କାମଦା ଏକାଦଶୀ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଗୋଟେ ଜିନିଷ, ତାପରେ ଦେଖନ୍ତୁ ଚମତ୍କାର। ଆପଣଙ୍କର ଜନ୍ମ ଜନ୍ମର ଦାରିଦ୍ର୍ୟତା ଦୂର ହୋଇଯିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଏକାଦଶୀ ବ୍ରତ ସବୁଠାରୁ ଉତ୍ତମ ମାନା ଯାଇଛି। ଏହି ବ୍ରତ ପାଳନ କରିବା ଦ୍ୱାରା ଜୀବନରେ ଐଶ୍ୱର୍ଯ୍ୟ, ଭୌତିକ ସୁଖ, ଶାନ୍ତି ପ୍ରାପ୍ତ ହୋଇଥାଏ।ଏହି ବ୍ରତ ପାଳନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗୋମାତା ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟ ବିଷୟରେ।

ହିନ୍ଦୁ ଧର୍ମରେ କୁହାଯାଇଛି କି, ଗାଈର ସେବା ନିଶ୍ୱର୍ଥ ଭାବରେ କଲେ, ଶୁଭ ଫଳ ପ୍ରାପ୍ତ ହୋଇଥାଏ। ସନାତନ ଧର୍ମରେ ଗାଈକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଛି। କୁହାଯାଏ କି ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାନ୍ତି। ତେଣୁ ଗାଈର ସଠିକ ରୂପରେ ସେବା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଏହାସହିତ ମାଆ ଲକ୍ଷ୍ମୀ ସେହି ଘରେ। ବାସ କରିଥାନ୍ତି।

କହିବାକୁ ଗଲେ ସହରରେ ଗାଈ ପାଳନ ସମ୍ଭବ ନଥିଲେ ମଧ୍ୟ ଲୋକେ ଗାଈକୁ ରୁଟି, ଭାତ, ଚାରା ଆଦି ଖାଇବାକୁ ଦିଅନ୍ତି। ଶାସ୍ତ୍ରରେ ଗାଈକୁ ଗୁରୁ ଗ୍ରହ ସହିତ ଯୋଡା ଯାଇଥାଏ। ଯଦି ଆପଣଙ୍କର ଆର୍ଥିକ ମାନ୍ଦାବସ୍ଥା ଚାଲିଛି, ତାହେଲେ ଗୁରୁବାର ଦିନ ଗାଈକୁ ଗୋଟେ ରୁଟି ସହିତ ଅଳ୍ପ ହଳଦୀ ଲଗାଇ ଖାଇବକୁ ଦିଅନ୍ତୁ। ଯଦି ଆପଣ ଶାରୀରିକ ରୂପରେ ଅସୁସ୍ଥ ଅଛନ୍ତି ବା ମାନସିକ ଚିନ୍ତାରେ ବୁଡି ରହିଛନ୍ତି, ତାହେଲେ ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ।

ଗାଈକୁ କେବେବି ପଚା ସଢ଼ା ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ। ଗାଈ ସେହି ଯୋନିର ଅଟେ, ଯେଉଁଠାରେ ଆତ୍ମା ବିଶ୍ରାମ କରିଥାଏ। ଅଧିକାଂଶ ଲୋକେ ଗାଈକୁ ଅଇଁଠା ଖାଦ୍ୟ ଦେଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। ଗାଈକୁ ପରିବାର ଲୋକେ ଖାଉଥିବା ଶୁଦ୍ଧ ଖାଦ୍ୟ ଖାଇବାକୁ ଦେବା ଉଚିତ। ପ୍ରତ୍ୟେକଦିନ ଘରକୁ ଆସୁଥିବା ଗାଈକୁ ଖାଇବାକୁ ଦେଲେ, ଜନ୍ମ ଜନ୍ମର ପାପ ନଷ୍ଟ ହୋଇ ଯାଇଥାଏ। ଯଦି ଆପଣ ଜୀବନରେ ଅଳ୍ପ ପରିଶ୍ରମରେ ସଫଳତା ପାଇବାକୁ ଚାହୁଁଛନ୍ତି, ତାହେଲେ ଧଳା ଗାଈକୁ ରୁଟି ଖାଇବାକୁ ଦେଇ ପ୍ରଣାମ କରନ୍ତୁ ଏବଂ ଗାଈର କାନ ପାଖରେ ନିଜ ମନର ଅଭିଳାଷା ବ୍ୟକ୍ତ କରନ୍ତୁ। ଦେଖିବେ ଆପଣଙ୍କର ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହୋଇଯିବ।

Leave a Reply

Your email address will not be published. Required fields are marked *