ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିର ଭାଗ୍ୟରେ ଲକ୍ଷ୍ମୀ ଥାଆନ୍ତି ତାକୁ ମିଳିଥାଏ ଏହି 9ଟି ସଙ୍କେତ ।

ଭଗବାନ ସର୍ବତ୍ର ବିଦ୍ୟମାନ ଅଛନ୍ତି । ମାତ୍ର ଭଗବାନ କେବେବି ପ୍ରତ୍ୟେକ୍ଷ ଭାବରେ ନରହି ପରୋକ୍ଷ ଭାବରେ ବିଦ୍ୟମାନ ରହନ୍ତି କିମ୍ବା ଅଦୃଶ୍ୟ ରହନ୍ତି । ଭଗବାନଙ୍କୁ କେବେଳ ଅନୁଭବ କରିହୁଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସଂସାରରେ ଯେଉଁ ବ୍ୟକ୍ତି ମଧ୍ୟରେ କିଛି ଖାସ ଚରିତ୍ର ଏବଂ ଶକ୍ତି ଦେଖା ଦେଇଥାଏ ସେ ହିଁ ସର୍ବଶ୍ରେଷ୍ଠ ହୋଇଥାଏ ଏବଂ ବଡ଼ ହୋଇ ସେହି ବ୍ୟକ୍ତି ସଂସାରରେ କୀର୍ତ୍ତି ହାସଲ କରିଥାଏ ।

ମନୁଷ୍ୟ ଜନ୍ମ ଶ୍ରେଷ୍ଠ ଜନ୍ମ ହୋଇଥାଏ କାରଣ ଏହି ଜନ୍ମରେ ମନୁଷ୍ୟ ଯାହା କରିପାରେ ତାହା ଆଉ କୌଣସି ଜନ୍ମରେ କରିପାରେ ନାହିଁ । ତେଣୁ ବ୍ୟକ୍ତିକୁ ନିଜ ମନୁଷ୍ୟ ଜନ୍ମ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଉଚିତ । ମନୁଷ୍ୟ ଜନ୍ମ ପାଇବା ଅର୍ଥ ସଂସାରର କଲ୍ୟାଣ ପାଇଁ ସବୁବେଳେ କାମ କରିବା । ମାତ୍ରେ ଅନେକ ଲୋକ ଏଭଳି କରନ୍ତି ନାହିଁ ଏବଂ ପଶୁ ତୁଲ୍ୟ ଚରିତ୍ର ପ୍ରଦର୍ଶନ କରନ୍ତି ।

ଯେଉଁ ବ୍ୟକ୍ତି ଶ୍ରେଷ୍ଠ ହୋଇଥାଏ ସେହି ବ୍ୟକ୍ତି ଚାରିପଟେ ଭଗବାନଙ୍କ ଶକ୍ତି ସବୁବେଳେ ତାର ସୁରକ୍ଷା କରିଥାଏ । ଏହି ବ୍ୟକ୍ତିଙ୍କ ସହିତ କୌଣସି ଅଲୌକିକ ଶକ୍ତି ରହିଥାଏ । ମାତ୍ର କୌଣସି ବ୍ୟକ୍ତି ମଧ୍ୟରେ ଏଭଳି ଶକ୍ତି ଥିଲେ ଏହାର ଅନେକ ସଙ୍କେତ ମିଳିଥାଏ ଯାହାଦ୍ୱାରା ବ୍ୟକ୍ତି ନିଜକୁ ଚିହ୍ନି ପାରିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏଭଳି ଅନେକ ସଙ୍କେତ ବିଷୟରେ କହିବାକୁ ଯାଉଛୁ ।

୧ . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ କରିବା ପୂର୍ବରୁ କିମ୍ବା କରିବା ସମୟରେ ସୁଖ ଦୁଃଖ ବିଷୟରେ ଚିନ୍ତା କରେନାହିଁ ଏବଂ ନିଜ କର୍ମକୁ ସବୁଠାରୁ ବଡ଼ ଭାବିଥାଏ ଏବଂ ସବୁ ପରିସ୍ଥିତିରେ ନିଜର କାମ ଏବଂ କର୍ତ୍ତବ୍ୟ କରିଥାଏ ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ ଏବଂ ତା ମଧ୍ୟରେ ଅଲୌକିକ ଶକ୍ତି ରହିଥାଏ ।

୨ . ଯେଉଁ ବ୍ୟକ୍ତି କାହାରି ଖରାପ ଚିନ୍ତା କରେ ନାହିଁ ଏବଂ ସବୁବେଳେ ଅନ୍ୟର ଭଲ ଚିନ୍ତା କରିଥାଏ ସେହି ବ୍ୟକ୍ତି ମଧ୍ୟ ସର୍ବଶ୍ରେଷ୍ଠ ହୋଇଥାଏ । କିନ୍ତୁ ଆଜିକାଲି ଲୋକେ ସବୁବେଳେ ଅନ୍ୟକୁ ନିନ୍ଦା କରିବା ଅପମାନିତ କରିବା ଏବଂ ଖରାପ ଚିନ୍ତା କରିବା ଭଳି କାମ କରୁଛନ୍ତି ଯେଉଁ କାରଣରୁ ସେମାନଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ ।

୩ . ଯେଉଁ ବ୍ୟକ୍ତି ନିଜର ବ୍ୟସ୍ତ ଜୀବନ ମଧ୍ୟରୁ ଭଗବାନଙ୍କ ନିମିତ୍ତ ସମୟ ବାହାର କରିଥାଏ ଏବଂ କିଛି ସମୟ ଈଶ୍ୱରଙ୍କ ସେବାରେ ବ୍ୟତୀତ କରିଥାଏ ସେହି ବ୍ୟକ୍ତିକୁ ଭଗବାନ ସବୁବେଳେ ସହାୟକ ହୁଅନ୍ତି ଏବଂ ସେହି ବ୍ୟକ୍ତିକୁ ଭଗବାନ ସବୁବେଳେ ସବୁ ବିପଦରୁ ରକ୍ଷା କରନ୍ତି ।

୪ . ଯେଉଁ ବ୍ୟକ୍ତି କାହାରି ଅପମାନ କରେନାହିଁ , ଗୁରୁଜନଙ୍କୁ ସମ୍ମାନ କରେ , ଆପଦ ବିପଦ ସମୟରେ ପଶୁପକ୍ଷୀଙ୍କୁ ସାହାଯ୍ୟ କରିଥାଏ ଏବଂ ଗରିବଙ୍କ ସାହାଯ୍ୟ କରିଥାଏ ସେହି ବ୍ୟକ୍ତି ଙ୍କ ଉପରେ ସର୍ବଦା ଭଗବାନଙ୍କ କୃପା ରହିଥାଏ । ସେମାନଙ୍କ ମଧ୍ୟରେ ଈଶ୍ୱରୀୟ କୃପା ରହିଥାଏ ।

୫ . ଯେଉଁ ବ୍ୟକ୍ତି କାହାରି ଅନ୍ୟାୟ କରେନାହି ସେହି ବ୍ୟକ୍ତି ଶ୍ରେଷ୍ଠ ହୋଇଥାଏ । ସେହି ବ୍ୟକ୍ତି କେକେବି କାହାକୁ ଘୃଣା କରେନାହିଁ ।

୬ . ସଂସାରରେ କିଛି ଏଭଳି ମନୁଷ୍ୟ ଅଛନ୍ତି ଯେଉଁମାନଙ୍କୁ ଆଗାମୀ ସମୟରେ ଆସିବାକୁ ଯାଉଥିବା ସମସ୍ୟା ବିଷୟରେ ଅନୁଭୂତ ହୋଇଥାଏ ସେମାନେ କିଛି ବିପଦ ଆସିବା ଆଗରୁ ଜାଣି ପାରନ୍ତି ଏବଂ ସତର୍କ ହୋଇ ଯାଆନ୍ତି । ସେହି ବ୍ୟକ୍ତିଙ୍କ ମଧ୍ୟରେ ଅଲୌକିକ ଶକ୍ତି ରହିଥାଏ ବୋଲି ଶ୍ରୀକୃଷ୍ଣ କହିଛନ୍ତି ।

୭ . ଯଦି କୌଣସି ବ୍ୟକ୍ତିକୁ କୌଣସି ସମୟରେ ଧୂପ ଦୀପ ନୈବେଦ୍ୟ ଏଭଳି ବାସ୍ନା ଅନୁଭୂତ ହୋଇଥାଏ , ଏହାର ଅର୍ଥ ତାର ଆଖପାଖରେ ଭଗବାନଙ୍କ ଅନୁପସ୍ଥିତି ରହିଛି ।

୮ . ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି ଏବଂ ଏହି ସମୟରେ ବ୍ୟକ୍ତି ବିଛଣା ଛାଡ଼ିବା ଉଚିତ ହୋଇଥାଏ । କାରଣ ଏହି ସମୟରେ ବାତାବରଣରେ ଅଲୌକିକ ଶକ୍ତିର ଉପସ୍ଥିତି ରହିଥାଏ । ଯଦି କୌଣସି ବ୍ୟକ୍ତିର ଆଖି ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ହିଁ ଖୋଲିଯାଏ ତେବେ ଏହା ଏକ ଅଲୌକିକ ଶକ୍ତିର ସଙ୍କେତ ଅଟେ । ଏଭଳି ଲୋକ ଜୀବନରେ କେବେବି ପରାଜିତ ହୁଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *