୍ରୟୋଗ କରାଯାଇଥାଏ ।

ଏଥର ଏହି ବ୍ରତ ଉଭୟ ଏପ୍ରିଲ ୧ ଏବଂ ୨ ରେ ରଖାଯିବ । କାରଣ ଶାସ୍ତ୍ର ଅନୁଯାୟୀ ବ୍ରତ ଦୁଇ ଦିନ ହେଲେ ବ୍ରତର ମହିମା ଅଧିକ ବଢ଼ିଯାଏ । ବ୍ରତର ପାଳନ ଆପଣ ଏପ୍ରିଲ ୨ ରେ ଦ୍ବୀପର ୧.୪୦ ରୁ ସନ୍ଧ୍ୟା ୪.୧୦ ପର୍ଯ୍ୟନ୍ତ କରି ପାରିବେ । ଆଜିକାର ଲେଖାରେ ଆମେ ମୁଦ୍ରାର ଉପଯୋଗ ଦ୍ୱାରା ଦଶଟି ମହା ପ୍ରୟୋଗ ବିଷୟରେ କହିବୁ , ଯେଉଁଥିରୁ ଆପଣ କୌଣସି ଗୋଟିଏ କରି ପାରିବେ ।

୧ . ଯଦି ଆପଣ କୌଣସି ବ୍ୟକ୍ତି ଠାରୁ ଟଙ୍କା ନେଉଛନ୍ତି ତେବେ ପାଞ୍ଚ ଆଙ୍ଗୁଠିରେ ଧରି ନିଅନ୍ତୁ . ଏହାଦ୍ୱାରା ଆପଣଙ୍କ ଉନ୍ନତି ବଜାୟ ରହିବ ଏବଂ ସବୁ ନଅ ଗ୍ରହର ସାଥ ଆପଣଙ୍କୁ ମିଳିବ । ଟଙ୍କା ଦେଉଥିବା ବ୍ୟକ୍ତି ମଧ୍ୟ ପାଞ୍ଚ ଆଙ୍ଗୁଠିରେ ଧରି ଦେବା ଉଚିତ । ଏହାଦ୍ବାରା ଉଭୟଙ୍କ ଉନ୍ନତି ଏବଂ ସମୃଦ୍ଧି ବଜାୟ ରହିବ ।

୨ . ଯଦି ଆପଣ କାହାକୁ ମୁଦ୍ରା ଆକାରରେ ଟଙ୍କା ଦେଉଛନ୍ତି ତେବେ ୧ , ୧୧ , ୨୧ ଏଭଳି ସଂଖ୍ୟକ ଦିଅନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

୩ . ଅନେକ ସମୟରେ ପର୍ସ ସମ୍ପୂର୍ଣ୍ଣ ଖାଲି ହୋଇଯାଏ ତେଣୁ ଏଭଳି ପରିସ୍ଥିତିରେ ଏକ କୋଏନ , ଗୋଟିଏ ଲବଙ୍ଗ ଏବଂ ଏକ ନାଲି କପଡ଼ା ନିଅନ୍ତୁ । ବର୍ତ୍ତମାନ ମାତା ଲକ୍ଷ୍ମୀଙ୍କ ସାମ୍ନାରେ କପଡ଼ା ଉପରେ ଲବଙ୍ଗ ଏବଂ କୋଏନ ରଖି ମାତାଙ୍କୁ ପ୍ରାର୍ଥନା କରି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟକୁ ଆପଣ କୌଣସି ଅମାବାସ୍ୟା ଦିନ କରି ପାରିବେ ।

୪ . ଅନେକ ସମୟରେ ଜୀବନରେ ଧନ ଜନିତ ସମସ୍ୟା ହୋଇଯାଏ ତେଣୁ ଏଭଳି ପରିସ୍ଥିତିରେ ଏକ କୋଏନ ଉପରେ ନିଜ ନାମର ପ୍ରଥମ ଅକ୍ଷର ଲେଖି ଦିଅନ୍ତୁ । ବର୍ତ୍ତମାନ ତାହାକୁ ଘର ଉପରେ ଥିବା ଟାଙ୍କି ଉପରେ ରଖି ଦିଅନ୍ତୁ ଯେପରି ଅକ୍ଷର ଲେଖା ଯାଇଥିବା ଅଂଶ ଆକାଶ ଦିଗରେ ରହିବ । ରାତିସାରା ତାହାକୁ ଚନ୍ଦ୍ର ଛାୟାରେ ରଖି ଆଗାମୀ ଦିନ ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ । ଦେଖିବଡ଼ ଧନର ଅଭାବ ହେବ ନାହିଁ ।

୫ . ଅନେକ ସମୟରେ କରଜ ଜନିତ ସମସ୍ୟା ରହିଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଧଳା କପଡ଼ା ନେଇ ତାହା ଉପରେ କିଛି ନାଲି ମସୁର ଡାଲି , ଅକ୍ପ ଚାଉଳ ଏବଂ ଏକ କୋଏନ ରଖି ବାନ୍ଧି ଦିଅନ୍ତୁ । ତାହାକୁ ନିଜ ଉପର ଦେଇ ଓଲଟା ସାଥ ଥର ବୁଲାଇ କୌଣସି ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ବିନା ପଛକୁ ବୁଲି ଘରକୁ ଚାଲି ଆସନ୍ତୁ । ଦେଖିବେ ଆପଣଙ୍କର କରଜ ଜନିତ ସମସ୍ୟା ଦୂରେଇ ଯିବ ।

୬ . ଅଧିକ ଆର୍ଥିକ ସମସ୍ୟା ଥିଲେ ଏକ ମାଟିର ଦୀପରେ ପାଣି ରଖି ସେଥିରେ ଏକ ମୁଦ୍ରା ଏବଂ ଲବଙ୍ଗ ରଖି ଗୋଟିଏ ଦିନ ଛାଡ଼ି ଦିଅନ୍ତୁ । ଆଗାମୀ ଦିନ ପାଣିକୁ ମୂଳରେ ଢ଼ାଳି ମୁଦ୍ରାକୁ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂରେଇ ଯିବ ।

୭ . ଅଧିକ ଆର୍ଥିକ ସମସ୍ୟା ଥିଲେ ଏକ ମାଟି ଦୀପରେ ଚାଉଳରେ କଏନ ଦବାଇ ଏକ ଦୁବ ଘାସ ରଖି ଘରର ଉତ୍ତର ପଶ୍ଚିମ କୋଣରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ।

୮ . ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଏକ ଚାନ୍ଦିର ପ୍ଲେଟ ଉପରେ ଏକ କୋଏନ ଏବଂ ଚାଉଳ ରଖି ଘରର ପୂଜାଘରେ ରଖି ଦିଅନ୍ତୁ ଏବଂ ପୂଜା କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୯ . ଶନି ଦେବଙ୍କ ସମସ୍ୟା ଥିଲେ ଏକ କଳା କପଡ଼ା ନେଇ ଏକ କୋଏନ ରଖି ଅଳ୍ପ ମୁଗ ଡାଲି ରଖି ଦିଅନ୍ତୁ ଏବଂ କିଛି କଳା ତିଳ ରଖି ବାନ୍ଧି ଦିଅନ୍ତୁ । ଏହାକୁ ନିଜ ଉପର ଦେଇ ତିନି ଥର କିମ୍ବା ପାଞ୍ଚ ଥର ବୁଲାଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଶନି ସମ୍ବନ୍ଧୀୟ ଦୋଷ ଦୂର ହୋଇଯିବ ।

୧୦ . ଗଣେଶଙ୍କ ପୂଜା ସମୟରେ ଏକ କୋଏନ ଏବଂ ସୁପାରି ନିଅନ୍ତୁ ଏବଂ ଗଣେଶଙ୍କୁ ଅର୍ପିତ କରି ଦିଅନ୍ତୁ । କୌଣସି ସ୍ଥାନକୁ ବାହାରକୁ କାମରେ ଯାଉଥିଲେ ମୁଦ୍ରାକୁ ଭଗବାନ ଗଣେଶଙ୍କ ପାଖରେ ରଖି ସୁପାରିକୁ ସାଥିରେ ନେଇ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।

Leave a Reply

Your email address will not be published. Required fields are marked *