ଆଣ୍ଠୁ ଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ସମସ୍ୟା ଥିଲେ କରି ନିଅନ୍ତୁ ଏହି ଘରୋଇ ଚମତ୍କାରି ଉପଚାର । ବହୁତ ଜଲଦି ମିଳିବ ଫାଇଦା ।

ସାଧରଣତଃ ବର୍ତ୍ତମାନ ସମୟରେ ୯୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଠୁ ଗଣ୍ଠି ଅଣ୍ଟା ଯନ୍ତ୍ରଣା ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ଅନେକ ଲୋକ ଚିନ୍ତିତ ରହନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ । ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ଅଣ୍ଟା ଯନ୍ତ୍ରଣା ଜନିତ ସବୁ ସମସ୍ୟା ଦୂରେଇ ଯିବ ।

ବିଶେଷ କରି ୩୦ କିମ୍ବା ୩୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ ଏହି ଯନ୍ତ୍ରଣା ଜନିତ ସମସ୍ୟା ଦେଖା ଦେଇଥାଏ । ଯାହାର ପ୍ରଥମ କାରଣ ହେଉଛି ଅନିୟମିତ ଖାଦ୍ୟଭ୍ୟାସ ଏବଂ ଜୀବନଚର୍ଯା । ପରିବର୍ତ୍ତିତ ଖାଦ୍ୟ ପ୍ରଣାଳୀ , ପ୍ରଦୂଷଣ କାରଣରୁ ବିଭିନ୍ନ ରୋଗ ମଧ୍ୟ ଏହିସବୁ ସମସ୍ୟାର କାରଣ ହୋଇଥାଏ ।

ପ୍ରାୟତଃ ଆଜିକାଲି ଛୋଟ ପିଲାଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଉଛି । ମାତ୍ର ଏଥିରୁ ପ୍ରତିକାର ପାଇଁ ଆପଣ ଏକ ଅତି ସହଜ ଉପାୟ ଆପଣେଇ ପାରିବେ । ଯାହାଦ୍ୱାରା ଖୁବ ଶୀଘ୍ର ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯିବ । ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଅଟେ କିଛି ଅଦା , କ୍ଷୀର , ସୋରିଷ ତେଲ ଏବଂ ସୁଣ୍ଠି । ପ୍ରାୟତଃ ସବୁ ଘରେ ଏହି ଚାରୋଟି ଜିନିଷ ଅତି ସହଜରେ ମିଳିଯିବ । ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଖଣ୍ଡେ ଅଦା ନିଅନ୍ତୁ । ଅଦାକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଅଦା ପେଷ୍ଟ ବନାଇ ସାରିବା ପରେ କିଛି ସୋରିଷ ତେଲ ନିଅନ୍ତୁ ।

ସୋରିଷ ତେଲକୁ ହାଲୁକା ଗରମ କରି ଦିଅନ୍ତୁ । ବର୍ତ୍ତମାନ ଏକ ପାତ୍ରରେ ଉଷୁମ ସୋରିଷ ତେଲ ନେଇ ସେଥିରେ ପେଷ୍ଟ କରିଥିବା ଅଦାକୁ ମିଶାଇ ଦିଅନ୍ତୁ । ପାଖାପାଖି ଦେଢ଼ ଚାମଚ ଅଦା ସେହି ଉଷୁମ ସୋରିଷ ତେଲରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ ଯେଉଁ ସ୍ଥାନରେ ଗଣ୍ଠି ଏବଂ ଆଣ୍ଠୁ ଗଣ୍ଠି ଅଣ୍ଟା ବ୍ୟଥା ସ୍ଥାନରେ ଭଲଭାବରେ ଲଗାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ଲଗାଇ ଏକ ସୂତା କପଡ଼ାରେ ଭଲ ଭାବରେ ବାନ୍ଧି ଦିଅନ୍ତୁ ।

ଦେଖିବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ଅଣ୍ଟା ବିନ୍ଧା ସମସ୍ୟା ଦୂରେଇ ଯିବ । ଏହି ଉପାୟ କରିବାର ମାତ୍ର ଅଧାଘଣ୍ଟାରୁ ୪୫ ମିନିଟ ମଧ୍ୟରେ ହିଁ ଆରାମ ଅନୁଭୂତ ହେବ । ଆପଣ ରାତିରେ ଶୋଇବା ବେଲେ ମଧ୍ୟ ଏହା କରି ପାରିବେ । ପାଖାପାଖି ଅଧା ଘଣ୍ଟାରୁ ଏକ ଘଣ୍ଟା ଏହି ପେଷ୍ଟକୁ ସେହିଭଳି ଲାଗି ରହିବାକୁ ଦିଅନ୍ତୁ ।

ଏହାପରେ କ୍ଷୀରକୁ ଗରମ କରି ନିଅନ୍ତୁ । ତାପରେ ତାକୁ ଉଷୁମ ହେବାକୁ ଛାଡ଼ି ଦିଅନ୍ତୁ । ବର୍ତ୍ତମାନ ଉଷୁମ କ୍ଷୀରରେ ଅଧା ଚାମଚ ସୁଣ୍ଠି ମିଶାଇ ଦିଅନ୍ତୁ । ସାଧରଣତଃ ଶୁଖିଲା ଅଦାକୁ ହିଁ ସୁଣ୍ଠି କୁହାଯାଏ ଏବଂ ଆପଣ ଏହାକୁ ସହଜରେ କୌଣସି ଦୋକାନରୁ ପାଇଯିବେ । ସୁଣ୍ଠିର ସେବନ ଦ୍ୱାରା ଗ୍ୟାସ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାଦ୍ବାରା ଆଣ୍ଠୁ ଗଣ୍ଠି କିମ୍ୱା ଅଣ୍ଟା ବିନ୍ଧା ସମସ୍ୟା ମଧ୍ୟ ଦୂରେଇ ଯାଏ ।

ତେବେ ସଉଷୁମ କ୍ଷୀରରେ କିଛି ସୁଣ୍ଠି ମିଶାଇ ତାହାକୁ ପିଇ ନିଅନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଅଣ୍ଟା ବିନ୍ଧା ସମସ୍ୟା ଦୂରେଇ ଯିବା ସହିତ ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସକାଳ ଏବଂ ସନ୍ଧ୍ୟାରେ ଏହି କ୍ଷୀରରେ ଆପଣ ସୁଣ୍ଠି ମିଶାଇ ପିଇବା ଦ୍ୱାରା ଅଣ୍ଟା ବିନ୍ଧା ଆଣ୍ଠୁ ଗଣ୍ଠି ସମସ୍ୟା ଭଲ ହୋଇଯିବ । ଦୁଇରୁ ତିନି ଦିନ ଭିତରେ ଆପଣ ବର୍ତ୍ତମାନ ନିଜେ ଅନୁଭବ କରି ପାରିବେ ।

Leave a Reply

Your email address will not be published. Required fields are marked *