ମନୀପ୍ଲାଣ୍ଟରେ ଭୁଲରେ ବି ଘରର ଏହି ଜଳ ଚଢାନ୍ତୁ ନାହିଁ । ଘରକୁ ଆସିବ ଦୁର୍ଭାଗ୍ୟ ଏବଂ ହୋଇଯିବେ ପୁରା କାଙ୍ଗାଳ

ମନୀ ପ୍ଲାଣ୍ଟ ଗଛକୁ ନେଇ ଏହି ମାନ୍ୟତା ରହିଛି ଯେ ଏହାକୁ ଘରେ ଲଗାଇଲେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ମନୀ ପ୍ଲାଣ୍ଟ ଘରେ ରଖିଲେ କିଛି ବିଶେଷ ବାସ୍ତୁ ନିୟମର ପାଳନ କରିବା ଉଚିତ ନଚେତ ଏହା ବିପରୀତ ଫଳ ଦେଇଥାଏ । ଯାହାଦ୍ୱାରା ଘରୁ ଧନ ହାନୀ ଏବଂ ଦୁର୍ଭାଗ୍ୟ ଆସିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମନୀ ପ୍ଲାଣ୍ଟକୁ ଘରେ ରଖିବାର ଉଚିତ ନିୟମ ବିଷୟରେ କହିବୁ ।

ମନୀ ପ୍ଲାଣ୍ଟକୁ ସାଧରଣତଃ ଦକ୍ଷିଣ ପୂର୍ବ ଦିଗ ଅର୍ଥାତ ଆଗ୍ନେୟ ଦିଗରେ ରଖିବା ଶୁଭ ହୋଇଥାଏ । ଏହାଦ୍ବାରା ଘରକୁ ସକାରାତ୍ମକତା ଆସିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମନୀ ପ୍ଲାଣ୍ଟକୁ ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରୁ ଧନର ନାଶ ହୋଇଥାଏ ।

ମନୀ ପ୍ଲାଣ୍ଟ ଲଗାଇବା ଦ୍ୱାରା ମଙ୍ଗଳ ଏବଂ ଶୁକ୍ର ଉଭୟ ମଜବୁତ ହୋଇଥାଏ ଏବଂ ସର୍ବଦା ମନୀ ପ୍ଲାଣ୍ଟକୁ କୌଣସି ସାହାରା ଦେଇ ଉପର ଦିଗକୁ ବଢ଼ିବାକୁ ଦେବା ଉଚିତ । ମନୀ ପ୍ଲାଣ୍ଟକୁ କାହାକୁ ଉପହାର ସ୍ୱରୂପ ଦେବା ଉଚିତ ନୁହେଁ କିମ୍ବା ଏହାକୁ କେବେବି ଘର ବାହାରେ ଲଗାଇବା ଶୁଭ ହୋଇ ନଥାଏ । ମନୀ ପ୍ଲାଣ୍ଟକୁ ସର୍ବଦା ଘର ଭିତରେ ଲଗାଇବା ଉଚିତ । ମନୀ ପ୍ଲାଣ୍ଟକୁ ବଜାରରୁ ଆଣି ଘରେ ଲଗାନ୍ତୁ ନାହିଁ ।

ଏହି ଗଛକୁ ପୂର୍ବରୁ ହିଁ ସେହି ବ୍ୟକ୍ତି ଘରୁ ଚୋରି କରି ଆଣନ୍ତୁ ଯିଏକି ପୂର୍ବରୁ ହିଁ ଧନୀ ଏବଂ ସମୃଦ୍ଧ ହୋଇଥିବ । ମନୀ ପ୍ଲାଣ୍ଟର ଉପର ଅଂଶରୁ ଛିଡ଼ାଇ ଆଣି ଘରେ କୌଣସି ଗାଉଁଲା କିମ୍ବା ବୋତଲରେ ଲଗାଇ ଦିଅନ୍ତୁ । ମାତ୍ର ଧ୍ୟାନ ଦେବେ ଯେପରି ସେହି ଅଂଶ ସବୁଜ ଏବଂ ଭରପୁର ହୋଇଥିବ ।

ମନୀ ପ୍ଲାଣ୍ଟ ଶୁକ୍ରବାର କିମ୍ବା ବୁଧବାର ଦିନ ଲଗାଇବା ଉତ୍ତମ ହୋଇଥାଏ । ମନୀ ପ୍ଲାଣ୍ଟକୁ କୌଣସି ବୋତଲରେ ଲଗାଇଲେ ତାହା ଉପରେ ଏକ ନାଲି ଫିତା କିମ୍ବା ସୂତା ବାନ୍ଧି ଦିଅନ୍ତୁ ଯେପରି ତାହାର ଚେର ବାହାରକୁ ଦୃଶ୍ୟମାନ ହେବନ ନାହିଁ । ଶୁକ୍ରବାର ଦିନ ମନୀ ପ୍ଲାଣ୍ଟ ଲଗାଇଲେ ଧନର ବ୍ୟୟ ହୁଏନାହିଁ । ଏହାଦ୍ବାରା ବ୍ୟବସାୟରେ ମଧ୍ୟ ଉନ୍ନତି ଆସିଥାଏ । ଏହାକୁ ଆପଣ ବୁଧବାର ଦିନ ମଧ୍ୟ ଲଗାଇ ପାରିବେ । ଗୋଟିଏ ଘରେ ଆପଣ ଏକାଧିକ ମନୀ ପ୍ଲାଣ୍ଟ ଲଗାଇ ପାରିବେ ।

ମନୀ ପ୍ଲାଣ୍ଟରେ ପ୍ରତ୍ୟେକ ଦିନ କିଛି ବୁନ୍ଦା କ୍ଷୀର ମଧ୍ୟ ଦେଇ ଦିଅନ୍ତୁ । ଏହାଦ୍ବାରା ଧନରେ ଅପାର ବୃଦ୍ଧି ହୋଇଥାଏ । ମନୀ ପ୍ଲାଣ୍ଟର ପତ୍ର ହଳଦିଆ ପଡ଼ି ଗଲେ ତାହା କୌଣସି ବିପଦ ଦିଗରେ ସୂଚିତ କରିଥାଏ । ତେଣୁ ଏପରି ସେହି ଘରେ ହୋଇଥାଏ ଯେଉଁ ଘରେ ମନୀ ପ୍ଲାଣ୍ଟର ଯତ୍ନ ନିଆଯାଏ ନାହିଁ । ତେଣୁ ମନୀ ପ୍ଲାଣ୍ଟର ବିଶେଷ ଧ୍ୟାନ ନେବା ଉଚିତ । ମନୀ ପ୍ଲାଣ୍ଟରେ ସର୍ବଦା ପରିଷ୍କାର ଏବଂ ପିଇବା ଉପଯୋଗୀ ପାଣି ଦେବା ଉଚିତ ।

ପାଣିରେ ଆଳୁ ରସ ମିଶାଇ ମନୀ ପ୍ଲାଣ୍ଟରେ ଦେଲେ ଗଛ ଆହୁରି ସବୁଜ ଏବଂ ଭରପୁର ହୋଇଥାଏ । ମନୀ ପ୍ଲାଣ୍ଟ ଯେତେ ସବୁଜ ଏବଂ ଭରପୁର ହେବ ସେହି ଘରକୁ ଧନ ସେତେ ଆକର୍ଷିତ ହେବ । ମହିଳା ମାନଙ୍କର ମାସିକ ଧର୍ମ ସମୟରେ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ । ମନୀ ପ୍ଲାଣ୍ଟ ଲଗାଇଥିବା ମୂଳ ପାଖରେ ମାଟିରେ ଏକ ମୁଦ୍ରା ପୋତି ଦିଅନ୍ତୁ । ଏହାଦ୍ବାରା ଧନ ଆକର୍ଷିତ ହେବ ।

ସାଧରଣତଃ ମନୀ ପ୍ଲାଣ୍ଟ ଘରେ , ଅଫିସରେ ଏବଂ ବ୍ୟବସାୟ ସ୍ଥାନରେ ରଖିଲେ ତାହା ଆଖିକୁ ଆରାମ ଦେଉଥିବା ସହିତ ଆର୍ଥିକ ଦୃଢ଼ତା ମଧ୍ୟ ଆଣିଥାଏ । ମନୀ ପ୍ଲାଣ୍ଟ ଶୁକ୍ରର ପ୍ରତୀକ ହୋଇଥିବାରୁ ଏହାକୁ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ଯଦି ମନୀ ପ୍ଲାଣ୍ଟରେ କିଛି ପତ୍ର ହଳଦିଆ ପଡ଼ିଛି ତେବେ ସେହି ପତ୍ର ଗୁଡିକୁ ହଟାଇ ଦିଅନ୍ତୁ , ମାତ୍ର ଯଦି ସବୁ ପତ୍ର ହଳଦିଆ ପଡ଼ିଛି ତେବେ ସେହି ପୁରା ଗଛକୁ ହିଁ ହଟାଇ ଦିଅନ୍ତୁ । ନଚେତ ଏହାଦ୍ବାରା ଘର ଉପରକୁ ବିପଦ ଆସିଥାଏ ।

Leave a Reply

Your email address will not be published. Required fields are marked *