ବଡ଼ ଶୁକ୍ରବାର : ଘର ଦ୍ୱାରରୁ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦୂର ହୋଇଯିବ ପୁରା ବର୍ଷର ଦାରିଦ୍ର୍ୟତା

ପ୍ରତ୍ୟେକ ମନୁଷ୍ୟର ଧନ ପ୍ରାପ୍ତିର ଇଚ୍ଛା ରହିଥାଏ । କିନ୍ତୁ ଧନ ପ୍ରାପ୍ତି ପାଇଁ କିଛି ଲୋକ ଭଲ ରାସ୍ତା ଆପଣାଉ ଥିବା ବେଳେ ଆଉ କିଛି ଲୋକ ଖରାପ ରାସ୍ତା ଆପଣେଇ ଥାନ୍ତି । ଅନେକ ଲୋକ ଖରାପ ରାସ୍ତା କାରଣରୁ ମାତା ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହୁଅନ୍ତି । କିଛି ଲୋକ ପ୍ରଚୁର ଧନ ରୋଜଗାର କରିବା ସତ୍ତ୍ୱେବି ଧନ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ । କହିରଖିବୁ ଯେ ଜୀବନରେ ଧନ ପ୍ରାପ୍ତି କରିବା ଏବଂ ଧନର ସ୍ଥାୟୀ ବାସ ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ମାତା ଲକ୍ଷ୍ମୀଙ୍କୁ ସାଧରଣତଃ ଶୁକ୍ର ଗ୍ରହ ସହିତ ସଂଯୋଗ କରାଯାଇଥାଏ କାରଣ ଶୁକ୍ରଗ୍ରହ ସୁଖ ଶାନ୍ତିର ପ୍ରତୀକ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସହଜ ଉପାୟ ବିଷୟରେ କହିବୁ । ଏହିସବୁ ଉପାୟକୁ କଲେ ଘରକୁ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇଥାଏ ।

ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସକାଳୁ ଉଠି ସର୍ବପ୍ରଥମେ ଘରକୁ ଭଲଭାବରେ ଝାଡୁ କରି ପରିଷ୍କାର କରନ୍ତୁ । ଏହାପରେ ସ୍ନାନ କରି ଏକ ଲୋଟା ଜଳରେ ପେଶା ହଳଦୀ ମିଶାଇ ରଖି ଦିଅନ୍ତୁ । ଘରର ମନ୍ଦିରକୁ ସଫାସୁତୁରା କରି ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ଅଭିଷେକ କରନ୍ତୁ । ହଳଦୀ ମିଶା ଜଳ ଲୋଟାକୁ ଠାକୁର ଘରେ ରଖି ଗୋଟିଏ ଘିଅ ଦୀପ ଏବଂ ଗୋଟିଏ ଧୂପ ଜଳାଇ ଦିଅନ୍ତୁ ।

ଯଦି ଆପଣ ଦୀପକୁ ସିଧାସଳଖ ଭୂଇଁରେ ରଖନ୍ତି ତେବେ ତାହା ଅପୂର୍ଣ୍ଣ ହୋଇଥାଏ । ଦୀପ ତଳେ ଚାଉଳ କିମ୍ବା କପଡ଼ା ବିଛାଇ ପାରିବେ । ଏହାଦ୍ବାରା ପୂଜା ପୂର୍ଣ୍ଣ ହୋଇଥାଏ । ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ । ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ‘ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ‘ ମନ୍ତ୍ରକୁ ୨୧ ଥର ଜପ କରି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ଏହାପରେ ଇଷ୍ଟ ଦେବତାଙ୍କୁ ପୂଜା କରିବା ପରେ ହଳଦୀ ଲୋଟା ଜଳରୁ ଅଳ୍ପ ନେଇ ନିଜର ଦୁଇ ଆଖିରେ ଲଗାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏବଂ ଘରେ ସ୍ଥାୟୀ ବାସ କରିବାକୁ ପ୍ରାର୍ଥନା କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ଭରିଯାଏ ଏବଂ ଘରେ କୌଣସି ପ୍ରକାରର ଅଭାବ ହୁଏନାହିଁ । ବଳକା ହଳଦୀ ପାଣକୁ ପୁରା ଘରେ ସିଞ୍ଚି ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ଏବଂ ଘରେ ଧନ ମଧ୍ୟ ସ୍ଥାୟୀ ଭାବରେ ରହିଥାଏ । ଏହା ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହେବା ସହିତ ଘରୁ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ସେହି ଜଳକୁ ଶେଷରେ ଆପଣ ନିଜେ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରି ପାରିବେ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଶେଷରେ ବଳକା ଜଳକୁ କୌଣସି ପରିଷ୍କାର ଗଛର ମୂଳରେ ଢ଼ାଳି ଦିଅନ୍ତୁ ।

ଯଦି ପ୍ରତ୍ୟେକ ଦିନ କରିବା ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ଏହି ଉପାୟ ନିଶ୍ଚୟ କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବଦା ମାତାଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ । ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ମାତାଙ୍କୁ ଘିଅ ଦୀପ ଅର୍ପିତ କରି କୋମଳ ବୀଜ ମାଳା ଧରି ୧୦୮ ଥର ମାତା ଲକ୍ଷ୍ମୀଙ୍କ ନାମ ଜପ କରିବା ଉଚିତ । ମନ୍ତ୍ରଟି ହେଉଛି ” ଓଁ ଶ୍ରୀଂ ଶ୍ରୀଂ ମହାଲକ୍ଷ୍ମୈ , ଓଁ ଶ୍ରୀଂ ଶ୍ରୀଂ ନମଃ ” ।

ଏହି ମନ୍ତ୍ର ପ୍ରତ୍ୟେକ ଦିନ ଜପ କଲେ ଧନର ଦେବୀ ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ଏବଂ ଧନର ଅଭାବ ଦୂର ହୋଇଯାଏ ।ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ନେଇ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ପ୍ରତ୍ୟେକ ଶୁକ୍ରବାର ଏହି ଉପାୟ କରିବା ଦ୍ୱାରା ଘର ପରିବାର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହେ ।

Leave a Reply

Your email address will not be published. Required fields are marked *