ବଡ଼ ଗୁରୁବାର : ଏକ ଚିମୁଟା ହଳଦୀ ପ୍ରୟୋଗ ସହିତ କହି ଦିଅନ୍ତୁ ବାସ ଗୋଟିଏ ଶବ୍ଦ । ସ୍ୱୟଂ ମାତା ଲକ୍ଷ୍ମୀଙ୍କ ଅନୁଯାୟୀ ଘରକୁ ଆସିବ ପ୍ରଚୁର ଟଙ୍କା ।

ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କ ବାର ଅଟେ । ଗୁରୁ ଗ୍ରହ ମଜବୁତ ରହିଲେ ଜୀବନରେ ସୁଖ ସମୃଦ୍ଧି ଏବଂ ଖୁସି ବଜାୟ ରହିଥାଏ । ଗୁରୁଗ୍ରହ ସହିତ ହଳଦୀର ମଧ୍ୟ ସଂଯୋଗ ରହିଛି । ତେଣୁ ଏହିଦିନ ହଳଦୀକୁ ଉପଯୋଗ କରି କିଛି ଖାସ ଉପାୟ କଲେ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ହଳଦୀ ଏକ ବିଶେଷ ପ୍ରକାରର ଔଷଧି ମଧ୍ୟ ଅଟେ ଯାହାକି ଅନେକ ରୋଗରୁ ମୁକ୍ତ କରିଥାଏ ।

ଏହାବ୍ୟତୀତ ଏହାର ଅନେକ ଦୈବ୍ୟ ଗୁଣ ରହିଛି ଯାହାକି ନଜର ଦୋଷ , ସନ୍ତାନ ପ୍ରାପ୍ତି ଏବଂ ସଫଳତା ଦିଗରେ ସହାୟକ ହୋଇଥାଏ । ବିବାହରେ ବର ବଧୂଙ୍କୁ ହଳଦୀ ଲଗାଇବା ପଛରେ ମଧ୍ୟ ଏହି ମହତ୍ତ୍ୱ ରହିଛି । ଏହାଦ୍ବାରା ଖରାପ ନଜରରୁ ମୁକ୍ତି ମିଳିଥାଏ । ପୂଜା ସମୟରେ ବେକରେ କିମ୍ବା ହାତରେ ହଳଦୀ ଟୀକା ଲଗାଇଲେ ବୃହସ୍ପତି ମଜବୁତ ହୋଇଥାଏ ଏବଂ ବାଣୀରେ ଦୃଢ଼ତା ମଧ୍ୟ ଆସିଥାଏ ।

ହଳଦୀ କାରଣରୁ ଜୀବନରେ ସମ୍ପନ୍ନତା ଆସିଥାଏ ଏବଂ ଜୀବନରେ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ହଳଦୀ ମିଶା ଜଳରେ ଅର୍ଘ୍ୟ ଦେଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଯଦି ଆପଣଙ୍କ ଭାଗ୍ୟ ସାଥ ଦେଉନାହିଁ ଏବଂ ବ୍ୟାପାର ବାଣିଜ୍ୟରେ କ୍ଷତି ହେଉଛି ତେବେ ଏହା ମଧ୍ୟ ଗୁରୁଗ୍ରହ ଦୁର୍ବଳ କାରଣରୁ ହେଉଛି । ଏଥିପାଇଁ ମଧ୍ୟ ହଳଦୀର ପ୍ରୟୋଗ କରିବା ଉଚିତ ।

ଘର ବାହାରେ ପ୍ରତ୍ୟେକ ଦିନ ହଳଦୀ ରେଖା ଟାଣିବା ଉଚିତ ଯାହାଦ୍ୱାରା ଘରକି ନକରାତ୍ମକ ଶକ୍ତିର ପ୍ରବେଶ ହୋଇ ପାରିବ ନାହିଁ । ଯଦି ଆପଣଙ୍କୁ କ୍ୟାନ୍ସର ଭଳି କୌଣସି ଗମ୍ଭୀର ରୋଗ ହୋଇଛି ତେବେ ପେଶା ହଳଦୀ ଦାନ କଲେ ଏଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ପ୍ରତ୍ୟେକ ଦିନ ମଥାରେ ହଳଦୀ ଟୀକା ଲଗାଇବା ସହିତ ଏକ ହଳଦିଆ କପଡ଼ାରେ ହଳଦୀ ଗଣ୍ଠିକୁ ବାନ୍ଧି ବାହୁରେ ଧାରଣ କରନ୍ତୁ ।

ଏହା ପୋଖରାଜ ଭଳି ହିଁ କାମ କରିଥାଏ ଏବଂ ନକରାତ୍ମକତାକୁ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କର କ୍ୟାରିଅର ଜନିତ ସମସ୍ୟା କିମ୍ବା ଆପଣଙ୍କ ଉପରେ ନକରାତ୍ମକତାର ପ୍ରଭାବ ରହିଛି ତେବେ ପ୍ରତ୍ୟେକ ଦିନ ହଳଦୀ ତିଳକ ଲଗାଇବା ସହିତ ସ୍ନାନ କରୁଥିବା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂର ହେବା ସହିତ ଚାକିରୀ କିମ୍ବା ବ୍ୟବସାୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଛି ତେବେ ପ୍ରତ୍ୟେକ ଦିନ ଘରର ବାହାର କାନ୍ଥରେ କିମ୍ବା ଗେଟରେ ହଳଦୀ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘରେ ଥିବା ନକରାତ୍ମକତା ଦୂରେଇ ଯିବ । ନିଜର ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ପ୍ରତ୍ୟେକ ଦିନ ଏକ ଲୋଟା ଜଳରେ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଏହାପରେ ଲୋଟାରେ ଲାଗିଥିବା ହଲଦୀକୁ ମସ୍ତକରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ବିବାହ ଜନିତ ସମସ୍ୟା ସବୁ ଦୂରେଇ ଯିବ ।

ଯଦି ଆପଣ ନିଜ ଘରେ ମାତା ଲକ୍ଷ୍ମୀଙ୍କ ସର୍ବଦା ଉପସ୍ଥିତି ଚାହୁଁଛନ୍ତି ତେବେ ପାଣିରେ ହଳଦୀ ମିଶାଇ ପ୍ରତ୍ୟେକ ଦିନ ପୁରା ଘରେ ସିଞ୍ଚି ଦିଅନ୍ତୁ । ଅଳ୍ପ ପାଣିରେ ଗଙ୍ଗା ଜଳ ମିଶାଇ ଏକ ଚିମୁଟା ହଳଦୀ ମିଶାଇ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏପରି ଯଦି ଆପଣ ପ୍ରତ୍ୟେକ ଗୁରୁବାର କରନ୍ତି ତେବେ ଅତ୍ୟନ୍ତ ଶୁଭ ପ୍ରଭାବ ପ୍ରାପ୍ତ ହେବ । ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବଜାୟ ରହିବ । ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଶୁକ୍ରବାର ଦିନ ଏକ ପ୍ଲେନ କାଗଜ ଉପରେ ହଳଦୀରେ ନିଜ ଅନାମିକା ଆଙ୍ଗୁଠି ଯୋଗେ ଶ୍ରୀଙ୍ଗ ଲେଖି ଦିଅନ୍ତୁ ।

ତାହାକୁ ମାତା ଲକ୍ଷ୍ମୀଙ୍କ ସହିତ ପୂଜା କରି ଘରେ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାକୁ ନିଜ ପର୍ସରେ ମଧ୍ୟ ରଖି ପାରିବେ । ତାହାକୁ ପ୍ରତ୍ୟେକ ବୃହସ୍ପତି ବାର କିମ୍ବା ଗୋଟିଏ ଦୁଇଟି ବୃହସ୍ପତି ବାରରେ ବଦଳାଇ ଦିଅନ୍ତୁ । ସେହି କାଗଜକୁ ପୂଜା କରି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ବହୁତ ଜଲଦି ଆପଣଙ୍କୁ ଅତ୍ୟନ୍ତ ଲାଭ ମିଳିବ । ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ ।

Leave a Reply

Your email address will not be published. Required fields are marked *