ଏପ୍ରିଲ ୧ ବଡ଼ ଶନିବାର ” କାମଦା ଏକାଦଶୀ ” ଚୁପଚାପ ଏହି ତିନୋଟି ଜାଗାରେ ରଖି ଦିଅନ୍ତୁ ଲୁଣ । ଘରକୁ ଆସିବେ ମାତା ଲକ୍ଷ୍ମୀ

ମନୁଷ୍ୟ ଜୀବନରେ ଲୁଣର ଅନେକ ଖାସ ମହତ୍ତ୍ୱ ରହିଛି , ଯାହାକୁ ବିଭିନ୍ନ ଉପାୟରେ ଉପଯୋଗ କରାଯାଇଥାଏ । ଏହାସହିତ ଲୁଣ ମନୁଷ୍ୟର ଆୟୁଷ ମଧ୍ୟ ବଢ଼ାଇଥାଏ । ଲୁଣ ମନୁଷ୍ୟର ଆୟୁଷ ମଧ୍ୟ କମାଇ ଥାଏ । ଆମେ ଆପଣଙ୍କୁ ଲୁଣର ଉପଯୋଗ କରିବା ଦ୍ୱାରା କିଭଳି ଭାଗ୍ୟ ବଦଳାଇ ପାରିବେ ସେହି ବିଷୟରେ କହିବୁ । ଯଦି ଆପଣ ଘରର ଏକ କୋଣରେ ଏକ ପାତ୍ରରେ ଲୁଣ ରଖନ୍ତି ତେବେ ଏହାଦ୍ବାରା ଶୁକ୍ର ଗ୍ରହ ମଜବୁତ ହୋଇଥାଏ ଏବଂ ଘରୁ ନକରାତ୍ମକତା ଦୂର ହୋଇଥାଏ ।

ଲୁଣରୁ ଯେଉଁ କିରଣ ବାହାରି ଥାଏ ତାହା ସକାରାତ୍ମକ ହୋଇଥାଏ । ଚନ୍ଦ୍ର ଏବଂ ଶୁକ୍ର ଭଳି ଲୁଣ ରାହୁର କାରକ ମଧ୍ୟ ହୋଇଥାଏ । ତେଣୁ ଲୁଣକୁ ଷ୍ଟିଲ ପାତ୍ରରେ ରଖିବା ଉଚିତ ନୁହେଁ ବରଂ କାଚ ପାତ୍ରରେ ରଖିବା ଉତ୍ତମ ହୋଇଥାଏ । ଷ୍ଟିଲ ପାତ୍ରରେ ଲୁଣ ରଖିବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ଏବଂ ରୋଗ ଆସିଥାଏ ।

ଘରେ କାଚ ପାତ୍ରରେ ଲୁଣ ରଖିବା ଦ୍ୱାରା ସୂକ୍ଷ୍ମ ଜୀବାଣୁ ମଧ୍ୟ ନାଶ ହୋଇଥାଏ । ଏକ କାଚ ଗ୍ଲାସରେ ଲୁଣ ରଖି ଘରର ଏକ କୋଣରେ ରଖି ଲାଇଟ ଜଳାଇବା ଉଚିତ । ଏହା ରୋକ ସଲଟ ଲ୍ୟାମ୍ପ ଭଳି କାମ କରିଥାଏ । ମାତ୍ର ପନ୍ଦର ଦିନରେ ଥରେ ସେହି ଲୁଣକୁ ବଦଳାଇ ଦିଅନ୍ତୁ । ଆପଣ ଚାହିଁଲେ ମାର୍କେଟରୁ ରୋକ ସଲଟ ଲ୍ୟାମ୍ପ ଆଣି ମଧ୍ୟ ଘରେ ରଖି ପାରିବେ । ଲୁଣକୁ କାହାକୁ ହାତରେ ଦେବା ଉଚିତ ନୁହେଁ ତେବେ ତାହା ଖୋଲା ହେଉ କିମ୍ବା ପ୍ୟାକେଟ ହେଉ ।

ଆପଣ ଅନ୍ୟ ବ୍ୟକ୍ତିକୁ ନିଜେ ନେବାକୁ କହି ପାରିବେ । ହାତରେ ଲୁଣ ଦେଲେ କିମ୍ବା ନେଲେ ସମ୍ବନ୍ଧ ଖରାପ ହେବା ସହିତ ଭାଗ୍ୟ କିମ୍ବା ଦୁର୍ଭାଗ୍ୟ ଏବଂ ଚନ୍ଦ୍ରମା ଅନ୍ୟତ୍ର ଅର୍ଥାତ ଅନ୍ୟ ବ୍ୟକ୍ତି ପାଖକୁ ଚାଲିଯାଏ । ଯଦି ଘରେ ଶନି ରାହୁ କେତୁ ଦୋଷ ରହିଛି ତେବେ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଘରର ଦ୍ୱାରରେ ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଏସବୁ ସମସ୍ୟା ଦୂର ହୋଇଥାଏ ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଘର ଉପରେ , ବ୍ୟବସାୟ କିମ୍ବା ଚାକିରୀ କ୍ଷେତ୍ରରେ କେହି କିଛି କରି ଦେଇଛି କିମ୍ବା କାହାରି ନଜର ଦୋଷ ଲାଗିଛି ତେବେ ଆପଣ ଲୁଣର ଏହି ପ୍ରୟୋଗ ଦ୍ୱାରା ମଧ୍ୟ ଏହାକୁ ଦୂର କରି ପାରିବେ । ଆପଣ ଲୁଣ ରଖିବା ସହିତ ଯଦି ସେଥିରେ ଦୁଇଟି ଲବଙ୍ଗ ପକାଇ ରଖନ୍ତି ତେବେ ଘରକୁ ଧନର ଆଗମନ ହୋଇଥାଏ ଏବଂ ଘରେ ଉନ୍ନତି ହୋଇଥାଏ ।

ଲୁଣରେ ଲବଙ୍ଗ ପକାଇ ରଖିଲେ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ଏକ କାଚ ଗ୍ଲାସରେ ପାଣିରେ ଲୁଣ ମିଶାଇ ଘରର ନୈରୁତ୍ୱ କୋଣରେ ମଧ୍ୟ ରଖି ପାରିବେ । ଏହାର ପଛରେ ଏକ ନାଲି ଲାଇଟ ଲଗାଇ ପାରିବେ । ଏହା ରୋକ ସଲଟ ଲ୍ୟାମ୍ପ ଭଳି କାମ କରିଥାଏ । ଏହାକୁ ସମୟ ସମୟରେ ବଦଳାଇ ଦିଅନ୍ତୁ ।

ଘରୁ ଧନ ସମସ୍ୟା ଦୂର କରିବା ପାଇଁ ସପ୍ତାହରେ ଅତିକମରେ ଗୋଟିଏ ଦିନ ଲୁଣ ମିଶା ପାଣିରେ ପୋଛା ମାରିବା ଉଚିତ । ଏହାଦ୍ବାରା ଘରୁ ନକରାତ୍ମକ ମଧ୍ୟ ଦୂର ହୋଇଥାଏ । ସାତୋଟି ଦାନା ରାଇ ନାଲି ଲଙ୍କା ଏବଂ କିଛି ଲୁଣ ନେଇ ଯଦି ନଜର ଦୋଷ ସମସ୍ୟା ଥିବା ପିଲାର ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଜଳରେ ଭସାଇ ଦିଅନ୍ତି ତେବେ ନଜର ଦୋଷ ସମସ୍ୟା ଦୂର ହୋଇଥାଏ । ଏହି ଉପାୟକୁ ବାମ ହାତରେ କରନ୍ତୁ ।

ଆପଣ ଚାହିଁଲେ ଶୁଖିଲା ଲଙ୍କା ରାଇ ପିଆଜ ଚୋପା ଏବଂ ଲୁଣକୁ ଉତାରି ଗୋବର ଟେଳାରେ ଜଳାଇ ଦିଅନ୍ତୁ । ଦେଖିବେ ନଜର ସମସ୍ୟା ଦୂର ହୋଇଯିବ । ଅତି ସଧାରଣ ଉପାୟ ଅନୁଯାୟୀ ମନ ବିଚଳିତ ହେଉଥିଲେ କିମ୍ବା ନଜର ସମସ୍ୟା ଥିଲେ ହାତରେ ଏକ ମୁଠା ଲୁଣ ନେଇ ନିଜ ଉପର ଦେଇ ଓଲଟା ତିନି ଥର ବୁଲାଇ ବେସିନରେ ଫ୍ଲସ କରି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *