ଗୋଟିଏ ପତ୍ର – କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା,ଚର୍ମରୋଗ ୧୦୦୦ ପ୍ରକାର ରୋଗ ଭଲ କରେ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ବହୁତ ସାଧାରଣ ପତ୍ରର ପ୍ରୟୋଗ ଓ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ପତ୍ରକୁ ଆପଣ ନିଜ ଘର ବଗିଚା ଆଦିରେ ଦେଖି ଥିବେ। ହୁଏତ ଆପଣ ଏହି ପତ୍ରର ଉପକାରିତା ନ ଜାଣି ଏହାକୁ ଫୋପାଡି ଦେଇଥିବେ। ତେବେ ଆସନ୍ତୁ ଆଜି ସେହି ପତ୍ର ବିଷୟରେ ବିସ୍ତାର ରୂପରେ ଜାଣିବା, ଯାହାକୁ ପ୍ରୟୋଗ କରି ଆପଣ ନିରୋଗ ରହି ପାରିବେ।

କହିବାକୁ ଗଲେ , ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକେ ନିଜ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ରୂପରେ ବିଗାଡି ଦେଉଛନ୍ତି। ଯାହାଫଳରେ ଅନେକ ରୋଗ ଶରୀରକୁ ମାଡି ବସୁଛି। ଆପଣ ମାନେ ଦେଖିଥିବେ କି ମଧୁମେହ ରୋଗ ହୋଇଥିବା ଲୋକେ କଲରା, ସଦାବିହାରି ଗଛର ପତ୍ର ଆଦିର ରସକୁ ସେବନ କରି ଥାନ୍ତି। କିନ୍ତୁ କହିବାକୁ ଗଲେ ପ୍ରତ୍ୟେକ ଗଛରେ ଯେଉଁ ଫଳ ହୋଇଥାଏ, ସେହି ଫଳ ମଧ୍ୟରେ ସୁଗାର ରହିଥାଏ। ବିଶେଷ ରୂପରେ କହିବାକୁ ଗଲେ ପ୍ରତ୍ୟେକ ଫଳ ଓ ପନିପରିବାରେ ଶର୍କରା ରହିଥାଏ।

ତେବେ ମଧୁମେହ ରୋଗୀ ଯେତେ ନିମ ପତ୍ର ଚୋବାଇଲେ ମଧ୍ୟ ମଧୁମେହ ରୋଗ ଠିକ୍ ହୋଇ ନଥାଏ। କାରଣ ଏହା ଏକ ଜୀବନଶୈଳୀର ରୋଗ। ତେବେ ଆଜି ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟରେ କହିବାକୁ ଯାଉଛୁ, ତାହା ଆପଣଙ୍କ ଶରୀର ପାଇଁ ବହୁତ ଉପଯୋଗୀ ଅଟେ। ତେବେ ଚାଲନ୍ତୁ ଅମରପୋଇ ପତ୍ରର ଉପକାରିତା ବିଷୟରେ ଜାଣିବା। ଏହି ଗଛ ବହୁତ ଉପକାରୀ ଅଟେ। ଏହି ଗଛର ପତ୍ରକୁ ଯଦି ଆପଣ ମାଟିରେ ପୋତି ଦିଅନ୍ତି, ତାହେଲେ ଏହା ଗଛ ହୋଇଯିବ।

ଚାରି ବା ପାଞ୍ଚଟି ପତ୍ରକୁ ଆଣି ଏହାକୁ ଭଲଭାବରେ ଧୋଇ ନିଅନ୍ତୁ ଏବଂ ଶିଳରେ ରଖି ଛେଚି ନିଅନ୍ତୁ। ଏହାର ରସକୁ ଆପଣ କାଢ଼ା ଭାବରେ ସେବନ କରି ପାରିବେ। ଏହି ପତ୍ରର ରସକୁ ପ୍ରୟୋଗ କରି ଆପଣ କିଡନୀ ସମସ୍ୟାରୁ ମଧ୍ୟ ମୁକ୍ତି ପାଇ ପାରିବେ। ଯଦି ଆପଣଙ୍କ ଆଖିରୁ ବାରମ୍ବାର ପାଣି ବହୁଛି, ତାହେଲେ ଏହି ପତ୍ରର ରସକୁ ଆଖି ଚାରି ପଟରେ ଦେଇ ଦିଅନ୍ତୁ। ଦେଖିବେ ଆପଣଙ୍କ ଆଖିରୁ ପାଣି ଝରିବ ନାହିଁ। ଏବେ ଆସନ୍ତୁ ଜାଣିବା ଯଦି କୌଣସି ବ୍ୟକ୍ତିଙ୍କୁ ଷ୍ଟୋନ ହୋଇଛି ରହିଲେ ଏହି ପତ୍ରକୁ କିପରି ବ୍ୟବହାର କରିବେ।

ଅମରପୋଇ ପତ୍ର ଚାରୋଟି ନିଅନ୍ତୁ ଏବଂ ଗୋଟେ ଗ୍ଲାସ ପାଣି ଦେଇ ଫୁଟାନ୍ତୁ। ତାପରେ ଏହାକୁ ଛାଣି ସପ୍ତାହରେ ଲେ ତିନି ଦିନ ଦୁଇ ଥର ଲେଖାଏଁ ସକାଳ ଓ ସନ୍ଧ୍ୟାରେ ସେବନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଖୁବ୍ ଅଳ୍ପ ଦିନ ମଧ୍ୟରେ ଷ୍ଟୋନ ଭଳି ସମସ୍ୟାରୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *