ଶାସ୍ତ୍ରରେ ମନୁଷ୍ୟର ଜୀବନ ସହିତ ମୃତ୍ୟୁ ପରେ ମନୁଷ୍ୟର ଅବସ୍ଥାର ବନ୍ଧନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଭଳି ମାନ୍ୟତା ରହିଛି ଯେ ମନୁଷ୍ୟର ମୃତ୍ୟୁ ପରେ ତାର କର୍ମ ଅନୁଯାୟୀ ହିଁ ତାକୁ ଆଗାମୀ ଜନ୍ମ ମିଳିଥାଏ । କିନ୍ତୁ ଧାର୍ମିକ ଗ୍ରନ୍ଥରେ ଏହାର ବର୍ଣ୍ଣନା ରହିଛି ଯେ ଯେଉଁ ବ୍ୟକ୍ତି ନିଜ ଜୀବନକାଳରେ ଅଧିକ ପାପ କରିଥାଏ ତାକୁ କେବେବି ଆଗାମୀ ଜନ୍ମ ମନୁଷ୍ୟ ଜନ୍ମ ମିଳି ନଥାଏ ।
ବରଂ ତାକୁ ଏଭଳି ଏକ ଜନ୍ମ ମିଳିଥାଏ ଯାହାଦ୍ୱାରା ସେ ନିଜ କଷ୍ଟକୁ ଆଉ କାହାକୁ କହିପାରେ ନାହିଁ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ କାହାଣୀ କହିବୁ ଯେଉଁଥିରେ ଜଣେ ଆଘାତ କୁକୁର ନିଜର ଦୁଃଖ କାହାଣୀ ନେଇ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନିକଟକୁ ଆସିଥାଏ ଏବଂ ଭଗବାନଙ୍କୁ ନ୍ୟାୟ ମାଗିଥାଏ ।
ଥରେ ଭଗବାନ ଶ୍ରୀରାମଚନ୍ଦ୍ର ଏକ ସଭାରେ ବସିଥିବା ସମୟରେ ଏକ କୁକୁର ସେହି ସ୍ଥାନକୁ ଆସି ଭୋକିବା ଆରମ୍ଭ କଲା । ଭଗବାନ ରାମଚନ୍ଦ୍ର ଦ୍ୱାରପାଳକୁ କହି ସେହି କୁକୁରକୁ ଘଉଡ଼ାଇ ଦେଲେ । ଆଗାମୀ ଦିନ ପୁଣି ସେହି କୁକୁର ଆସି ଭୋକିବାରେ ଲାଗିଲା । ସେଦିନ ମଧ୍ୟ ଦ୍ୱାରପାଳ ତାକୁ ଘଉଡ଼ାଇ ଦେଲା ।
ଆଗାମୀ ଦିନ ପୁଣି ଆସି କୁକୁର ଭୋକିବାରୁ ରାମଚନ୍ଦ୍ର ତାକୁ ଆଉ ନଘଉଡ଼ାଇ ତାର ଭୋକିବାର କାରଣ ବିଷୟରେ ଜାଣିବାକୁ ଚାହିଁଲେ ଏବଂ ଦ୍ୱାରପାଳକୁ କୁକୁରଟିକୁ ସଭାକୁ ନେଇ ଆସିବାକୁ କହିଲେ । କକୁକୁରଟି କିନ୍ତୁ ସଭାକୁ ନଯାଇ ଏହା କହିଥାଏ ଯେ ତାକୁ ଏଭଳି ପାପ ଜନ୍ମ ମିଳିଛି ଯେଉଁ କାରଣରୁ ତାକୁ କୌଣସି ଶୁଭ ପବିତ୍ର କାର୍ଯ୍ୟାନୁଷ୍ଠାନକୁ ଯିବାକୁ ଅନୁମତି ମିଳୁନାହିଁ । ତେଣୁ ରାମଚନ୍ଦ୍ର ନିଜେ ଆସି ତାସହିତ ମିଶାନ୍ତୁ ବୋଲି କହିଲା ।
ଏହା ଶୁଣି ଦ୍ୱାରପାଳ ରାମଚନ୍ଦ୍ରଙ୍କୁ କହିବାରୁ ରାମଚନ୍ଦ୍ର ନିଜେ ଯାଇ କୁକୁର ପାଖରେ ପହଞ୍ଚିଲେ ଏବଂ ତାକୁ ଭୋକିବାର କାରଣ ପଚାରିଲେ । ସେ ପ୍ରଥମେ ଶ୍ରୀରାମଚନ୍ଦ୍ରଙ୍କୁ କୃତଜ୍ଞତା ଜଣାଇ କହିଲା ଯେ ତାର କିଛି ଭୁଲ ନଥିବା ସତ୍ତ୍ୱେବି ଜଣେ ସନ୍ୟାସୀ ତାଙ୍କୁ ପଥରରେ ମାରିଛି । ପାଦ ଖଣ୍ଡିଆ ହେବାରୁ ସେ ଯନ୍ତ୍ରଣାରେ ଦୁଃଖିତ ହୋଇ ରାମଚନ୍ଦ୍ରଙ୍କ ଶରଣକୁ ଆସିଥିବା କହିଛି କୁକୁରଟି ।
ଏହା ଶୁଣି ରାମଚନ୍ଦ୍ର ସେହି ସନ୍ୟାସୀକୁ ଡାକି ପଠାଇଲେ ଏବଂ ଏଭଳି କରିବାର କାରଣ ପଚାରିଲେ । ଉତ୍ତରରେ ସନ୍ୟାସୀ କହିଛନ୍ତି ଯେ ସେ ଭିକ୍ଷା ବୃତ୍ତି କରିବାକୁ ଯିବା ସମୟରେ ତାଙ୍କ ଭିକ୍ଷାକୁ କୁଆଡ଼େ କୁକୁରଟି ଛୁଇଁ ଦେଇଥିଲା ଏବଂ ସେତେବେଳେ ମଧ୍ୟାହ୍ନ ଭୋଜନ ସମୟ ଥିବାରୁ ସେ ଭୋକିଲା ରହିଗଲେ । ଏହି କାରଣରୁ ସେ କୁକୁରକୁ ମାରିଥିଲେ କହିଛନ୍ତି । ଏହା ଶୁଣି ରାମଚନ୍ଦ୍ର ସନ୍ୟାସୀଙ୍କୁ ଏହା କହନ୍ତି ଯେ କୁକୁର ଏକ ଜ୍ଞାନ ବିହୀନ ପ୍ରାଣୀ ।
ତେଣୁ ତାକୁ ଏଭଳି କଷ୍ଟ ଦେବା ଉଚିତ ହୋଇନାହିଁ । ତେଣୁ ରାମଚନ୍ଦ୍ର ଏଥିପାଇଁ ସନ୍ୟାସୀର ଭୁଲ ଅଛି ବୋଲି କହିଛନ୍ତି । ଏହାପରେ ରାମଚନ୍ଦ୍ର କୁକୁରକୁ ଏହା କହନ୍ତି ଯେ ଯେହେତୁ ସନ୍ୟାସୀ ତାଙ୍କର ଅପରାଧୀ ତେଣୁ ସେ ତାଙ୍କୁ ଦଣ୍ଡ ଦେଇ ପାରିବେ । ଉତ୍ତରରେ କୁକୁର ଭଗବାନଙ୍କୁ ସେହି ସନ୍ୟାସୀକୁ କୌଣସି ଶିବାଳୟର ମାଲିକ ବନାଇ ଦେବାକୁ କହିଛି । ଏହା ଶୁଣି ରାମଚନ୍ଦ୍ର କୁକୁରର କଥା ମାନି ସନ୍ୟାସୀକୁ ସିନ୍ଦୁର ବସ୍ତ୍ର ପିନ୍ଧାଇ ଏକ ପାଲିଙ୍କିରେ ବସାଇ ଦେଲେ ।
ବାଦ୍ୟଯନ୍ତ୍ର ସହିତ ସେହି ସନ୍ୟାସୀଙ୍କୁ ଶିବାଳୟ ନିଆଗଲା ଏବଂ ସେଠାକାର ମାଲିକ ବନାଇ ଦିଆଗଲା । ସେହି ସମୟରେ ଅଜ୍ଞାନ ବଶତଃ ସନ୍ୟାସୀ ନିଜ ଭାଗ୍ୟ ବଦଳୁଥିବା ଦେଖିଲେ ଏବଂ ରାମଚନ୍ଦ୍ର ମଧ୍ୟ ନିଜ ସଭାକୁ ଗଲେ । ଏଭଳି ଦେଖି ଅଯୋଧ୍ୟା ବାସୀ କୁକୁର ସନ୍ୟାସୀଙ୍କୁ ଦଣ୍ଡ ଦେବା ବଦଳରେ ଏଭଳି ଶିବାଳ ୟର ମାଲିକ କରିବାକୁ କାହିଁକି କହିଲା ବୋଲି ପଚାରିଲେ ।
ଯାହାର ଉତ୍ତର ନିଯେ କୁକୁର କହିଛି ” କ୍ଷେତରେ ଉତ୍ପନ୍ନ ହେଉଥିବା ଅନ୍ନକୁ ରଖୁଥିବା ଲୋକ , ଶିବାଳୟ ମଠ ବଗିଚା ଦାନ ଗ୍ରାମ ଆଦି ଏହିସବୁ ସ୍ଥାନର ଅଧିପତି ସ୍ତ୍ରୀ ଏବଂ ବାଳକର ଧନକୁ ହରଣ କରୁଥିବା ଲୋକ , ଗାଳି ଗୁଲଜ କରୁଥିବା ଲୋକ , ଅନ୍ୟାୟ କରୁଥିବା ରାଜାଙ୍କୁ , ଅନ୍ୟାୟ ସମ୍ପତ୍ତିକୁ ହଡ଼ପ କରୁଥିବା ଲୋକ , ଚୋରି ଏବଂ ବେଇମାନି କରୁଥିବା ଲୋକ ପର ଜନ୍ମରେ କୁକୁର ଶ୍ରେଣୀକୁ ହିଁ ଯାଇଥାନ୍ତି । ତେଣୁ କୁକୁର ତାର ପର ଜନ୍ମର ହିଁ ପାୟଶ୍ଚିତ କରି ଏଭଳି କାମ କରିଛି ବୋଲି ସମସ୍ତଙ୍କୁ କହିଛି ।